Videos
|
National

Crorepati Woman / ରାତାରାତି କୋଟିପତି ହେଲେ ମହିଳା; ଆକାଉଣ୍ଟକୁ ଆସିଲା ୧୦ କୋଟି, କିନ୍ତୁ....

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ରାତାରାତି କୋଟିପତି ହେଲେ ମହିଳା; ଆକାଉଣ୍ଟକୁ ଆସିଲା ୧୦ କୋଟି, କିନ୍ତୁ....
Crorepati Woman

Key Points

ମହିଳାଙ୍କ ଆକାଉଣ୍ଟକୁ ଆସିଲା ୧୦ କୋଟି
ରାତାରାତି ହୋଇଗଲେ କୋଟିପତି
ହେଲେ ଟଙ୍କା ନେବାକୁ ମନ କଲେ
ଉତ୍ତରପ୍ରଦେଶ ମୈନପୁରୀ ଅଞ୍ଚଳରୁ ଏକ ଚମକେଇବା ପରି ଘଟଣା ସାମ୍ନାକୁ ଆସିଛି । ରାତାରାତି କୋଟିପତି ହୋଇଛନ୍ତି ମହିଳା । ତାଙ୍କ ବ୍ୟାଙ୍କ ଖାତାକୁ ଅଚାନକ କୋଟି କୋଟି ଟଙ୍କା ଆସିଛି । ଯେଉଁ ଖାତାରେ ପୂର୍ବରୁ ୪୫ ହଜାର ଟଙ୍କା ଥିଲା, ଏବେ ସେହି ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ୪୯ ହଜାର ୫୮୬ ଟଙ୍କା ଅଛି । ଏତେ ଗୁଡ଼ିଏ ଟଙ୍କା ଆକାଉଣ୍ଟରେ ଦେଖିବା ପରେ ପୁରା ପରିବାରର ହୋସ୍ ଉଡ଼ିଯାଇଛି । ହେଲେ ମହିଳାଙ୍କ ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସିଧା ସିଧା ଟଙ୍କା ନେବେ ନାହିଁ ବୋଲି ମହିଳା ଜଣକ କହିଛନ୍ତି ।

ଉତ୍ତରପ୍ରଦେଶ ବିଛବା ଥାନା ଅଞ୍ଚଳର ଦେବଗଞ୍ଜ ଗାଁରେ ଏହା ଘଟିଛି । ମହିଳା ଜଣକ ବ୍ୟାଙ୍କ ଆକାଉଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁନତାନଗଞ୍ଜ ଶାଖାରେ ଅଛି । ହେଲେ ହଠାତ ଏହି ଘଟଣାଟି ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ମହିଳାଙ୍କ ଆକାଉଣ୍ଟକୁ ପ୍ରାୟ ୧୦ କୋଟି ଟଙ୍କା କ୍ରେଡିଟ୍ ହୋଇଥିବା ତାଙ୍କ ମୋବାଇଲ ନମ୍ବରକୁ ମେସେଜ ଆସିଥିଲା । ମହିଳାଙ୍କ ଖାତାରେ ପୂର୍ବରୁ ମାତ୍ର ୪୫ ହଜାର ଟଙ୍କା ଥିଲା । ଯେତେବେଳେ ମୋବାଇଲରେ ମେସେଜ ଦେଖି ମହିଳାଙ୍କ ପୁଅ ଏଟିଏମରେ ବାଲାନ୍ସ ଯାଞ୍ଚ କରିଥିଲେ, ସେତେବେଳେ ସ୍କ୍ରିନରେ ୯,୯୯,୪୯,୫୮୬ ବା ପ୍ରାୟ ୧୦ କୋଟି ଟଙ୍କା ଦେଖାଇଥିଲା ।

  • ସଚ୍ଚୋଟତାର ପରିଚୟ ଦେଲେ ମହିଳା
ମଣିଷ ଅନେକ ସମୟରେ ଲୋଭର ବଶବର୍ତ୍ତୀ ହୋଇଥାଏ । ଟଙ୍କା, ଧନରତ୍ନ ପାଇଁ ମାନବିକତା ହରାଇଥାଏ । ହେଲେ ମହିଳା ଜଣକ ନିଜ ବ୍ୟାଙ୍କ ଖାତାରେ ଲକ୍ଷ ଲକ୍ଷ ଟଙ୍କା ଦେଖି ଲୋଭାନ୍ଵିତ ହୋଇନଥିଲେ, ବରଂ ସେ ସଚ୍ଚୋଟତା ଦେଖାଇଥିଲେ । ମହିଳା ଜଣକ ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କୁ ଆଉ କାହାର ଟଙ୍କା ଦରକାର ନାହିଁ, ଯାହାର ଟଙ୍କା ସେ ନେଇଯାଆନ୍ତୁ । ସେ ସମ୍ପୂର୍ଣ୍ଣ ଟଙ୍କା ଫେରାଇବାକୁ ପ୍ରସ୍ତୁତ । ସେ ସଚ୍ଚୋଟତାର ପରିଚୟ ଦେଇ ନିଜ ବ୍ୟାଙ୍କ ଖାତାରୁ ଗୋଟିଏ ବି ଟଙ୍କା ଉଠାଇବାକୁ ଉଦ୍ୟମ କରିନଥିଲେ ।

ପଢନ୍ତୁ ଏହି ଖବର: ସାଇବର ଠକେଇର ଶିକାର ହେଲେ ବମ୍ବେ ହାଇକୋର୍ଟ ଜଜ୍; ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପ୍ରକୃତ କଥା ଜାଣିଲେ ଉଡିବ ହୋସ୍
ଯେତେବେଳେ ଏହି ଘଟଣା ବ୍ୟାଙ୍କ ଅଫ ଇଣ୍ଡିଆ ସୁଲତାନଗଞ୍ଜ ଶାଖାର ମ୍ୟାନେଜରଙ୍କ ନିକଟରେ ପହଞ୍ଚିଥିଲା, ସେତେବେଳେ ସେ ମହିଳାଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲେ । ଏହି ପୂରା ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି ବୋଲି ସେ ସ୍ପଷ୍ଟ କରିଥିଲେ । ସିଷ୍ଟମରେ କୌଣସି ତ୍ରୁଟି ଯୋଗୁଁ ମହିଳାଙ୍କ ଆକାଉଣ୍ଟରେ ଏପରି ଦେଖାଉଥିବା ସେ କହିଛନ୍ତି । ଯଦି ମହିଳା ଜଣକ ବ୍ୟାଙ୍କ ଆସୁଛନ୍ତି, ତେବେ ଏହି ସମସ୍ୟାର ସମାଧାନ କରାଯିବ । ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ଖୁଲାସା ପରେ ଲୋକେ ବ୍ୟାଙ୍କିଂ ସିଷ୍ଟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
Ten crores credited to UP Woman bank account | Argus News