Sunstroke Death / ଅଂଶୁଘାତରେ ଟଳି ପଡ଼ିଲେ ୧୬ ଜଣ, ସରକାର ଦେବେ ୪ ଲକ୍ଷ ଲେଖାଏଁ ସହାୟତା
·1 hour ago·2 min read

Key Points
ଡହ ଡହ ଖରା, ଜଳି ଯାଉଛି ଦେହ । ଗ୍ରୀଷ୍ମପ୍ରବାହ ଦିନକୁ ଦିନ ଅସହ୍ୟ ହେଉଥିବା ବେଳେ ଅଂଶୁଘାତରେ ଚାଲି ଯାଇଛି ୧୬ ଜଣଙ୍କ ଜୀବନ ।
ହାଇଦ୍ରାବାଦ: ଦେଶର ବିଭିନ୍ନ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କହିବାକୁ ଗଲେ ପୁରା ଭାରତ ଡହ ଡହ ତାତିରେ ଜଳୁଛି । ଦକ୍ଷିଣ ଭାରତରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ହିଟ୍ୱେଭ୍ ଜାରି ରହିଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି ।
ତେଲଙ୍ଗାନାରେ ଅଂଶୁଘାତରେ ୧୬ ଜଣ ପ୍ରାଣ ହରାଇଛନ୍ତି । ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ଏନେଇ ସୂଚନା ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଲେଖାଏଁ ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଆଉ ୫ ଦିନ ପ୍ରଚଣ୍ଡ ତାତି; ଖରାରେ ଗଲାଣି ୩ ଜଣଙ୍କ ଜୀବନ
ଚଳିତବର୍ଷ ତେଲଙ୍ଗାନାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେଉଛି । ପ୍ରବଳ ଖରା ହେଉଥିବା ବେଳେ ଏବେ ସୁଦ୍ଧା ଅଂଶୁଘାତରେ ୧୬ ଜଣଙ୍କ ଜୀବନ ଯାଇଛି । ଶନିବାର ରାଜସ୍ଵ ମନ୍ତ୍ରୀ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଜିଲ୍ଲାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ।
ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ ଜୟଶଙ୍କର ଭୂପାଳପଲ୍ଲିଜିଲ୍ଲୀରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଛି । ୱାରଙ୍ଗଲ ଅର୍ବାନ, କରିମନଗର ଓ ନିଜାମାବାଦରେ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।"
ତେଲଙ୍ଗାନାରେ ଲଗାତାର ତାପମାତ୍ରା ବଢ଼ି ଚାଲିଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ 'ଲୁ' ଭଳି ସ୍ଥିତି ସୃଷ୍ଟି ହୋଇଛି । ପାଣିପାଗ ବିଭାଗ ଖରା ସମୟରେ ଘରୁ ଲୋକଙ୍କୁ ନ ବାହାରିବା ଲାଗି ପରାମର୍ଶ ଦେଇଛି । ଅଧିକ ପାଣି ପିଇବାକୁ ପରାମର୍ଶ ଦିଆଯାଉଛି ।
ଏଥିସହ ପଢ଼ନ୍ତୁ: ତାତିରୁ ମିଳିବ ତ୍ରାହି, ଖୁବଶୀଘ୍ର ଆସୁଛି ମୌସୁମୀ
କେଉଁ କେଉଁ ରାଜ୍ୟକୁ 'ଲୁ' ଆଲର୍ଟ ?
ପାଣିପାଗ ବିଭାଗ ଅନୁସାରେ, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଓ ବିଦର୍ଭର କିଛି ଅଞ୍ଚଳରେ 'ଲୁ' ଆଶଙ୍କା ରହିଛି । ଯେତେବେଳେ କି ବିହାର, ରାଜସ୍ଥାନ, ତେଲଙ୍ଗାନା, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼କୁ 'ଲୁ' ନେଇ ଆଲର୍ଟ ଜାରି କରାଯାଇଛି । ଅନେକ ସ୍ଥାନରେ ଉଷ୍ମ ରାତି ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି । ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

⚠️ Heatwave Warning 🔥🌡️
— India Meteorological Department (@Indiametdept) May 23, 2026
Scorching days ahead as heat wave to severe heat wave conditions are expected to continue across Central India for the next 7 days, spread over East & adjoining Peninsular India till 26th May, and intensify over Northwest India from 24th–29th May.
Limit… pic.twitter.com/rbi04LtDeh
ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ ଜୟଶଙ୍କର ଭୂପାଳପଲ୍ଲିଜିଲ୍ଲୀରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଛି । ୱାରଙ୍ଗଲ ଅର୍ବାନ, କରିମନଗର ଓ ନିଜାମାବାଦରେ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।"
ତେଲଙ୍ଗାନାରେ ଲଗାତାର ତାପମାତ୍ରା ବଢ଼ି ଚାଲିଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ 'ଲୁ' ଭଳି ସ୍ଥିତି ସୃଷ୍ଟି ହୋଇଛି । ପାଣିପାଗ ବିଭାଗ ଖରା ସମୟରେ ଘରୁ ଲୋକଙ୍କୁ ନ ବାହାରିବା ଲାଗି ପରାମର୍ଶ ଦେଇଛି । ଅଧିକ ପାଣି ପିଇବାକୁ ପରାମର୍ଶ ଦିଆଯାଉଛି ।
ଏଥିସହ ପଢ଼ନ୍ତୁ: ତାତିରୁ ମିଳିବ ତ୍ରାହି, ଖୁବଶୀଘ୍ର ଆସୁଛି ମୌସୁମୀ
କେଉଁ କେଉଁ ରାଜ୍ୟକୁ 'ଲୁ' ଆଲର୍ଟ ?
ପାଣିପାଗ ବିଭାଗ ଅନୁସାରେ, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଓ ବିଦର୍ଭର କିଛି ଅଞ୍ଚଳରେ 'ଲୁ' ଆଶଙ୍କା ରହିଛି । ଯେତେବେଳେ କି ବିହାର, ରାଜସ୍ଥାନ, ତେଲଙ୍ଗାନା, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼କୁ 'ଲୁ' ନେଇ ଆଲର୍ଟ ଜାରି କରାଯାଇଛି । ଅନେକ ସ୍ଥାନରେ ଉଷ୍ମ ରାତି ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି । ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories