Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Tamil Nadu Bus Accident / ମୁହାଁମୁହିଁ ଧକ୍କା ହେଲା ଦୁଇ ବସ୍‌, ଚାଲିଗଲା ୧୨ ଜଣଙ୍କ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ମୁହାଁମୁହିଁ ଧକ୍କା ହେଲା ଦୁଇ ବସ୍‌, ଚାଲିଗଲା ୧୨ ଜଣଙ୍କ ଜୀବନ
Accident

Key Points

ତାମିଲନାଡ଼ୁରେ ପୁଣି ବସ୍ ଦୁର୍ଘଟଣା
ଚାଲିଗଲା ୧୨ ଜୀବନ
ଏକ ସପ୍ତାହରେ ଦ୍ୱିତୀୟ ବଡ଼ ଦୁର୍ଘଟଣା
ତାମିଲନାଡ଼ୁର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ତିରୁପଥୁର ନିକଟରେ ଦୁଇଟି ସରକାରୀ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ କାହିଁକି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ତା'ର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।

ତେବେ ଏହି ଦୁର୍ଘଟଣା ପରେ ପୋଲିସ କହିଛି ଯେ ଗୋଟିଏ ବସ୍ କରିକୁଡି ଏବଂ ଅନ୍ୟଟି ମଦୁରାଇ ଯାଉଥିବା ବେଳେ ତିରୁପଥୁର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇ ବସ୍‌ ମଧ୍ୟରେ ଧକ୍କା ହେବା ପରେ ଅନେକ ଯାତ୍ରୀ ଗାଡ଼ି ଭିତରେ ଫସି ରହିଥିଲେ । କିନ୍ତୁ ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ଏବଂ ଏର୍ମଜେନ୍ସୀ ଟିମ୍‌ ପହଞ୍ଚି ଉଦ୍ଧାର କରିଛନ୍ତି ।


ଅଧିକ ପଢ଼ନ୍ତୁ: ବିନା ସିମ୍‌ କାର୍ଡରେ ଚାଲିବନି ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସ୍ନାପଚାଟ, ଜାଣନ୍ତୁ କଣ କରିବେ...


ଆହତମାନଙ୍କୁ ଶିବଗଙ୍ଗା ସରକାରୀ ଡାକ୍ତରଖାନାକୁ ନିଆଯାଇଛି । ଅଧିକାରୀମାନେ କହିଛନ୍ତି ଯେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ପୋଲିସ କହିଛି ଯେ ଦୁଇ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବସ୍‌ ସମ୍ମୁଖ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଯାହାଫଳରେ ଘଟଣାସ୍ଥଳରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ କାହିଁକି ଏହି ମର୍ମନ୍ତୁଦ ବସ୍ ଦୁର୍ଘଟଣା ହୋଇଛି ତା'ର କାରଣ ଜଣାପଡ଼ିନି । 

ଗୋଟିଏ ସପ୍ତାହରେ ଦୁଇଟି ବଡ଼ ବସ୍ ଦୁର୍ଘଟଣା

ଏହା ଦ୍ୱିତୀୟ ଥର ଯେ ତାମିଲନାଡୁରେ ଦୁଇଟି ବସ୍ ଧକ୍କା ହୋଇଛି । ଯାହା ଫଳରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି । ଗତ ସୋମବାର ତାମିଲନାଡ଼ୁର ତେଙ୍କାସି ଜିଲ୍ଲାରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଶ୍ରୀଲଙ୍କାରେ ତାଣ୍ଡବ ପରେ ଭାରତ ମୁହାଁ 'ଡିଟଓ୍ବା', ଏହି ସବୁ ରାଜ୍ୟକୁ ଜାରି ହେଲା ରେଡ୍‌ ଆଲର୍ଟ


ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ଜଣେ ପୁରୁଷ ଥିଲେ। ମଦୁରାଇରୁ ସେନକୋଟାଇ ଯାଉଥିବା ବସଟି ତେଙ୍କାସିରୁ କୋଭିଲପଟ୍ଟି ଯାଉଥିବା ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ମଦୁରାଇ-ସେନକୋଟାଇ ବସର ଡ୍ରାଇଭର ବେପରୁଆ ଏବଂ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ। ଯାହାଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Tamil Nadu Tragedy: 12 Killed as Two Government Buses Collide in Sivaganga | Argus News