Taslima Nasreen / 'ବର୍ତ୍ତମାନର ଭାରତ ସରକାର ବାକ୍ ସ୍ୱାଧିନତାରେ ବିଶ୍ୱାସ କରେ'
·1 month ago·3 min read

Key Points
ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନସରିନ କୋଲକାତା ଫେରିଛନ୍ତି। ୨୦୦୩ ମସିହାରେ ପ୍ରକାଶିତ ପୁସ୍ତକ "ଦ୍ୱିଖଣ୍ଡିତୋ" (ଦୁଇ ଭାଗରେ ବିଭକ୍ତ) ଏବଂ ଅନ୍ୟାନ୍ୟ କୃତି ଉପରେ ତୀବ୍ର ବିରୋଧ ଯୋଗୁଁ ୨୦୦୭ ମସିହାରେ ତାଙ୍କୁ କୋଲକାତା ସହର ଛାଡିବାକୁ ବାଧ୍ୟ କରାଯାଇଥିଲା।
Taslima Nasrin returns to Kolkata: ବାକ୍ ସ୍ୱାଧିନତାକୁ ନେଇ ନିଜର ମନକଥା କହିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନସରିନ୍। ଏନେଇ ସେ କହିଛନ୍ତି ଯେ ବର୍ତ୍ତମାନର ଭାରତ ସରକାର ସ୍ୱାଧିନ ମତ ପ୍ରକାଶ କରିବାକୁ ସମର୍ଥନ କରନ୍ତି। ସେ ପଶ୍ଚିମବଙ୍ଗରେ ପୂର୍ବରୁ ଶାସନ କରିଥିବା ବାମ ମୋର୍ଚ୍ଚା ଏବଂ ଟିଏମସି ସରକାର ଏବଂ ବର୍ତ୍ତ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ସହିତ ତାଙ୍କର ଅଭିଜ୍ଞତାକୁ ମଧ୍ୟ ତୁଳନା କରିଥିଲେ।
ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, "ପ୍ରଥମ ସରକାର (ବାମମୋର୍ଚ୍ଚା) ମୋତେ କୋଲକାତା ଛାଡି଼ବାକୁ ବାଧ୍ୟ କରିଥିଲା, ଦ୍ୱିତୀୟ ସରକାର (ଟିଏମସି) ମୋତେ ଆସିବାକୁ ଦେଇନଥିଲା ଏବଂ ତୃତୀୟ ସରକାର (ବିଜେପି) ମୋତେ ସ୍ୱାଗତ କରିଥିଲା। ମୁଁ ଖୁସି, କାରଣ ମୁଁ ବିଶ୍ୱାସ କରେ ଯେ ବର୍ତ୍ତମାନର ଭାରତ ସରକାର ସ୍ୱାଧିନ ମତ ପ୍ରକାଶ କରିବାରେ ବିଶ୍ୱାସ କରନ୍ତି। ମୋ କାର୍ଯ୍ୟକ୍ରମ କୌଣସି ପ୍ରକାରେ ରାଜନୀତି ଜଡି଼ତ ନଥିଲା। ମୁଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି, କାରଣ ସେ ମୋର ସୁରକ୍ଷା ସୁନିଶ୍ଚିତ କରିଥିଲେ। ମୁଁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ ଯେ ମୁଁ କୋଲକାତାରେ ରହିବି ନା ନାହିଁ।"
ଭାରତ-ବାଂଲାଦେଶ ସମ୍ପର୍କ ଉପରେ ରଖିଲେ ମତାମତ
ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନସରିନ୍ କୋଲକାତା ଫେରିଥିଲେ। ଗତ ୨୦୦୩ ମସିହାରେ ତାଙ୍କ ପୁସ୍ତକ "ଦ୍ୱିଖଣ୍ଡିତୋ" (ଦୁଇ ଭାଗରେ ବିଭକ୍ତ) ଏବଂ ଅନ୍ୟାନ୍ୟ କୃତି ଉପରେ ବ୍ୟାପକ ବିରୋଧ ଯୋଗୁଁ ତାଙ୍କୁ ୨୦୦୭ ମସିହାରେ କୋଲକାତା ଛାଡିବାକୁ ବାଧ୍ୟ କରାଯାଇଥିଲା। ଏହା ପରେ କୋଲକାତା ସହରକୁ ହେଉଛି ତାଙ୍କର ପ୍ରଥମ ସାର୍ବଜନୀନ ଗସ୍ତ। ଭାରତ-ବାଂଲାଦେଶ ସମ୍ପର୍କ ବିଷୟରେ, ସେ କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଭଲ ରହିବ। ବାଂଲାଦେଶର ୧୯୭୧ ସ୍ୱାଧୀନତା ସଂଗ୍ରାମରେ ଭାରତର ଭୂମିକାକୁ ମନେ ପକାଇ ସେ କହିଛନ୍ତି, "ମୁଁ ଆଶା କରୁଛି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ରହିବ। ୧୯୭୧ ମସିହାରେ ଭାରତ ଆମ ପାଇଁ ଯାହା କରିଥିଲା ତାହା ଆମେ ସର୍ବଦା ସ୍ୱୀକାର କରୁ। ହେଲେ କିଛି ପାକିସ୍ତାନୀ ଜିହାଦୀ ଭାରତ ବିରୋଧରେ ଅଛନ୍ତି।"
ଏହା ସହ ପଢନ୍ତୁ: ଇସ୍ତଫା ଦେଲେ ବାଂଲାଦେଶୀ ରାଷ୍ଟ୍ରପତି; ସାମ୍ନାକୁ ଆସିଲା କାରଣ
ମତ ପ୍ରକାଶ କରିବାର ସ୍ୱାଧିନତା
ଶନିବାର ପୂର୍ବରୁ, "ଧର୍ମନିରପେକ୍ଷ ମିଶନ, ମାନବାଧିକାର ଏବଂ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମୀ ଫାଉଣ୍ଡେସନ" (HRBFF), ଏବଂ "ପଶ୍ଚିମବଙ୍ଗ ଜନ" ଦ୍ୱାରା ଆୟୋଜିତ ଏକ ପୁରସ୍କାର ଉତ୍ସବରେ ଭାଷଣ ଦେଇ ତସଲିମା ନସରିନ କହିଥିଲେ, "ମୁଁ ଏଥିପାଇଁ ବହୁ ବର୍ଷ ଧରି ଅପେକ୍ଷା କରିଛି। ଆଜି ମୁଁ କୋଲକାତା ଫେରି ଆସିଛି। ମୁଁ ଏଥିପାଇଁ ବହୁ ବର୍ଷ ଧରି ଅପେକ୍ଷା କରି ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ, ମୋର କୋଲକାତା ଫେରିଆସିବାକୁ ନେଇ ସେ ମୋତେ ଅଭିନନ୍ଦନ ଜଣାଇଥିଲେ। ଜଣେ ଲେଖକର ସୁରକ୍ଷା କେବଳ ସେହି ଲେଖକର ସୁରକ୍ଷା ନୁହେଁ, ବରଂ ସେମାନଙ୍କର କହିବା ଏବଂ ନିଜ ମତ ପ୍ରକାଶ କରିବା ସ୍ୱାଧିନତାର ସୁରକ୍ଷା। ମୋତେ ସୁରକ୍ଷା ଯୋଗାଇବା ପାଇଁ ମୁଁ ବିଜେପି ସରକାରଙ୍କୁ ଧନ୍ୟବାଦ ଜଣାଉଛି।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋର ଅପରାଧ କ'ଣ ଥିଲା?
ତସଲିମ ନସରୀନ ଆହୁରି କହିଲେ, "ମୁଁ ଏଠାରେ ମହିଳା ସ୍ୱାଧିନତା ବିଷୟରେ ମୋ ମତ ରଖିବାକୁ ଆସିଛି। ମୋତେ ବାଂଲାଦେଶ ଛାଡିବାକୁ ବାଧ୍ୟ କରାଯାଇଥିଲା। ହେଲେ ମୁଁ ଏଠାରେ ଏକ ଆଶ୍ରୟ ପାଇଥିଲି। ପଶ୍ଚିମବଙ୍ଗ ସହିତ ମୋର ସମ୍ପର୍କ ନୂଆ ନୁହେଁ। ୧୯୭୮ ମସିହାରେ, ମୁଁ ଏକ ପତ୍ରିକା ଲେଖିଥିଲି। ୧୯୯୦ ମସିହାରୁ, ମୁଁ କୋଲକାତା ଆସିବା ଆରମ୍ଭ କଲି ଏବଂ ୯୦ ଦଶକରେ ମୋ ଦ୍ୱାରା ଲିଖିତ ପୁସ୍ତକ ଏଠାରେ ଉନ୍ମୋଚିତ ହୋଇଥିଲା। ୨୦୦୭ ମସିହାରେ, ସରକାର ମୋତେ କୋଲକାତା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ମୋ ଅପରାଧ କ'ଣ ଥିଲା? ମୁଁ କାହାର ହତ୍ୟା କରିନଥିଲି। ମୋତେ ମୋ ନିଜ ଦେଶ ବାଂଲାଦେଶରେ ମଧ୍ୟ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଯଦି ଆପଣ କାହା ସହମତ ନୁହଁନ୍ତି, ତାହେଲେ ଏହା ବିରୋଧରେ ସ୍ୱର ଉଠାନ୍ତୁ,ହେଲେ କାହାର ସ୍ୱାଧୀନତା ଉପରେ ରୋକ ଲଗାଇବାକୁ ଚେଷ୍ଟା କରିବା ଠିକ୍ ନୁହେଁ।"

Related Topics
Explore more stories