Videos
|
National

Telangana Minister Vakiti Srihari / ଅସୁସ୍ଥ ଅଧିକାରୀଙ୍କୁ CPR ଦେଲେ ମନ୍ତ୍ରୀ; ହେଲେ ତଥାପି ଚାଲିଗଲା ଜୀବନ

Subhramjit Ray
Browse all articles by Subhramjit Ray
·35 mins ago·2 min read
ଅସୁସ୍ଥ ଅଧିକାରୀଙ୍କୁ CPR ଦେଲେ ମନ୍ତ୍ରୀ; ହେଲେ ତଥାପି ଚାଲିଗଲା ଜୀବନ
Telangana Minister Vakiti Srihari

Key Points

ମଙ୍ଗଳବାର ସକାଳେ ତେଲେଙ୍ଗାନା ବିଧାନସଭା ପରିସରରେ ଜଣେ ଅଧିକାରୀ ହଠାତ୍ ତଳେ ପଡ଼ିଗଲେ। ଏହା ଦେଖିବା ପରେ, ସେଠାରେ ଉପସ୍ଥିତ ରାଜ୍ୟ ପଶୁପାଳନ ମନ୍ତ୍ରୀ ତୁରନ୍ତ CPR ପ୍ରଦାନ କରିବା ସହ ଅଧିକାରୀଙ୍କୁ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କଲେ।
Telangana minister performs CPR at Assembly:  ମଙ୍ଗଳବାର (୮ ସେପ୍ଟମ୍ବର) ତେଲେଙ୍ଗାନା ବିଧାନସଭା ପରିସରରେ ଘଟିଯାଇଛି ଏକ ଛାତି ଥରାଇଦେବା ଭଳି ଘଟଣା। ବିଧାନସଭା ପରିସରରେ ତଳେ ପଡ଼ି ଛଟପଟ ହେଉଥିବା ଜଣେ ଅଧିକାରୀଙ୍କୁ ତେଲେଙ୍ଗାନା ସରକାରଙ୍କ ପଶୁପାଳନ ମନ୍ତ୍ରୀ ବକିଟି ଶ୍ରୀହରି ଅସୁସ୍ଥ ହୋଇ ପଡ଼ିଥିବା ଜଣେ ଅଧିକାରୀଙ୍କୁ CPR ଦେଇଥିଲେ। କାରଣ ଅଧିକାରୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରେ ସେହି ଅଧିକାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମଙ୍ଗଳବାର ସକାଳେ ତେଲେଙ୍ଗାନା ବିଧାନସଭା ପରିସରରେ ହଠାତ୍ ଜଣେ ଅଧିକାରୀ ତଳେ ପଡ଼ିଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ରାଜ୍ୟ ପଶୁପାଳନ ମନ୍ତ୍ରୀ ବକିଟି ଶ୍ରୀହରି ତୁରନ୍ତ ତାଙ୍କୁ CPR ପ୍ରଦାନ କରିବା ସହ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲେ। ହେଲେ ତଥାପି ଡାକ୍ତର ଅସୁସ୍ଥ ହୋଇ ପଡ଼ିଥିବା ଅଧିକାରୀଙ୍କୁ ମୃତ ଘୋଷଣା କରିଥିଲେ।

ଏହା ସହ ପଢନ୍ତୁ: ଭାଷଣ ଦେବା ବେଳେ ଅଚାନକ ଅସୁସ୍ଥ ହୋଇଗଲେ ମନ୍ତ୍ରୀ; ଭିଡ଼ିଓ ଭାଇରାଲ

ମିଳିଥିବା ଖବର ଅନୁଯାୟୀ ତେଲେଙ୍ଗାନା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ମୁଖ୍ୟ ସଚିବ ନବୀନ ମିତ୍ତଲଙ୍କ ବ୍ୟକ୍ତିଗତ ସଚିବ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଧାନସଭା ପରିସରରେ ହଠାତ୍ ବିଗିଡ଼ି ଯାଇଥିଲା। ଏହା ଦେଖିବା ପରେ ସେଠାରେ ଉପସ୍ଥିତ ପଶୁପାଳନ ମନ୍ତ୍ରୀ ବକିଟି ଶ୍ରୀହରି ତାଙ୍କୁ CPR ପ୍ରଦାନ କରିଥିଲେ। ଏହା ପରେ ସେ ମେଡ଼ିକାଲ କର୍ମଚାରୀଙ୍କୁ ଡାକି ରାଜୁଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲେ। ଡାକ୍ତରଖାନାକୁ ନିଆଯିବା ପରେ ଡାକ୍ତର, ରାଜୁଙ୍କୁ ମୃତ ଘୋଷଣା କରିଥିଲେ।

CPR କ’ଣ?
କାର୍ଡିଓପଲମୋନାରି ରିସସିଟେଶନ୍ (Cardiopulmonary Resuscitation) ଏକ ଜରୁରୀକାଳୀନ ଜୀବନ ରକ୍ଷାକାରୀ ପ୍ରକ୍ରିୟା। ଯେତେବେଳେ ହୃଦୟ ସ୍ପନ୍ଦନ ବନ୍ଦ ହୋଇଯାଏ ସେତେବେଳେ CPR ଦିଆଯାଏ। CPR ଜଣେ ବ୍ୟକ୍ତିଙ୍କୁ ହୃଦଘାତରୁ ବଞ୍ଚିବାରେ ସାହାଯ୍ୟ କରିପାରେ। ସମାଜରେ ସିପିଆର (CPR) ବିଷୟରେ ସଚେତନତା ବୃଦ୍ଧି କରିବା ଗୁରୁତ୍ୱପୂର୍ଣ୍ଣ। ହୃଦଘାତ ହେବା ପରେ ଜଣେ ବ୍ୟକ୍ତି ତୁରନ୍ତ ଅଚେତ ହୋଇଯାନ୍ତି। ଯଦି ସେତେବେଳେ ତୁରନ୍ତ ତାଙ୍କର CPR କରାଯାଏ ଏବଂ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ, ତାହେଲେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: