Shocking Murder Case / ସ୍ବେଟର ପକେଟର ଅମଲେଟ ଖଣ୍ଡ ଖୋଲିଦେଲା ହତ୍ୟା ରହସ୍ୟ: ଗ୍ବାଲିୟର ପୋଲିସକୁ ମିଳିଲା ବଡ଼ ସଫଳତା
·8 months ago·2 min read

Key Points
ଅମଲେଟ ଖୋଲିଦେଲା ହତ୍ୟା ରହସ୍ୟ। କଥାଟା ନିଶ୍ଚିତ ଆପଣଙ୍କୁ ତାଜୁବ କରିବ। ମଧ୍ୟପ୍ରଦେଶର ଗ୍ବାଲିୟର ପୋଲିସ ଏମିତି ଏକ ହତ୍ୟାର ପର୍ଦ୍ଦାଫାଶ କରିଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ।
ଅମଲେଟ ଖୋଲିଦେଲା ହତ୍ୟା ରହସ୍ୟ। କଥାଟା ନିଶ୍ଚିତ ଆପଣଙ୍କୁ ତାଜୁବ କରିବ। ମଧ୍ୟପ୍ରଦେଶର ଗ୍ବାଲିୟର ପୋଲିସ ଏମିତି ଏକ ହତ୍ୟାର ପର୍ଦ୍ଦାଫାଶ କରିଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଖାସ କଥା ହେଉଛି ମୃତଦେହ ସ୍ବେଟର ପକେଟରୁ ଅମଲେଟର ଖଣ୍ଡ ମିଳିଥିଲା। ଏହି ଅମଲେଟ ସାହାରାରେ ପୋଲିସ ଦୋଷୀ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ଆଉ ଏହା ଗ୍ବାଲିୟର ପୋଲିସର ବଡ଼ ସଫଳତା କହିଲେ ଭୁଲ ହେବନାହିଁ। ତେବେ ଅଣ୍ଡା ଅମଲେଟ ଦୋଷୀ ପର୍ଯ୍ୟନ୍ତ ପହଞ୍ଚାଇଦେବ ବୋଲି କେହି କେବେ କଳ୍ପନା କରି ନ ଥିବେ।
ଏହାସହ ପଢ଼ନ୍ତୁ: ନିଜ ମାଆ,ଉଭଣୀ ଓ ଭାଇକୁ ଗଳାଚିପି ମାରିଦେଲା, ଅଭିଯୁକ୍ତ କହିଲା କାହିଁକି କଲା ହତ୍ୟା ?
ଘଟଣା ଅନୁଯାୟୀ, ଡିସେମ୍ବର ୨୯ ତାରିଖରେ କଟାରେ ଫାର୍ମ ହାଉସ ବୁଦା ଭିତରୁ ଏକ ମୃତଦେହ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ଯାଇ ଦେଖିଲା ବେଳକୁ ଏକ ଅର୍ଦ୍ଧନଗ୍ନ ମହିଳାଙ୍କ ଶବ ପଡ଼ିଥିଲା। ଆଉ ତାଙ୍କ ଚେହେରାକୁ ପୁରା ନଷ୍ଟ କରିଦିଆଯାଇଥିଲା। ତାଙ୍କ ପରିଚୟ ମଧ୍ୟ ମିଳିବା କଷ୍ଟକର ଥିଲା। ତେବେ ସ୍ପଷ୍ଟ ଭାବେ ଜଣାପଡ଼ୁଥିଲା ଯେ, କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ପଥରରେ ମୁହଁକୁ ନଷ୍ଟ କରିଦେଇଥିଲା।
ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିଲା ଯେ, କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବାପରେ ତାଙ୍କୁ ହତ୍ୟା କରିଛନ୍ତି। ଆଉ ପ୍ରମାଣ ନଷ୍ଟ କରିବାକୁ ମୁହଁକୁ କ୍ଷତାକ୍ତ କରିପକାଇଥିଲେ। ପୋଲିସ ଏଆଇ ସହାୟତାରେ ମୃତ ମହିଳାଙ୍କ ଚେହେରା ବନେିବାକୁ ଚେଷ୍ଟା କରିଥିଲେ। ଆଉ ତାଙ୍କର ପରିଚୟ ଜାଣିବାକୁ ଆରମ୍ଭ କରିଥିଲା। ଠିକ ସେହି ସମୟରେ ମହିଳା ପିନ୍ଧିଥିବା ସ୍ବେଟର ପକେଟରୁ ଅମଲେଟ ଖଣ୍ଡ ପାଇଥିଲେ ଆଉ ପୁରା କେସ ସମାଧାନ କରିବାକୁ ସାହାଯ୍ୟ କରିଥିଲା।
ଏହାସହ ପଢ଼ନ୍ତୁ: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା; ସାମ୍ବାଦିକଙ୍କୁ ଗୁଳି କଲେ, ବ୍ୟବସାୟୀଙ୍କୁ ହାଣିଦେଲେ
ଅମଲେଟ ଖଣ୍ଡ ପାଇବା ପରେ ପୋଲିସ ଘଟଣାସ୍ଥଳ ନିକଟରେ ଥିବା ସବୁ ଅଣ୍ଡା ଠେଲାବାଲାଙ୍କୁ ପଚରାଉଚରା କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ଠେଲା ବାଲା କହିଥିଲେ କି ଜଣେ ମହିଳା ଦୁଇଜଣ ବ୍ୟକ୍ତିକ ସହ ମିଶି ଏହିଠାରେ ଅମଲେଟ ଖାଇଥିଲେ। ପୋଲିସ ଏହାପରେ ନିକଟରେ ଥିବା ସିସିଟିଭି ଯାଞ୍ଚ କରିଥିଲେ। ଏହାପରେ ପୋଲିସ ଦୁଇଜଣଙ୍କୁ ଉଠାଇନେଇ ପଚରାଉଚରା ଜାରି କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନାମ ହେଲା ସଚିନ। ତାଙ୍କ ଘର ହଜିରା ଅଞ୍ଚଳରେ ବୋଲି ଜଣାପଡ଼ିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗ୍ବାଲିୟର ଏସପି ଧର୍ମବୀର ସିଂ ମିଡିଆକୁ ଜଣାଇଛନ୍ତି ଯେ, ସଚିନ ସେନ ପରେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ହତ୍ୟା କରିବା ପୂର୍ବରୁ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ ଏବଂ ପରେ ଉକ୍ତ ମହିଳାଙ୍କୁ ହତ୍ୟା କରିଥିବା କହିଥିଲେ। ପୋଲିସ ଅଫିସର କହିଛନ୍ତି, ସମ୍ପୃକ୍ତ ମୃତା ମହିଳା ଟିକମଗଢ ଅଧିବାସୀ। କିନ୍ତୁ ଦୀର୍ଘ ସମୟ ହେଲା ସେ ଗ୍ବାଲିୟରରେ ରହୁଥିଲେ। କିଛିଦିନ ହେଲା ଉକ୍ତ ମହିଳାଙ୍କର ସଚିନଙ୍କର ବନ୍ଧୁତା ହୋଇଥିଲା। କିନ୍ତୁ ସଚିନ ସବୁବେଳେ ତାଙ୍କୁ ସନ୍ଦେହ କରୁଥିଲେ ଯେ, ମହିଳାଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ଅଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ସଚିନଙ୍କୁ ଗିରଫ କରି ମାମଲା ରୁଜୁ କରିଛି।
Related Topics
Explore more stories