Taj Mahal Monkey Menace / ତାଜମହଲରେ ମାଙ୍କଡ଼ ଆତଙ୍କ, ପର୍ଯ୍ୟଟକଙ୍କ ହାତରୁ ଛଡ଼ାଇ ନେଉଛନ୍ତି ଖାଦ୍ୟ
·43 mins ago·2 min read

Key Points
ଆଗ୍ରାର ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ମାଙ୍କଡ଼ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଦଳ ଦଳ ମାଙ୍କଡ଼ ପର୍ଯ୍ୟଟକଙ୍କ ହାତରୁ ଖାଦ୍ୟ, ଆଇସକ୍ରିମ୍ ଓ ପାନୀୟ ଛଡ଼ାଇ ନେଉଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଓ କାମୁଡ଼ିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।
ଆଗ୍ରା, ଉତ୍ତର ପ୍ରଦେଶ: ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଆଗ୍ରା ସ୍ଥିତ ତାଜମହଲ ଠାରେ ଦେଖିବାକୁ ମିଳିଛି ମାଙ୍କଡ଼ ଆତଙ୍କ। ଯାହା ବର୍ତ୍ତମାନ ସମୟରେ ଏଠାକୁ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଐତିହାସିକ ସ୍ମାରକ ପରିସରରେ ମାଙ୍କଡ଼ ଦଳ ଦଳ ହୋଇ ଏଣେ ତେଣେ ବୁଲୁଛନ୍ତି। ଏପରିକି ଏହି ମାଙ୍କଡ଼ ବାରମ୍ବାର ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରୁଥିବାର ଖବର ଆସୁଛି। ସେମାନେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ହାତରୁ ଖାଦ୍ୟ ପଦାର୍ଥ ଏବଂ ପାନୀୟ ସାମଗ୍ରୀ ଛଡ଼ାଇ ନେଉଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ତାଜମହଲ ପରିସରରେ ଏଣେ ତେଣେ ବୁଲୁଥିବା ଶହ ଶହ ମାଙ୍କଡ଼ ଏକ ଗୋଷ୍ଠୀର ଏକ ଭିଡି଼ଓ ଏବେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ମୁଖ୍ୟ ଗମ୍ବୁଜ ନିକଟରେ ପର୍ଯ୍ୟଟକ ଛିଡ଼ା ହୋଇଥିବାର ଦେଖାଯାଉଛି। ସେତିକିବେଳେ ବହୁ ସଂଖ୍ୟକ ମାଙ୍କଡ଼ ସେହି ବାଟ ଦେଇ ଯାଉଥିବାର ଦେଖାଯାଉଛି। ଏହି ଭିଡିଓ ଜଣେ ପର୍ଯ୍ୟଟକ ସୁଟ୍ କରିଥିବାର କୁହାଯାଉଛି। ତାଜମହଲ ଭଳି ଐତିହାସିକ ସ୍ମାରକ ପରିସରରେ ମାଙ୍କଡ଼ଙ୍କ ଉପସ୍ଥିତି ଦେଶ ବିଦେଶରୁ ଏଠାକୁ ଆସୁଥିବା ପରିଦର୍ଶକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି।
ହାତରେ ଆଇସକ୍ରିମ ଦେଖିବା ମାତ୍ରେ ଛଡ଼ାଉ ନେଉଛନ୍ତି ମାଙ୍କଡ଼
ତାଜମହଲ ପରିଦର୍ଶନ କରୁଥିବା ପର୍ଯ୍ୟଟକ ପ୍ରାୟତଃ ହାତରେ ଖାଦ୍ୟ ଏବଂ ପାନୀୟ ଧରି ଫାଟକ ବାହାରେ ପହଞ୍ଚିଥାନ୍ତି। ହାତରେ ଆଇସକ୍ରିମ କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦେଖିବା ମାତ୍ରେ ସେଠାରେ ଏଣେ ତେଣେ ବୁଲୁଥିବା ମାଙ୍କଡ଼ ଏହାକୁ ଛଡ଼ାଇ ନେଇଥାନ୍ତି। ଏପରିକି ମାଙ୍କଡ଼, ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଛଡ଼ାଇ ନେଉଛନ୍ତି। ଏହି ସମୟରେ ପର୍ଯ୍ୟଟକ ମାଙ୍କଡ଼ ଆତଙ୍କରେ ଭୟଭୀତ ହୋଇ ପଡ଼ିଥାନ୍ତି।
ଛୋଟ ପିଲାଙ୍କ ଉପରେ ରହିଛି ଆକ୍ରମଣର ବିପଦ; ପୂର୍ବରୁ କାମୁଡ଼ି ସାରିଛନ୍ତି ମାଙ୍କଡ଼
ଖାସକରି ଏଠାକୁ ଆସୁଥିବା ଛୋଟ ପିଲାଙ୍କ ଉପରେ ମାଙ୍କଡ଼ ଆକ୍ରମଣ କରିବାର ବିପଦ ରହିଛି। ପୂର୍ବରୁ ମାଙ୍କଡ଼ କାମୁଡ଼ାର ଅନେକ ଘଟଣା ଘଟିସାରିଛି। ବିଦେଶୀ ପର୍ଯ୍ୟଟକଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି। ହେଲେ ଏହା ସତ୍ତ୍ୱେ ଏଠାରେ ବଢ଼ୁଥିବା ମାଙ୍କଡ଼ଙ୍କ ସଂଖ୍ୟା ଉପରେ କୌଣସି ପ୍ରଭାବଶାଳୀ ନିୟନ୍ତ୍ରଣ ନାହିଁ।
ଏହା ସହ ପଢନ୍ତୁ: ୧୦ ଦିନ ପରେ ସଫଳ ହେଲା ଅଭିଯାନ; ଶେଷରେ ଧରା ପଡ଼ିଲା ବଦମାସ୍ ମାଙ୍କଡ଼
ତାଜମହଲ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ
ତାଜମହଲ ବିଶ୍ୱର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ଏଠାକୁ ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ପରିଦର୍ଶନରେ ଆସିଥାନ୍ତି। ଯାହାର ଫଳସ୍ୱରୂପ ଏହି ଐତିହାସିକ ସ୍ମାରକ ପରିସରରେ ଏକ ଦଳ ମାଙ୍କଡ଼ଙ୍କ ଉପସ୍ଥିତି ଏବଂ ସେମାନଙ୍କ ଦ୍ୱାରା ହେଉଥିବା ଆକ୍ରମଣ ଘଟଣା କେବଳ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇନାହିଁ। ବରଂ ଏହାର ପ୍ରତିଛବି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

SHOCKING! 🚨 Around 500 monkeys have reportedly taken over parts of the Taj Mahal premises in Agra. Videos showing large groups of monkeys creating havoc at the Eastern, Western and Royal Gates have gone viral on social media. https://t.co/8ELamhpBR7
— Megh Updates 🚨™ (@MeghUpdates) November 26, 2026
ହାତରେ ଆଇସକ୍ରିମ ଦେଖିବା ମାତ୍ରେ ଛଡ଼ାଉ ନେଉଛନ୍ତି ମାଙ୍କଡ଼
ତାଜମହଲ ପରିଦର୍ଶନ କରୁଥିବା ପର୍ଯ୍ୟଟକ ପ୍ରାୟତଃ ହାତରେ ଖାଦ୍ୟ ଏବଂ ପାନୀୟ ଧରି ଫାଟକ ବାହାରେ ପହଞ୍ଚିଥାନ୍ତି। ହାତରେ ଆଇସକ୍ରିମ କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦେଖିବା ମାତ୍ରେ ସେଠାରେ ଏଣେ ତେଣେ ବୁଲୁଥିବା ମାଙ୍କଡ଼ ଏହାକୁ ଛଡ଼ାଇ ନେଇଥାନ୍ତି। ଏପରିକି ମାଙ୍କଡ଼, ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଛଡ଼ାଇ ନେଉଛନ୍ତି। ଏହି ସମୟରେ ପର୍ଯ୍ୟଟକ ମାଙ୍କଡ଼ ଆତଙ୍କରେ ଭୟଭୀତ ହୋଇ ପଡ଼ିଥାନ୍ତି।
ଛୋଟ ପିଲାଙ୍କ ଉପରେ ରହିଛି ଆକ୍ରମଣର ବିପଦ; ପୂର୍ବରୁ କାମୁଡ଼ି ସାରିଛନ୍ତି ମାଙ୍କଡ଼
ଖାସକରି ଏଠାକୁ ଆସୁଥିବା ଛୋଟ ପିଲାଙ୍କ ଉପରେ ମାଙ୍କଡ଼ ଆକ୍ରମଣ କରିବାର ବିପଦ ରହିଛି। ପୂର୍ବରୁ ମାଙ୍କଡ଼ କାମୁଡ଼ାର ଅନେକ ଘଟଣା ଘଟିସାରିଛି। ବିଦେଶୀ ପର୍ଯ୍ୟଟକଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି। ହେଲେ ଏହା ସତ୍ତ୍ୱେ ଏଠାରେ ବଢ଼ୁଥିବା ମାଙ୍କଡ଼ଙ୍କ ସଂଖ୍ୟା ଉପରେ କୌଣସି ପ୍ରଭାବଶାଳୀ ନିୟନ୍ତ୍ରଣ ନାହିଁ।
ଏହା ସହ ପଢନ୍ତୁ: ୧୦ ଦିନ ପରେ ସଫଳ ହେଲା ଅଭିଯାନ; ଶେଷରେ ଧରା ପଡ଼ିଲା ବଦମାସ୍ ମାଙ୍କଡ଼
ତାଜମହଲ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ
ତାଜମହଲ ବିଶ୍ୱର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ଏଠାକୁ ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ପରିଦର୍ଶନରେ ଆସିଥାନ୍ତି। ଯାହାର ଫଳସ୍ୱରୂପ ଏହି ଐତିହାସିକ ସ୍ମାରକ ପରିସରରେ ଏକ ଦଳ ମାଙ୍କଡ଼ଙ୍କ ଉପସ୍ଥିତି ଏବଂ ସେମାନଙ୍କ ଦ୍ୱାରା ହେଉଥିବା ଆକ୍ରମଣ ଘଟଣା କେବଳ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇନାହିଁ। ବରଂ ଏହାର ପ୍ରତିଛବି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories