ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ଗିରଫ କରିଛି ପୋଲିସ
·1 year ago

ଅର୍ଗସ ବ୍ୟୁରୋ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ଗିରଫ କରିଛି । ଏହି ୭ଜଣ ସୁଟରଙ୍କୁ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ପୋଲିସ ଗିରଫ କରିଛି। ସ୍ପେଶାଲ ସେଲ ଟିମ ମଧ୍ୟ ଏମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ପାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ଅଧିକ ପଢନ୍ତୁ : ସଲମାନ ଖାନ୍ଙ୍କୁ ପୁଣି ଧମକ; ମୁମ୍ଵାଇ ଟ୍ରାଫିକ୍ ପୋଲିସକୁ ଆସିଲା ମେସେଜ
ସ୍ପେଶାଲ ସେଲ ଦ୍ୱାରା ଗିରଫ ହୋଇଥିବା ୭ଜଣ ସୁଟରଙ୍କୁ ବାବା ସିଦ୍ଦିକୀଙ୍କ ମାମଲାରେ ପଚରାଉଚରା କରାଯାଇପାରିବ। ବାବା ସିଦ୍ଦିକୀଙ୍କ ହତ୍ୟା ପରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ସାରା ଦେଶରେ ସକ୍ରିୟ ହୋଇ ଲରେନ୍ସ ବିଷ୍ଣୋଇଙ୍କ ବିଭିନ୍ନ ସ୍ଥାନ ଉପରେ କ୍ରମାଗତ ଭାବେ ଟାର୍ଗେଟ କରୁଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: