Videos
|
National

Sports Minister Divorce / TVK ମନ୍ତ୍ରୀଙ୍କ ବିବାହ ବିଚ୍ଛେଦ; ୧୪ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
TVK ମନ୍ତ୍ରୀଙ୍କ ବିବାହ ବିଚ୍ଛେଦ; ୧୪ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
Tamil Nadu Minister Aadhav Arjuna Divorce

Key Points

ପତ୍ନୀଙ୍କଠୁ ଅଲଗା ହେଲେ ଟିଭିକେ ମନ୍ତ୍ରୀ
୧୪ବର୍ଷର ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
ଚେନ୍ନାଇ: ଦକ୍ଷିଣ ଭାରତୀୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ଟିଭିକେ ମନ୍ତ୍ରୀ ତଥା ତାମିଲନାଡୁର ପୂର୍ତ୍ତ ଓ କ୍ରୀଡ଼ା ବିକାଶ ମନ୍ତ୍ରୀ ଆଧବ ଅର୍ଜୁନ ଏବଂ ତାଙ୍କ ପତ୍ନୀ ଡେଜି ମାର୍ଟିନ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ୧୪ ବର୍ଷର ବୈବାହିକ ଜୀବନ ପରେ ଉଭୟେ ପରସ୍ପର ସହମତିରେ ଏହି ନିଷ୍ପତ୍ତି ନେଇଥିବା ଡେଜି ସୋମବାର ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଜରିଆରେ ଜଣାଇଛନ୍ତି ।

  • ସନ୍ତାନର ଖୁସି ରହିବ ସର୍ବୋଚ୍ଚ ପ୍ରାଥମିକତା
ଡେଜି ନିଜ ପୋଷ୍ଟରେ କହିଛନ୍ତି, ୧୪ ବର୍ଷର ଯାତ୍ରାରେ ଉଭୟେ ବନ୍ଧୁ, ଜୀବନସାଥୀ ଓ ମାତାପିତା ଭାବେ ଅନେକ ଅନୁଭୂତି ସାଉଁଟିଛନ୍ତି । ଏବେ ସ୍ୱାମୀ-ସ୍ତ୍ରୀ ଭାବେ ଅଲଗା ରାସ୍ତା ବାଛିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେମାନଙ୍କ ସନ୍ତାନର ଖୁସି, ସୁରକ୍ଷା ଓ ଭବିଷ୍ୟତ ଉଭୟଙ୍କ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା ହୋଇ ରହିବ । ଆଧବଙ୍କ ପ୍ରତି ତାଙ୍କର ସମ୍ମାନ ରହିଥିବା କହିବା ସହ ତାଙ୍କ ସୁଖ, ଶାନ୍ତି ଓ ସଫଳତା କାମନା କରିଛନ୍ତି ଡେଜି । ଏହି ସମୟରେ ଉଭୟେ ଗୋପନୀୟତା ଓ ସମ୍ମାନ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି।

  • କିଏ ଏହି ଡେଜି ମାର୍ଟିନ ?
ଡେଜି ମାର୍ଟିନ ହେଉଛନ୍ତି ଚର୍ଚ୍ଚିତ ଲଟେରୀ ବ୍ୟବସାୟୀ ସାଣ୍ଟିଆଗୋ ମାର୍ଟିନଙ୍କ ଝିଅ । ତାଙ୍କ ମାଆ ଲୀମା ରୋଜ୍‌ ମାର୍ଟିନ ତାମିଲନାଡୁର ଲାଲଗୁଡ଼ି ବିଧାନସଭା ଆସନର ବିଧାୟିକା । ଡେଜି ନିଜେ ରାଜନୀତିଠାରୁ ଦୂରେଇ ରହି ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି ।

  • ରାଜନୀତିରେ ଆଧବଙ୍କ ଯାତ୍ରା
ଅନ୍ୟପଟେ, ଆଧବ ଅର୍ଜୁନ ତାମିଲନାଡୁର ତ୍ରିଚି ଅଞ୍ଚଳର ବାସିନ୍ଦା । ରାଜନୈତିକ ରଣନୀତି ଓ ସଂଗଠନ କାର୍ଯ୍ୟରୁ ସେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ପ୍ରଥମେ DMK ସହ ଜଡ଼ିତ ଥିବା ଆଧବ ପରେ VCKର ଉପମହାସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୨୫ ଜାନୁଆରୀରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ଦଳ ତାମିଲଗା ଭେଟ୍ରି କାଝଗମ୍‌ (TVK)ରେ ଯୋଗ ଦେଇଥିଲେ । ୨୦୨୬ ତାମିଲନାଡୁ ନିର୍ବାଚନରେ ଭିଲ୍ଲିଭାକ୍କମ୍‌ ଆସନରୁ ବିଜୟୀ ହୋଇଥିଲେ।

ପଢନ୍ତୁ ଏହି ଖବର: ପୱନ କଲ୍ୟାଣଙ୍କ ତୃତୀୟ ପତ୍ନୀ ଅନ୍ନା କୋନିଡେଲା କିଏ ? ହେବ ଛାଡ଼ପତ୍ର, କେମିତି ଭେଟ ହୋଇଥିଲେ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

  • ପୱନ କଲ୍ୟାଣଙ୍କ ପରେ ଆଉ ଏକ ବିଚ୍ଛେଦ ଚର୍ଚ୍ଚା
ଉଲ୍ଲେଖଯୋଗ୍ୟ, ଏହାର କିଛି ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଓ ତାଙ୍କ ପତ୍ନୀ ଆନା କୋନିଡେଲା ମଧ୍ୟ ୧୩ ବର୍ଷର ବୈବାହିକ ଜୀବନ ପରେ ଅଲଗା ହେବା ନେଇ ମିଳିତ ବିବୃତ୍ତି ଜାରି କରିଥିଲେ । ଏବେ ଆଧବ ଅର୍ଜୁନ ଓ ଡେଜି ମାର୍ଟିନଙ୍କ ବିଚ୍ଛେଦ ଖବର ଦକ୍ଷିଣ ଭାରତୀୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।