Teachers / Teachers Eligibility Test: ଶିକ୍ଷକଙ୍କ ପାଇଁ ବଡ଼ ଖବର, TET ପାସ୍ ନ କଲେ ଦିଆଯିବ ବାଧ୍ୟତାମୂଳକ ଅବସର

Key Points
ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଲେ ସୁପ୍ରିମକୋର୍ଟ । ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ୨ ବର୍ଷରେ TET ପାସ୍ କରିବାକୁ ପଡ଼ିବ।
ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ସବୁ ଶିକ୍ଷକଙ୍କ ପାଇଁ TET ବାଧ୍ୟତାମୂଳକ । TET ବା ଟିଚର୍ ଏଲିଜିବିଲିଟି ଟେଷ୍ଟ ପାସ୍ କରିବା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶିକ୍ଷକଙ୍କ ପାଇଁ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ, ଶିକ୍ଷକମାନେ ୨ ବର୍ଷ ଭିତରେ TET ପାସ୍ ନ କଲେ ବାଧ୍ୟତାମୂଳକ ଅବସର ଦିଆଯିବ । ଯେଉଁମାନେ ୨୦୧୨ ପୂର୍ବରୁ ଚାକିରି କରିଥିବେ ସେମାନେ ମଧ୍ୟ TET ଦେବା ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
📱 Get Argus News App
✨ଅଧିକ ପଢ଼ନ୍ତୁ: ମୋଦିଙ୍କ ପାଇଁ ୧୦ ମିନିଟ୍ ଅପେକ୍ଷା କଲେ ପୁଟିନ୍, ଆଉ ତା' ପରେ ୧ ଘଣ୍ଟା ଧରି ଚାଲିଲା ସିକ୍ରେଟ୍ ମିଟିଂ
ତେବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଚାକିରି ଆଉ ୫ ବର୍ଷ ବାକି ଥିଲେ TET ବାଧ୍ୟତାମୂଳକ ନୁହେଁ । କିନ୍ତୁ TET ପାସ୍ ନ କଲେ କୌଣସି ଶିକ୍ଷକଙ୍କୁ ପଦୋନ୍ନତି ବା ପ୍ରମୋସନ ମିଳିବ ନାହିଁ । ମହାରାଷ୍ଟ୍ରର ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ରାୟ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଲାଗୁ ହେବ । ସମସ୍ତ ଶିକ୍ଷକଙ୍କୁ ଟିଚର୍ ଏଲିଜିବିଲିଟି ଟେଷ୍ଟ ଦେବାକୁ ହେବ । ଅର୍ଥାତ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସବୁ ଶିକ୍ଷକଙ୍କୁ ଦେବାକୁ ପଡ଼ିବ । ଦୁଇ ବର୍ଷ ଭିତରେ TET ପାସ୍ ନକଲେ ବାଧ୍ୟତାମୂଳକ ଅବସର ନେବାକୁ ହେବ । ଯାହା ଶିକ୍ଷକଙ୍କ ପାଇଁ ଚାଲେଞ୍ଜ ହୋଇପାରେ।
Related Topics
Explore more stories