Videos
|
National

Stray Dog Attack / ବେଡ୍‌ରେ ଶୋଇଥିଲେ ୭୦ବର୍ଷୀୟ ବୃଦ୍ଧ; ଘରେ ପଶି ମାରିଦେଲା ବୁଲା କୁକୁର

Debashree Debasmita Sahoo
Browse all articles by Debashree Debasmita Sahoo
·48 mins ago·2 min read
ବେଡ୍‌ରେ ଶୋଇଥିଲେ ୭୦ବର୍ଷୀୟ ବୃଦ୍ଧ; ଘରେ ପଶି ମାରିଦେଲା ବୁଲା କୁକୁର
Stray Dog Attack

Key Points

ସାବଧାନ ! ମାତିଛନ୍ତି ବୁଲା କୁକୁର
ଘରେ ପଶି ବୃଦ୍ଧଙ୍କ ଜୀବନ ନେଲା
ତେଲେଙ୍ଗାନା ମଞ୍ଚେରିୟଲ ଜିଲ୍ଲାରେ ବୁଲା କୁକୁର ଦଳ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ନେଇଛନ୍ତି । ରାତିରେ ଘର ଭିତରେ ଶୋଇଥିଲେ ୭୦ ବର୍ଷୀୟ ବୃଦ୍ଧ । ହଠାତ୍ ଘର ଭିତରେ ପଶିଥିଲେ ବୁଲା କୁକୁର ଦଳ । ଆଉ ହିଂସ୍ର ହୋଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ବୃଦ୍ଧଙ୍କ ଚିତ୍କାର ଶୁଣି ତାଙ୍କ ଭାଇ ତୁରନ୍ତ ସେଠାରେ ପହଞ୍ଚିଥିଲେ ଓ ବୁଲା କୁକୁରମାନଙ୍କୁ ଘରୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ଆଡ଼କୁ ମଧ୍ୟ ବୁଲା କୁକୁର କାମୁଡ଼ିବାକୁ ମାଡ଼ି ଆସିଥିଲେ ।

ଏହି ଘଟଣା ମଞ୍ଚେରିୟଲ ଜିଲ୍ଲାର ଦାଣ୍ଡେପଲ୍ଲୀ ଅଞ୍ଚଳର ଘଟଣା । ହିଂସ୍ର କୁକୁର ଦଳ ଶେଷରେ ବୃଦ୍ଧଙ୍କ ଜୀବନ ନେଇଯାଇଥିବା ଜଣାପଡ଼ିଛି । ମୃତକ ଜଣକ ହେଉଛନ୍ତି ୭୦ ବର୍ଷୀୟ ଔରଙ୍ଗତୀ ପୌଶନ୍ନା । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବୃଦ୍ଧ ଜଣକ ତାଙ୍କ ଘରେ ଶୋଇଥିଲେ । ଏହି ସମୟରେ ବୁଲା କୁକୁର ଦଳ ହଠାତ୍ ଘରେ ଭିତରେ ପଶି ତାଙ୍କୁ ଆକ୍ରମଣ କରିଥିଲେ । ବୃଦ୍ଧଙ୍କ ବଡ଼ ଭାଇ ଆସି କୁକୁରକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ବିଫଳ ହୋଇଥିଲେ । ଏହାପରେ ସାହି ପଡ଼ିଶା ଲୋକ ଆସି କୁକୁର ଦଳକୁ ମାରି ଘଉଡ଼ାଇଥିଲେ ।

  • ଚାଲିଗଲା ବୃଦ୍ଧଙ୍କ ଜୀବନ
ଏହି ଘଟଣା ସମ୍ପର୍କରେ ଗାଁ ଲୋକେ ଦୋଣ୍ଡେପଲ୍ଲୀ ସରପଞ୍ଚ ରାଜେଶ୍ଵରଙ୍କୁ ସୂଚନା ଦେଇଥିଲେ । ସରପଞ୍ଚ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଯେତେବେଳେ ୧୦୮ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ପୌଶନ୍ନାଙ୍କ ଯାଞ୍ଚ କରିଥିଲା । ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପଢନ୍ତୁ ଏହି ଖବର: ମାନସିକ ବିକାର ମହିଳାଙ୍କୁ ଦୁଷ୍କର୍ମରୁ ବଞ୍ଚାଇଲା ବୁଲା କୁକୁର; ମଦ୍ୟପ ଯୁବକଙ୍କୁ କଲା ନାକେଦମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଚିନ୍ତାରେ ସ୍ଥାନୀୟ ଲୋକେ
ଘରେ ପଶି ବୃଦ୍ଧଙ୍କୁ ବୁଲା କୁକୁର ଝୁଣିବାକୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି । ସ୍ଥାନୀୟ ଲୋକେ ବୁଲା କୁକୁରଙ୍କୁ ନେଇ ଭୟଭୀତ ଥିବା ସହ ଚିନ୍ତାରେ ପଡ଼ିଛନ୍ତି । ଏହି ଘଟଣାରେ ପୌଶନ୍ନାଙ୍କ ମୃତ୍ୟୁ ହେବା ସହ ତାଙ୍କ ବଡ଼ ଭାଇ ମଧ୍ଯ ଆହତ ହୋଇଛନ୍ତି । ବୁଲା କୁକୁର କାହିଁକି ଏପରି ହିଂସ୍ର ହେଉଛନ୍ତି ଓ କିପରି ଘରେ ପଶି ଆକ୍ରମଣ କରୁଛନ୍ତି ତାକୁ ନେଇ ବେଶ ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ ବୁଲା କୁକୁର ଆକ୍ରମଣର ଘଟଣା ସାମ୍ନାକୁ ଆସିଛି । ସମ୍ପ୍ରତି ବୁଲା କୁକୁର ଆତଙ୍କ ଓ ଲୋକଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।