Videos
|
National

Muslim WhatsApp Divorce / କେବଳ ଗୋଟିଏ ମେସେଜରେ ବିବାହ ଶେଷ; ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ ମୁସଲିମ ମହିଳା

Debashree Debasmita Sahoo
Browse all articles by Debashree Debasmita Sahoo
·37 mins ago·2 min read
କେବଳ ଗୋଟିଏ ମେସେଜରେ ବିବାହ ଶେଷ; ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ ମୁସଲିମ ମହିଳା
Muslim WhatsApp Divorce

Key Points

ହ୍ଵାଟ୍ସଆପ୍-ଇମେଲ୍‌ରେ ବିବାହ ଶେଷ
ଏମିତି ତଲାକ୍ ଦେଉଛନ୍ତି ମୁସଲିମ ପୁରୁଷ
ଶେଷରେ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମୁସଲିମ ସମାଜରେ ପ୍ରଚଳିତ ତଲାକ୍-ଏ-ହସନ୍‍, ତଲାକ୍-ଏ-ଅହସନ୍ ଏବଂ ଏକତରଫା ଛାଡ଼ପତ୍ରକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟ ଏହାର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଆସନ୍ତା ଅକ୍ଟୋବର ୨୭ ତାରିଖରେ ଶୁଣାଣି କରିବେ । ମୁସଲିମ ସମ୍ପ୍ରଦାୟର ପୁରୁଷମାନେ ହ୍ଵାଟ୍ସଆପ୍ ଓ ଇମେଲ୍ ଜରିଆରେ ଛାଡ଼ପତ୍ର ଦେଉଥିବା ଜଣାପଡ଼ିଛି । ତେବେ ସୁପ୍ରିମକୋର୍ଟ ଏହି ଘଟଣାରେ ୧୦ ଜଣ ପୀଡ଼ିତ ମହିଳାଙ୍କ ଆବେଦନ ଉପରେ ଚୂଡ଼ାନ୍ତ ଶୁଣାଣି କରିବେ ।

ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର ଓ ଅପର ପକ୍ଷକୁ ନୋଟିସ ଜାରି କରିସାରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିବେ । ଏବେ ସାମ୍ନାକୁ ଆସିଥିବା ଏହି ଭର୍ଚ୍ଚୁଆଲ୍ ଡିଭୋର୍ସରେ ଅନେକ ମହିଳାଙ୍କ ଜୀବନ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ ନ୍ୟାୟପାଳିକାକୁ ସମସ୍ତ ଧର୍ମର ପରମ୍ପରା ଓ ନିୟମକୁ ସମ୍ମାନ କରିବା ଉଚିତ । ସବୁ ଦିଗକୁ ନଜରରେ ରଖି ଶୁଣାଣି କରାଯିବ ।

ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ନ୍ୟାୟପାଳିକା ସର୍ବଦା ଧାର୍ମିକ ମାମଲାରେ କମ ହସ୍ତକ୍ଷେପ କରିବାକୁ ଚାହାନ୍ତି । ମାତ୍ର ଯଦି କୌଣସି ଧାର୍ମିକ ବିଶ୍ଵାସ ବା ପ୍ରଥା ସିଧାସଳଖ ମାନବ ଅଧିକାର ଉପରେ ନକରାତ୍ମକ ପ୍ରଭାବ ପକାଉଛି, ତେବେ ମାନବ ଅଧିକାରକୁ ରକ୍ଷା କରିବା ଲାଗି ଅଦାଲତ ଏଥିରେ ହସ୍ତକ୍ଷେପ କରିବେ ।

ପଢନ୍ତୁ ଏହି ଖବର: ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି; କ୍ଷତି କିଏ ବହନ କରିବ ?

  • କଣ କହିଲେ ପୀଡ଼ିତ ମୁସଲିମ ମହିଳା ?
ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ମୁସଲିମ ସମ୍ପ୍ରଦାୟର ମହିଳା ନିଜ ସହ ହୋଇଥିବା ଘଟଣାକୁ ବର୍ଣ୍ଣନା କରିଛନ୍ତି । ଅନେକ ମହିଳା ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସ୍ଵାମୀ ତାଙ୍କ ସହ କୌଣସି କଥାବାର୍ତ୍ତା ନକରି କେବଳ ଏକ ହ୍ଵାଟ୍ସଆପ୍ ମେସେଜ କିମ୍ବା ଇମେଲ୍ ଜରିଆରେ ଛାଡ଼ପତ୍ର ଦେଉଛନ୍ତି । ଆଉ କିଛି ମହିଳା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେମାନେ ଅଶିକ୍ଷିତ । ଏଣୁ ତାଙ୍କର ଏହି ଦୁର୍ବଳତାର ଫାଇଦା ଉଠାଇ ସ୍ଵାମୀ ଛଳନା କରି ସାଦା କାଗଜରେ ଦସ୍ତକ୍ଷତ ନେଉଛନ୍ତି କିମ୍ବା ଆଙ୍ଗୁଠି ଛାପ ଚିହ୍ନ ନେଉଛନ୍ତି । ଏହାପରେ ଛାଡ଼ପତ୍ର ଦେଉଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟ ୨୭ ଅକ୍ଟୋବରରେ ଶୁଣାଣି କରିବେ ।

  • ତଲାକ୍-ଏ-ହସନ୍‌ କଣ ?
ମୁସଲିମ ଧର୍ମାବଲମ୍ବୀଙ୍କ ଏହି ନିୟମ ଅନୁସାରେ, ଛାଡ଼ପତ୍ର ତିନି ଥରରେ ସମ୍ପୂର୍ଣ୍ଣ ହୁଏ । ପ୍ରଥମ ଓ ଦ୍ୱିତୀୟ ତଲାକ୍ ପରେ ସ୍ୱାମୀ-ସ୍ତ୍ରୀ ପୁଣି ଏକାଠି ହୋଇ ପାରନ୍ତି । ତୃତୀୟ ତଲାକ୍ ଦେବା ପରେ ବିବାହ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଏ ଏବଂ ଆଉ ଫେରି ହୁଏ ନାହିଁ । ଏହା ଏକକାଳୀନ ଦିଆଯାଉଥିବା 'ତିନି ତଲାକ୍' (ଟ୍ରିପଲ ତଲାକ୍)ଠାରୁ ଭିନ୍ନ । ଏହି ପ୍ରଥାକୁ ଏକପାଖିଆ ଓ ମହିଳା ଅଧିକାର ବିରୋଧୀ କହି ମୁସଲିମ ମହିଳାମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: