Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅନୁପ୍ରବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: କହିଲେ...

Politics

CM Suvendu Adhikari Ultimatum / ଅନୁପ୍ରବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: କହିଲେ...

Subhramjit Ray
Browse all articles by Subhramjit Ray
·3 hours ago·2 min read
ଅନୁପ୍ରବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: କହିଲେ...
CM Suvendu Adhikari

Key Points

ରାଜ୍ୟରେ ବସବାସ କରୁଥିବା ବେଆଇନ ଅନୁୁପ୍ରବେଶକାରୀଙ୍କ ଉଦ୍ଦେଶ୍ୟରେ କଠୋର ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। 
Bengal CM issues warning to Illegal Migrants: ରାଜ୍ୟରେ ରହିଥିବା ଅବୈଧ ପ୍ରବାସୀଙ୍କ ଅବୈଧ ପ୍ରବାସୀଙ୍କ ଉଦ୍ଦେଶ୍ୟରେ କଠୋର ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏନେଇ ସେ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ରେ ଯେଉଁମାନଙ୍କ ନାମ ଅନ୍ତର୍ଭୂକ୍ତ ହୋଇନାହିଁ ସେମାନଙ୍କୁ ପୋଲିସ ଖୁବ୍ ଶୀଘ୍ର ଗିରଫ କରିବା ପରେ ଦେଶାନ୍ତର କରିବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆଇନ ଆଜି ଠାରୁ (୨୦ ମେ ୨୦୨୬ ବୁଧବାର) ଠାରୁ କାର୍ଯ୍ୟକାରୀ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ, ସେହି ଲୋକ ଏବେ ଅଧିକ ଚିନ୍ତିତ ହୋଇ ଉଠିଛନ୍ତି ଯେଉଁମାନଙ୍କ ନାମ ଚଳିତ ବର୍ଷ ବର୍ଷର ଭୋଟର ତାଲିକା ଏବଂ ନାଗରିକତା ସଂଶୋଧନ ଅଧିନିୟମରେ ସାମିଲ ହୋଇନାହିଁ।

ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକରଣ (NRC) କାର୍ଯ୍ୟକାରୀ କରିବାକୁ ନେଇ ବେଶ କିଛି ବର୍ଷ ଧରି କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ଚାଲିଥଲା। ଯଦିଓ କେନ୍ଦ୍ର ସରକାର ସିଏଏ (CAA) ନିୟମକୁ ଅଧିସୂଚିତ କରିଥିଲେ ଏବଂ ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସାର୍ବଜନୀନ ଭାବରେ ଘୋଷଣା କରିଥିଲେ ଯେ ସିଏଏ କିମ୍ବା ଏନଆରସି (NRC) ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ। ରାଜ୍ୟ କେନ୍ଦ୍ର ସରକାରଙ୍କ ସହିତ ପ୍ରଶାସନିକ ତଥ୍ୟ ବାଣ୍ଟିବା ଏବଂ ପ୍ରକ୍ରିୟା ଆରମ୍ଭ କରିବାରେ ବିଳମ୍ବ କରିଥିଲା। 

ଏହା ସହ ପଢନ୍ତୁ: 'ବନ୍ଦ ମାତରମ୍' କୁ ନେଇ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର

ଏହା ଫଳରେ ଅନୁପ୍ରବେଶର ଚିହ୍ନଟ ଏବଂ ଆଇନଗତ ପ୍ରକ୍ରିୟାରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା, ଯାହା ଅନ୍ତର୍ଜାତୀୟ ସୀମା ପରିଚାଳନାକୁ ଜଟିଳ କରିଥିଲା। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ସହ ବିଭିନ୍ନ ମାମଲାରେ ଅସହଯୋଗ ପ୍ରଦର୍ଶନ କରିଥିଲେ।

କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟକଳାପ (ଯେପରିକି ଖଗରାଗଡ଼ କିମ୍ବା ମୋଇନା ବୋମା ବିସ୍ଫୋରଣ) ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତ ସଂସ୍ଥା (NIA) ଉପରେ ନ୍ୟସ୍ତ କରିଥିଲେଷ। ହେଲେ ଅନେକ ଥର କେନ୍ଦ୍ରୀୟ ତଦନ୍ତକାରୀ ଦଳ ସ୍ଥାନୀୟ ସହଯୋଗ ମିଳିବାରେ ଅଭାବ ଦେଖାଦେଇଥିଲା। କିଛି କ୍ଷେତ୍ରରେ, କେନ୍ଦ୍ରୀୟ ସଂସ୍ଥା ଉପରେ ମଧ୍ୟ ଭିଡ଼ ଦ୍ୱାରା ଆକ୍ରମଣ କରାଯାଇଥିଲା ଯେପରିକି ଭୂପତିନଗର ଘଟଣା)। ଏହା ଆତଙ୍କବାଦୀ ମଡ୍ୟୁଲ୍ ଏବଂ ସ୍ଲିପର୍ ସେଲ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବାଧା ସୃଷ୍ଟି କରିଥିଲା। ଯାହା ରାଷ୍ଟ୍ରୀୟ ସୁରକ୍ଷାରେ ବାଧକ ସାଜିଥିଲା।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
No CAA Name Means Arrest & Deportation: Bengal CM Suvendu Adhikari | Argus News