Videos
|
National

ପ୍ୟାନ 2.0 ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପ୍ୟାନ 2.0 ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ

ଅର୍ଗସ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ପ୍ୟାନ 2.0 ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଖୁବଶୀଘ୍ର ଉବଲବ୍ଧ ହେବାକୁ ଯାଉଛି QR କୋଡ ଯୁକ୍ତ ପ୍ୟାନ କାର୍ଡ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର 14 ଶହ 35 କୋଟି ଟଙ୍କା ବିନିଯୋଗ କରିଛନ୍ତି । ପ୍ୟାନ 2.0 ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସେହିପରି କେନ୍ଦ୍ର କ୍ୟାବିନେଟ କୃଷି, ଶିକ୍ଷା, ଶକ୍ତି ଏବଂ ଭିତ୍ତିଭୂମି ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି।

ଅଧିକ ପଢନ୍ତୁ : ୫ ମାସ ଭିତରେ ଓଲଟିଗଲା ଦେଶର ରାଜନୈତିକ ବାତାବରଣ

ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା, ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍ସଗୁଡିକର ପ୍ରବେଶ ବୃଦ୍ଧି କରିବା ଏହି ନିଷ୍ପତ୍ତିଗୁଡ଼ିକର ଉଦ୍ଦେଶ୍ୟ । ଜାତୀୟ ପ୍ରାକୃତିକ କୃଷି ମିଶନ ଆରମ୍ଭ କରିବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ବାଧୀନ କେନ୍ଦ୍ରୀୟ ଯୋଜନା। ୨,୪୮୧ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି ମିଶନ ରାସାୟନିକ ମୁକ୍ତ ଚାଷ ପ୍ରଣାଳୀକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Union Cabinet has approved the PAN 2.0 project | Argus News