Crocodile Attack / ନଦୀ ପାର୍ ବେଳେ ଡଙ୍ଗା ନିକଟରୁ ଜଣଙ୍କୁ ଟାଣି ନେଲା କୁମ୍ଭୀର
·1 hour ago·2 min read

Key Points
ନଦୀ ପାର୍ ବେଳେ ଜଣଙ୍କୁ କୁମ୍ଭୀର ଟାଣି ନେଇଛି । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ । ଖରସ୍ରୋତା ନଦୀ ପାର୍ ହେବା ଲାଗି ଡଙ୍ଗା ନିକଟକୁ ଯାଉଥିବା ବେଳେ କୁମ୍ଭୀର ଜଣଙ୍କୁ ଟାଣି ନେଇଥିବା ଜଣାପଡ଼ିଛି ।
ରାଜକନିକା (କେନ୍ଦ୍ରାପଡ଼ା): ବନ୍ୟା ଭିତରେ ବଢ଼ୁଛି କୁମ୍ଭୀର ଆତଙ୍କ । ନଦୀ ପାର୍ ବେଳେ ଜଣଙ୍କୁ କୁମ୍ଭୀର ଟାଣି ନେଇଛି । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ । ଖରସ୍ରୋତା ନଦୀ ପାର୍ ହେବା ଲାଗି ଡଙ୍ଗା ନିକଟକୁ ଯାଉଥିବା ବେଳେ କୁମ୍ଭୀର ଜଣଙ୍କୁ ଟାଣି ନେଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଖରସ୍ରୋତା ନଦୀର ଗୋଟିଏ ପାର୍ଶ୍ଵରେ ଭିତରକନିକା ରହିଥିବା ବେଳେ ଅପର ପାର୍ଶ୍ଵରେ ରହିଛି ଦ୍ଵୀପାଞ୍ଚଳ ଗାଁ ଗଙ୍ଗାଧର ପ୍ରସାଦ ଡିଆ । ଗାଁରେ ଲୋକେ ନଦୀ ପାର୍ ହୋଇ ସଉଦା ପତ୍ର ପାଇଁ ଆସିଥାନ୍ତି । ସକାଳେ ଗାଁର ପରେଶ୍ଵର ବେହେରା ସଉଦା ଆଣିବା ଲାଗି ନଦୀ ପାର୍ ହେବାକୁ ଆସିଥିଲେ ।
ଏଥିସହ ପଢ଼ନ୍ତୁ: ବର୍ଷା-ବନ୍ୟାରେ ବେହାଲ ଓଡ଼ିଶା ୧୭୪ ସ୍କୁଲ୍-ଅଙ୍ଗନବାଡ଼ିରେ ତାଲା
ପରେଶ୍ଵର ଡଙ୍ଗାରେ ନଦୀ ପାର୍ ହେବା ଲାଗି ଯିବା ବେଳେ ହଠାତ୍ ତାଙ୍କୁ ଏକ କୁମ୍ଭୀର ଭିଡ଼ି ନେଇଥିଲ । ଡଙ୍ଗାରେ ଥିବା ଅନ୍ୟ ଲୋକ ପରେଶ୍ଵରଙ୍କୁ କୁମ୍ଭୀର ମୁହଁରୁ ଟାଣି ଆଣିବା ପାଇଁ ପ୍ରୟାସ କରି ବିଫଳ ହୋଇଛନ୍ତି । ଏବେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପରେଶ୍ଵରଙ୍କୁ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି ।
ବର୍ତ୍ତମାନ କୁମ୍ଭୀର ମାନଙ୍କ ପ୍ରଜନନ ସମୟ ହୋଇଥିବା ବେଳେ ସେମାନେ ହିଂସ୍ର ପାଲଟିଛନ୍ତି । ଖରସ୍ରୋତା ନଦୀରେ କୁମ୍ଭୀରମାନେ ବୁଲୁଛନ୍ତି । ଗଙ୍ଗାଧର ପ୍ରସାଦ ଡିଆ ଗାଁକୁ ଘେରି ରହିଛି ଖରତ୍ସୋତା ନଦୀ । ପୂର୍ବରୁ ଜୟନଗର ପାଖରେ ରାସ୍ତା ଉପରେ କୁମ୍ଭୀରକୁ ଦେଖିବାକୁ ମିଳିଥିଲା । ଏବେ ନଦୀରେ ବାରମ୍ବାର ବନ୍ୟା ଆସୁଥିବା ବେଳେ ଆଳି, ରାଜନଗର ଅଞ୍ଚଳରେ କୁମ୍ଭୀରଙ୍କୁ ଦେଖିବାକୁ ମିଳୁଛି ।
ବାଲିମେଳା ଘାଟିରେ କୁମ୍ଭୀର
ସେପଟେ ମାଲକାନିଗିରି ଜିଲ୍ଲା ବାଲିମେଳା ଘାଟିର ମୁଖ୍ୟ ରାସ୍ତାରେ ବୁଲୁଛି କୁମ୍ଭୀର । ରାତିରେ ରାସ୍ତା ଉପରେ କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଯାତାୟାତ କରୁଥିବା ଲୋକେ । ଜଣେ କାର୍ ଚାଳକଙ୍କ ମୋବାଇଲ୍ କ୍ୟାମେରାରେ କୁମ୍ଭୀରର ଭିଡିଓ କଏଦ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ରୋଷେଇ ଘର ସ୍ଲାବ ତଳେ ମାଆର ଶବ; ହତ୍ୟା କରି ପ୍ଲାଷ୍ଟର କରିଦେଲା ପୁଅ
ଗତକାଲି ରାତିରେ ଘାଟି ରାସ୍ତାରେ କୁମ୍ଭୀରଟିକୁ ଦେଖିବାକୁ ମିଳିଥିବା କୁହାଯାଉଛି । ଅନ୍ଧାର ରାତିରେ ହଠାତ୍ ରାସ୍ତା ଉପରେ କୁମ୍ଭୀର ଦେଖି ଗାଡ଼ି ଚାଳକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । କାର୍ ଭିତରୁ ମୋବାଇଲ୍ରେ ଏହି ଦୃଶ୍ୟକୁ ରେକର୍ଡ କରାଯାଇଛି । ତେବେ କୁମ୍ଭୀରଟି କେଉଁଠାରୁ ରାସ୍ତା ଉପରକୁ ଆସିଲା ଏବଂ ଏହା ପୁଣି ଜଳଭଣ୍ଡାର ଅଭିମୁଖେ ଫେରିଗଲା କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories