Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କେଜରିୱାଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ କମିଶନର ନୋଟିସ୍ ଜାରି

National

କେଜରିୱାଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ କମିଶନର ନୋଟିସ୍ ଜାରି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କେଜରିୱାଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ କମିଶନର ନୋଟିସ୍ ଜାରି

ଅର୍ଗସ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ନୋଟିସ୍ ଜାରି କରିଛନ୍ତି ଜାତୀୟ ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ଓ ମନ୍ତବ୍ୟ ପାଇଁ ଉଭୟ ନେତାଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଉଭୟ ନେତାଙ୍କୁ ନୋଟିସ୍ ଜାରି କରିଛନ୍ତି ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ। ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବାରୁ କେଜରିୱାଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଆସନ୍ତା 16 ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ କାହିଁକି କାର୍ଯ୍ୟାନୁଷ୍ଠାନ ହେବନାହିଁ ଜବାବ ଦେବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନଜ୍ଜନକ ଟିପ୍ପଣୀ ପାଇଁ ଆପ୍‌ ନାଁରେ ଅଭିଯୋଗ କରିଥିଲା BJP।

ସେହିପରି ମଧ୍ୟପ୍ରଦେଶର ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମିଛ କଥା କହିଥିବାରୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଇଲେକ୍ସନ କମିସନ ନୋଟିସ୍ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ଭଳି ମନ୍ତବ୍ୟ ଦେଇଥିବାରୁ ପ୍ରିୟଙ୍କାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଆସନ୍ତା 16 ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ କାହିଁକି କାର୍ଯ୍ୟାନୁଷ୍ଠାନ ହେବନାହିଁ ଜବାବ ହେବାକୁ ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନଜ୍ଜନକ ଟିପ୍ପଣୀ ଦେଇଥିବା BJP ଅଭିଯୋଗ କରିଥିଲା।

ରାଜନୀତି ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The National Election Commission has issued a notice to Arvind Kejriwal and Congress general editor Priyanka Gandhi. | Argus News