Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Politics / INDI Alliance ମେଣ୍ଟର ମିଳିଲା ସହମତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ତେଜସ୍ଵୀ ଯାଦବ

Ritu Das
Browse all articles by Ritu Das
·8 months ago·3 min read
INDI Alliance ମେଣ୍ଟର ମିଳିଲା ସହମତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ତେଜସ୍ଵୀ ଯାଦବ

Key Points

ରୋଚକ ହେଉଛି ବିହାର ରାଜନୀତି। ମହାଗଠବନ୍ଧନର କିଏ ଧରିବ ମଙ୍ଗ, ଏହି ଚର୍ଚ୍ଚାରେ ଅନ୍ତ ଘଟିଛି। ତେଜସ୍ୱୀ ଯାଦବଙ୍କୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ପ୍ରୋଜେକ୍ଟ କରାଯାଇଛି।
ରୋଚକ ହେଉଛି ବିହାର ରାଜନୀତି। ମହାଗଠବନ୍ଧନର କିଏ ଧରିବ ମଙ୍ଗ, ଏହି ଚର୍ଚ୍ଚାରେ ଅନ୍ତ ଘଟିଛି। ତେଜସ୍ୱୀ ଯାଦବଙ୍କୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ପ୍ରୋଜେକ୍ଟ କରାଯାଇଛି। ସେହିପରି ଇଣ୍ଡି ମେଣ୍ଚ (INDI Alliance) ସରକାର ବହୁମତ ପାଇଲେ ମୁକେଶ ସାହାଣୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସହମତି ପ୍ରକାଶ ପାଇଛି । ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ନେତା ଅଶୋକ ଗେହଲଟ୍। ସେ କହିଛନ୍ତି ଯେ ଯଦି ମହାଗଠବନ୍ଧନ ସରକାର ଗଠନ କରେ ତେବେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ। ସାମ୍ବାଦିକ ସମ୍ମିଳନୀ ପାଇଁ ପ୍ରସ୍ତୁତ ମଞ୍ଚରେ ପୋଷ୍ଟରରେ କେବଳ ତେଜସ୍ୱୀ ଯାଦବଙ୍କ ଫଟୋ ରହିଥିଲା।

ଆହୁରି ପଢ଼ନ୍ତୁ: ବିହାର ମହାମେଣ୍ଟରେ ଫାଟ ଜଳଜଳ, କେହି କାହା କଥା ଶୁଣିବାକୁ ନାରାଜ !

୨୦୨୫ ବିହାର ନିର୍ବାଚନ ପାଇଁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ମେଣ୍ଟ ଏକ ସହମତିରେ ପହଞ୍ଚିଛି। ଏହା ବ୍ୟତୀତ, ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମେଣ୍ଟ “ଚଲୋ ବିହାର..ବିହାର ବଦଲେ” ସ୍ଲୋଗାନ ମଧ୍ୟ ଆରମ୍ଭ କରିବ।
ଏହି ସମ୍ମିଳନୀ ପାଟନାର ମୌର୍ଯ୍ୟ ହୋଟେଲରେ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ସହଯୋଗୀ ଦଳର ମୁଖ୍ୟମାନେ ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀର ପୋଷ୍ଟରରେ ତେଜସ୍ୱୀ ଯାଦବଙ୍କ ଫଟୋ ରହିଛି। ପୋଷ୍ଟରରେ ଅନ୍ୟ କୌଣସି ନେତାଙ୍କ ଫଟୋ ନାହିଁ। କେବଳ RJD, କଂଗ୍ରେସ, CPI(ML), CPI(M), CPI, ଏବଂ IIIP ର ପ୍ରତୀକ ପ୍ରଦର୍ଶିତ ହୋଇଛି।

କହିରଖୁଛୁ ଯେ, ଯେତେବେଳେ ବିହାର ନିର୍ବାଚନ ପାଇଁ ବିହାର ମେଣ୍ଟ ମଧ୍ୟରେ ଆସନ ବଣ୍ଟନ ଚୁକ୍ତିନାମା ଚୂଡ଼ାନ୍ତ ହୋଇଥିଲା, କଂଗ୍ରେସ ସମେତ କୌଣସି ସହଯୋଗୀ ଦଳ ଏଥିରେ ଖୁସି ନ ଥିଲେ। ଏହି ସହମତି ଅଭାବରୁ ଇଣ୍ଡି ଆଲାଏନ୍ସ (INDI Alliance) ସହଯୋଗୀ ଦଳଗୁଡ଼ିକ ୧୦ରୁ ଅଧିକ ଆସନରେ ମୁହାଁମୁହିଁ ହୋଇଥିଲେ। ଏହି କାରଣରୁ ସେମାନେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କୌଣସି ନିଷ୍କର୍ସରେ ପହଞ୍ଚିପାରିନଥିଲେ । ଏହି ସମସ୍ୟାର ସମାଧାନ ପାଇଁ, ବରିଷ୍ଠ କଂଗ୍ରେସ ନେତା ଏବଂ ବିହାର ନିର୍ବାଚନ ପ୍ରଭାରୀ ଅଶୋକ ଗେହଲଟ୍ ବୁଧବାର ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ।

ଏହି ବୈଠକରେ ଅଶୋକ ଗେହଲଟ୍ ମତବ୍ୟକ୍ତ କରିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ଭିତରେ ସବୁକିଛି ଠିକ୍ ଅଛି ଏବଂ ଖୁବ୍ ଶୀଘ୍ର ସ୍ଥିତି ସ୍ପଷ୍ଟ ହୋଇଯିବ। ଏହା ବିଶ୍ୱାସ କରାଯାଉଛି ଯେ କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ଏହି ଆଲୋଚନା ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଥିବା ଦ୍ୱନ୍ଦ୍ୱର ସମାଧାନ କରିଛି ଏବଂ ସେମାନେ ଏକ ସହମତିରେ ପହଞ୍ଚିପାରିଛନ୍ତି ଯେ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ।

ଅଶୋକ ଗେହଲଟ୍ ଏବଂ ବିହାର କଂଗ୍ରେସ ପ୍ରଭାରୀ କିଷ୍ଣା ଆଲ୍ଲାଭାରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କ ସହ ଯୋଗାଯୋଗ କରିଥିଲେ। ଏବେ ପର୍ଯ୍ୟନ୍ତ, ମହାଗଠବନ୍ଧନ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ରହିଛି। ମହାଗଠବନ୍ଧନର ପ୍ରାର୍ଥୀମାନେ ୧୩ ଆସନରେ ପରସ୍ପର ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। RJD ଏବଂ କଂଗ୍ରେସ ପ୍ରାର୍ଥୀ ସର୍ବାଧିକ ଆସନରେ ମୁହାଁମୁହିଁ ହେଉଛନ୍ତି। ମହାଗଠବନ୍ଧନରେ ବର୍ତ୍ତମାନ ମୋଟ ୨୫୨ ପ୍ରାର୍ଥୀ ଅଛନ୍ତି। ଆରଜେଡିର ୧୪୩ ପ୍ରାର୍ଥୀ, କଂଗ୍ରେସ ୬୧, ସିପିଆଇ (ଏମଏଲ) ୨୦, ସିପିଆଇ ୯, ସିପିଏମ ୪ ଏବଂ ଭିଆଇପି ୧୫ ପ୍ରାର୍ଥୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ୧୨ ଆସନରେ ପରସ୍ପର ବିରୋଧରେ ମହାମେଣ୍ଟ ପ୍ରାର୍ଥୀଙ୍କ ଲଢ଼େଇ, ପରୋକ୍ଷରେ ବଢ଼ୁଛି NDAର ଶକ୍ତି

ବିହାର ମହାମେଣ୍ଟରେ ମହାବିଦ୍ରୋହ । ୨୪୩ ଆସନରେ ମହାମେଣ୍ଟ ୨୫୫ ପ୍ରାର୍ଥୀ ଘୋଷଣା କରି ଅନ୍ତଃକନ୍ଦଳକୁ ପଦାରେ ପକାଇଛନ୍ତି । ନିଜ ନିଜ ମଧ୍ୟରେ ନିର୍ବାଚନ ଲଢୁଥିବା କଂଗ୍ରେସ, RJD, CPI, VIP ନେତା ବିହାରର ବିକାଶ ନୁହେଁ ବରଂ ସ୍ଵାର୍ଥ ପୂରଣ ପାଇଁ ପ୍ରୟାସ କରୁଥିବା କଟାକ୍ଷ କରିଛି ବିଜେପି ।

ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେଉଛି । ମୁଜାଫରପୁର ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ଼ ଘୋଷଣା କରି ରାଜ୍ୟବାସୀଙ୍କୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ଆହ୍ଵାନ ଦେଇଛନ୍ତି ।ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେଉଛି । ମୁଜାଫରପୁର ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ଼ ଘୋଷଣା କରି ରାଜ୍ୟବାସୀଙ୍କୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ଆହ୍ଵାନ ଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tejashwi Yadav Named INDIA Bloc’s Chief Minister Candidate | Argus News