Videos
|
National

Tamil Nadu Ganesh Idol Controversy / ଗଣେଶ ପୂଜା ବେଳେ ମୂର୍ତ୍ତିକୁ ନେଇ ତେଜିଲା ବିବାଦ; ଟିଭିକେ ସରକାରଙ୍କୁ ଘେରିଲା ତାମିଲନାଡୁ ବିଜେପି

Subhramjit Ray
Browse all articles by Subhramjit Ray
·44 mins ago·2 min read
ଗଣେଶ ପୂଜା ବେଳେ ମୂର୍ତ୍ତିକୁ ନେଇ ତେଜିଲା ବିବାଦ; ଟିଭିକେ ସରକାରଙ୍କୁ ଘେରିଲା ତାମିଲନାଡୁ ବିଜେପି
Tamil Nadu Ganesh Idol Controversy

Key Points

ତାମିଲନାଡୁ ବିଜେପି ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ପବିତ୍ର ପର୍ବକୁ ରାଜନୈତିକ ଲାଭର ମାଧ୍ୟମ କରୁଛନ୍ତି ଏବଂ ଈଶ୍ୱରଙ୍କ ପୂଜାକୁ ନିର୍ବାଚନ ପ୍ରଚାରରେ ପରିଣତ କରୁଛନ୍ତି, ସେମାନଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ବିଜୟ ଆରମ୍ଭରୁ ନୀରବ ରହିଛନ୍ତି।
ସମଗ୍ର ଦେଶରେ ଗଣେଶୋତ୍ସବ ଧୂମଧାମର ସହ ​​ପାଳନ କରାଯାଉଛି। ହେଲେ ତାମିଲନାଡୁରେ ଏହା ଏକ ଭିନ୍ନ ଉତ୍ସାହର ସହିତ ପାଳିତ ହେଉଛି। ଏହି ସମୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ-ଥିମ୍ ଗଣେଶ ମୂର୍ତ୍ତିକୁ ନେଇ ସାରା ରାଜ୍ୟରେ ଏକ ବଡ଼ ରାଜନୈତିକ ବିବାଦ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ସିଗ୍ନେଚର ଲୁକ୍ ଏବଂ ଶୈଳୀ ଥିବା ଗଣେଶ ମୂର୍ତ୍ତିକୁ ତୁରନ୍ତ ହଟାଇବା ପାଇଁ ଦାବି କରାଯାଇଛି। ଏହି ଦାବି ତାମିଲନାଡୁ ବିଜେପି ମୁଖ୍ୟ ନୈନାର ନାଗେନ୍ଦ୍ରନ୍ ଉଠାଇଥିଲେ।

ମଙ୍ଗଳବାର (ସେପ୍ଚମ୍ବର ୧୨) ତାମିଲନାଡୁ ବିଜେପି ମୁଖ୍ୟ ନାଗେନ୍ଦ୍ରନ୍ ରାଜଧାନୀ ଚେନ୍ନାଇ ସ୍ଥିତ କୋରୁକୁପେଟ ଠାରେ ଟିଭିକେ (TVK) ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସିଗ୍ନେଚର ଲୁକ୍ ରହିଥିବା ଗଣେଶ ମୂର୍ତ୍ତିକୁ ତୁରନ୍ତ ହଟାଇବା ପାଇଁ ଦାବି କରିଥିଲେ। ସେ କହିଥିଲେ ଯେ ଏହା ଲୋକଙ୍କ ଆଧ୍ୟାତ୍ମିକ ଭାବନାକୁ ଆଘାତ ପହଞ୍ଚାଉଛି ଏବଂ ଗଣେଶ ପୂଜାର ଗୁରୁତ୍ୱକୁ ହ୍ରାସ କରୁଛି।

ମୁଖ୍ୟମନ୍ତ୍ରୀ ବିଜୟଙ୍କ ଥମ୍ ଥିବା ମୂର୍ତ୍ତିକୁ ହଟାଇବା ପାଇଁ ଦିଆଗଲା ନିର୍ଦ୍ଦେଶ
ଟିଭିକେ (Tamilaga Vettri Kazhagam) ସୂତ୍ର ଅନୁସାରେ, ଦଳୀୟ କର୍ମକର୍ତ୍ତାଙ୍କୁ ଏପରି ଗମେଶ ମୂର୍ତ୍ତିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ବିଗତ ୮ ବର୍ଷ ଧରି ସ୍ଥାନୀୟ ଭାବରେ ଏପରି ମୂର୍ତ୍ତି ସ୍ଥାପନ କରାଯାଇଛି। ତାମିଲନାଡୁ ବିଜେପି ମୁଖ୍ୟ କହିଛନ୍ତି ଯେ ଲକ୍ଷ ଲକ୍ଷ ଭକ୍ତଙ୍କ ଦ୍ୱାରା ପୂଜିତ ଏକ ଦିବ୍ୟ ରୂପକୁ ବ୍ୟକ୍ତିଗତ ମହିମା ଏବଂ ରାଜନୈତିକ ପ୍ରଚାର ପାଇଁ ଏହି ଉପାୟରେ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। ଏହା ଲୋକଙ୍କ ଆଧ୍ୟାତ୍ମିକ ଭାବନାକୁ ଅସମ୍ମାନ କରିଥାଏ।

ମୁଖ୍ୟମନ୍ତ୍ରୀ ବିଜୟଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ତାମିଲାନାଡୁ ବିଜେପି ମୁଖ୍ୟ ନାଗେନ୍ଦ୍ରନ୍ ଅଭିଯୋଗ କରିଛନ୍ତି ଯେ ଟିଭିକେ ନେତୃତ୍ୱ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ବାଚନ ପ୍ରଚାର କରିବା ପାଇଁ ଧାର୍ମିକ କାର୍ଯ୍ୟକ୍ରମକୁ ଏକ ଉପକରଣ ଭାବରେ ବ୍ୟବହାର କରିବାକୁ ନୀରବ ଭାବରେ ଅନୁମତି ଦେଉଛନ୍ତି। ସେ ଏପରି ଘଟଣାକ୍ରମ ଉପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ବିଜେପି ନେତା ଜଣଙ୍କ କହିଛନ୍ତି ଯେ ଯେଉଁମାନେ ରାଜନୈତିକ ଲାଭ ପାଇଁ ପବିତ୍ର ପର୍ବକୁ ବ୍ୟବହାର କରୁଛନ୍ତି ଏବଂ ଈଶ୍ୱରଙ୍କ ପୂଜାକୁ ନିର୍ବାଚନ ପ୍ରଚାରରେ ପରିଣତ କରୁଛନ୍ତି ସେମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ବିଜୟ ଆରମ୍ଭରୁ ନୀରବ ରହିଛନ୍ତି। ଯେଉଁ କାରଣରୁ ଏପରି କାର୍ଯ୍ୟକଳାପ ଜାରି ରହିଛି।   ତାମିଲନାଡ଼ୁ ବିଜେପି ମୁଖ୍ୟ ଆହୁରି ଦାବି କରିଛନ୍ତି ଯେ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ବିବାଦୀୟ ମୂର୍ତ୍ତିକୁ ହଟାନ୍ତୁ ଏବଂ ଆୟୋଜକଙ୍କୁ ଗିରଫ କରନ୍ତୁ। ଏହି ବିବାଦ ପୁଣି ତାମିଲନାଡୁରେ ସାର୍ବଜନୀନ ଉତ୍ସବ ସମୟରେ ରାଜନୈତିକ ବ୍ୟକ୍ତିଙ୍କ ବ୍ୟବହାର ପ୍ରତି ଧ୍ୟାନ ଆକର୍ଷଣ କରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: