Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏଜେଣ୍ଟ ନା ଆପଣ ? ତତ୍କାଳ ବୁକିଂରେ କିଏ ପ୍ରଥମେ କାଟି ପାରିବେ କନଫର୍ମ ଟିକେଟ୍ ?

National

IRCTC Tatkal Ticket / ଏଜେଣ୍ଟ ନା ଆପଣ ? ତତ୍କାଳ ବୁକିଂରେ କିଏ ପ୍ରଥମେ କାଟି ପାରିବେ କନଫର୍ମ ଟିକେଟ୍ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଏଜେଣ୍ଟ ନା ଆପଣ ? ତତ୍କାଳ ବୁକିଂରେ କିଏ ପ୍ରଥମେ କାଟି ପାରିବେ କନଫର୍ମ ଟିକେଟ୍ ?
IRCTC Tatkal booking rules

Key Points

ରେଲୱେର ତତ୍କାଳ ଟିକେଟ୍ ବୁକିଂକୁ ନେଇ ପ୍ରଶ୍ନ ଉଠୁଛି । ତତ୍କାଳର ୱିଣ୍ଡୋ ଖୋଲିବାର ଅଧ ଘଣ୍ଟାଏ ପରେ ଏଜେଣ୍ଟ କନଫର୍ମ ଟିକେଟ୍ ବୁକିଂ କରି ପାରୁଥିବା ବେଳେ ଲୋକ ଟିକେଟ୍ କାଟି ପାରୁ ନାହାନ୍ତି ।
ନୂଆଦିଲ୍ଲୀ: ରେଲୱେରେ ତତ୍କାଳ ଟିକେଟ୍ ବୁକିଂ କରିବା କୌଣସି ଆହ୍ଵାନ ଠାରୁ କମ୍ ନୁହେଁ । ଅନେକ ସମୟରେ ସୋସିଆଲ୍ ମିଡିଆରେ ଲୋକେ ତତ୍କାଳ ଟିକେଟ୍ ବୁକିଂ କରିବାରେ ଅସୁବିଧା ନେଇ ପୋଷ୍ଟ କରିଥାନ୍ତି । ଆଉ ଯେଉଁଥିପାଇଁ ଲୋକେ ଏଜେଣ୍ଟଙ୍କ ସହାୟତା ନେଇ ବୁକ୍ କରନ୍ତି ଟିକେଟ୍ । ଏଥିପାଇଁ ଏଜେଣ୍ଟ ମଧ୍ୟ ଅଧିକ ଟଙ୍କା ନେଇଥାଏ ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେତେବେଳେ ସମାନ ପନ୍ଥା ଆପଣାଇ ଟିକେଟ୍ ବୁକ୍ ହେଉ ନାହିଁ । ସେଠି ଏଜେଣ୍ଟ କିଭଳି ତତ୍କାଳରେ କନଫର୍ମ ଟିକେଟ୍ ବୁକ୍ କରି ପାରୁଛନ୍ତି । ଏଜେଣ୍ଟ ଟିକେଟ୍ ବୁକିଂ କରିବା ସମୟ ଭିନ୍ନ ହୋଇଥିଲେ ବି ସେମାନେ ତତ୍କାଳରେ କନଫର୍ମ ଟିକେଟ୍ ବୁକି କରି ପାରୁଛନ୍ତି ।

ଏଥିସହ ପଢ଼ନ୍ତୁ: ବିଦ୍ୟୁତ୍ ଚାଳିତ ସ୍କୁଟର୍ କିଣିଲେ ମିଳିବ ଡବଲ୍ ଲାଭ; ସବ୍‌ସିଡିରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର 

ଏଜେଣ୍ଟ ତତ୍କାଳ ବୁକିଂ ପାଇଁ କ'ଣ ରହିଛି ନିୟମ ?

ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତତ୍କାଳ ଟିକେଟ୍‌ ବ୍ୟାପକ ବୁକିଂକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ରେଲୱେର ଅଧିକୃତ ଟିକେଟ୍ ଜେଣ୍ଟ ବୁକିଂ ୱିଣ୍ଡୋ ଖୋଲିବାର ପ୍ରଥମ ୩୦ ମିନିଟ୍ ପର୍ଯ୍ୟନ୍ତ ଟିକେଟ୍ ବୁକିଂ କରିପାରିବେ ନାହିଁ ।

ଅର୍ଥାତ୍ ଯେତେବେଳେ ତତ୍କାଳ ବୁକିଂ ୱିଣ୍ଡୋ ଖୋଲେ, ତାହାର ୩୦ ମିନିଟ୍ ମଧ୍ୟରେ ଏଜେଣ୍ଟ ଟିକେଟ୍ ବୁକିଂ କରି ପାରିବେ ନାହିଁ । ଏସି (ଶୀତତାପ ନିୟନ୍ତ୍ରିତ) ଟିକେଟ୍ ଦିନ ୧୦ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଏଜେଣ୍ଟ ବୁକ୍ କରିପାରିବେ ନାହିଁ । ସେହିଭଳି ଅଣ ଶୀତତାପ ନିୟନ୍ତ୍ରିତ ଟିକେଟ୍ ଦିନ ୧୧ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବୁକ୍ କରିପାରିବେନି ଏଜେଣ୍ଟ ।

ତଥାପି କେମିତି ମିଳେ କନଫର୍ମ ଟିକେଟ୍ ?

ତତ୍କାଳ ୱିଣ୍ଡୋ ଖୋଲିବାର ଅଧ ଘଣ୍ଟା ପରେ ଏଜେଣ୍ଟ ଟିକେଟ୍ ବୁକ୍ କରୁଥିଲେ ମଧ୍ୟ କନଫର୍ମ ଟିକେଟ୍ ମିଳିଥାଏ । ଯଦି ନିୟମ ଦେଖିବା ରେଲୱେ ଏଜେଣ୍ଟଙ୍କୁ କୌଣସି ସ୍ଵତନ୍ତ୍ର କୋଟା ମିଳି ନଥାଏ । ଏପରିକି କାଉଣ୍ଟର ଓ ଏଜେଣ୍ଟ ତତ୍କାଳ ଟିକେଟ୍ ବୁକ୍ ପାଇଁ ଯାତ୍ରୀଙ୍କ ମୋବାଇଲ୍ ନମ୍ବରରେ OTP ଦେବା ବାଧ୍ୟତାମୂଳକ କରାଯାଇଛି । ଯେଉଁଥିରେ ସମୟ ଲାଗେ ।

ଏଥିସହ ପଢ଼ନ୍ତୁ: ଗୁଲମର୍ଗରେ ଖରାପ ହୋଇଗଲା ରୋପୱେ, ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନା ସାମିଲ୍ 

କିନ୍ତୁ ଏତେ ନିୟମ ପରେ ବି ଏଜେଣ୍ଟ କନଫର୍ମ ଟିକେଟ୍ ଦେଇଥାନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ ମଧ୍ୟ । ତେବେ ତତ୍କାଳ ଟିକେଟ୍ ବୁକିଂ ବେଳେ ଏଜେଣ୍ଟ ଅଟୋ ଫିଲ୍ ଭଳି ଟୁଲ୍ସର ବ୍ୟବହାର କରନ୍ତି । ଯେଉଁଠି ସାଧାରଣ ଲୋକ ୪୦ରୁ ୬୦ ସେକେଣ୍ଡ ସମୟ ନିଅନ୍ତି, ସେଠି ଏଜେଣ୍ଟ ୫ରୁ ୧୦ ସେକେଣ୍ଡରେ ଫର୍ମ ପୂରଣ କରି ନିଅନ୍ତି ।

ଦ୍ରୁତ ଇଣ୍ଟରନେଟ୍ ସହ ମାଷ୍ଟର ଆଦିର ବ୍ୟବହାର କରିଥାନ୍ତି ଏଜେଣ୍ଟ । କ୍ୟାପଚା ଭରିବା ଲାଗି ମଧ୍ୟ ଟୁଲ୍ସର ବ୍ୟବହାର କରିବା ଦ୍ଵାରା ସମୟ ବଞ୍ଚିଯାଏ । ଆଇଆରସିଟିସି ପକ୍ଷରୁ ଏଆଇ ଓ ବଟ୍ସର ବ୍ୟବହାର ବନ୍ଦ କରାଯାଇଛି । ତଥାପି ଏଜେଣ୍ଟ କନଫର୍ମ ଟିକେଟ୍ ବୁକ୍ କରିବା ଆଇଆରସିଟିସିର ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IRCTC Tatkal Booking: How Agents Get Confirm Tickets Faster | Argus News | Argus News