Videos
|
National

Thirupparankundram Deepam Controversy / ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜଳିଲାନି କାର୍ତ୍ତିଗାଇ ଦୀପମ୍, ବିବାଦରେ ବିଜୟ ସରକାର

Subhramjit Ray
Browse all articles by Subhramjit Ray
·14 mins ago·3 min read
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜଳିଲାନି କାର୍ତ୍ତିଗାଇ ଦୀପମ୍, ବିବାଦରେ ବିଜୟ ସରକାର
Photo Source: Social Media/AI

Key Points

ତାମିଲନାଡୁର ମଦୁରାଇ ସ୍ଥିତ ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ କାର୍ତ୍ତିଗାଇ ଦୀପମ୍ ଜଳାଇବାକୁ ନେଇ ବିବାଦ ତେଜିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦୀପ ଜଳାଯାଇନଥିବାରୁ ମଦୁରାଇ ଜିଲ୍ଲାପାଳ କ୍ଷମା ମାଗିଛନ୍ତି। ମନ୍ଦିର ଟ୍ରଷ୍ଟର ନିଷ୍ପତ୍ତିକୁ ନେଇ ବିଜୟ ସରକାର ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି।

ମଦୁରାଇ, ତାମିଲନାଡୁ: ରାଜ୍ୟର ମଦୁରାଇ ଜିଲ୍ଲାରେ ଅବସ୍ଥିତ ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ କର୍ତ୍ତିଗାଇ ଦୀପମ୍ ଜଳାଇବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଆହୁରି ତେଜିବାରେ ଲାଗିଛି। ଏହି ବିବାଦକୁ ନେଇ ତାମିଲନାଡୁ ରାଜନୀତି ସରଗରମ ହୋଇଉଠିଛି। ଏହି ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଗତକାଲି (୨୪ ନଭେମ୍ବର) ପାହାଡ଼ ଉପରେ ଥିବା ପଥର ସ୍ତମ୍ଭରେ ଦୀପ ଜଳାଯାଇ ନଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମଦୁରାଇ ଜିଲ୍ଲାପାଳ ନିଶାନ୍ତ କୃଷ୍ଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ହେଲେ ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କ ଉପରେ ସିଧାସଳଖ ଦୋଷ ଲଦିଛନ୍ତି।

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟ ସେଠାରେ ଦୀପ ଜଳାଇବାକୁ ଅନୁମତି ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛି। ମନ୍ଦିରର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର କୌଣସି ଆଇନଗତ ଅଧିକାର ପୋଲିସ କିମ୍ବା ପ୍ରଶାସନ ପାଖରେ ନାହିଁ। ସାମଗ୍ରିକ ଭାବରେ, ଏହି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଅନ୍ୟପଟେ ବିଜେପି ଏହାକୁ ହିନ୍ଦୁ ପରମ୍ପରା ଉପରେ ସିଧାସଳଖ ଆକ୍ରମଣ ବୋଲି କହି ଟିଭିକେ ସରକାରଙ୍କୁ ଟାର୍ଗେଟ୍ କରିଛି।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଏବଂ ଜିଲ୍ଲାପାଳଙ୍କ ଅସହାୟତା
ଗତ ମଙ୍ଗଳବାର (୨୪ ନଭେମ୍ବର) ସନ୍ଧ୍ୟାରେ ସୁପ୍ରିମକୋର୍ଟ ଥିରୁପ୍ପରନକୁନ୍ଦ୍ରମ୍ ପାହାଡ଼ରେ ଅବସ୍ଥିତ ଏକ ଦରଗା ପାଖରେ ଥିବା ଏକ ପଥର ସ୍ତମ୍ଭରେ ଅଧ ଘଣ୍ଟା ପାଇଁ ଦୀପ ଜାଳିବା ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଥିଲେ। କୋର୍ଟ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦୀପ ଜାଳିବା ପାଇଁ କେବଳ ମନ୍ଦିର ପ୍ରଶାସନକୁ ଅନୁମତି ଦେଇଥିଲେ। ଜିଲ୍ଲାପାଳ କୋର୍ଟ ଙ୍କୁ କହିଥିଲେ ଯେ ସେ ୫ ହଜାରରୁ ଅଧିକ ପୋଲିସ କର୍ମଚାରୀ ଏବଂ ମାଜିଷ୍ଟ୍ରେଟ୍ ଙ୍କୁ ନିୟୋଜିତ କରିଛନ୍ତି। ହେଲେ ମନ୍ଦିର ଟ୍ରଷ୍ଟ ଏହାର କୌଣସି ସଦସ୍ୟ ପଠାଇବାକୁ ମନା କରିଦେଇଥିଲେ। ଜିଲ୍ଲାପାଳ ଅସହାୟତା ପ୍ରକାଶ କରି କହିଥିଲେ ଯେ ଯେତେବେଳେ ମନ୍ଦିର ଟ୍ରଷ୍ଟ ନିଜେ ପଛକୁ ହଟିଗଲା, ସେତେବେଳେ ପ୍ରଶାସନ ଅନ୍ୟ କାହା ସହାୟତାରେ ନିଜେ ଦୀପ ଜାଳି ପାରିବ ନାହିଁ।

ଏହା ସହ ପଢନ୍ତୁ: ଅନଲାଇନ୍‌ରେ ସବୁ ସ୍ଲଟ୍ ବୁକ୍‌, ହେଲେ ମନ୍ଦିରରେ ଭକ୍ତ ଗାଏବ; ତଦନ୍ତ କରିବେ କେରଳ ସରକାର

"ଆଗମ ନିୟମ" ଉଲ୍ଲେଖ କରି ମନ୍ଦିର ଟ୍ରଷ୍ଟ ଧରିଲା ଜିଦ୍
ସମସ୍ତ ପ୍ରୟାସ ସତ୍ତ୍ୱେ, ସନ୍ଧ୍ୟା ୦୬:୦୦ ସମୟରୁ ସନ୍ଧ୍ୟା ୦୬:୩୦ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ପାହାଡ଼ ଶିଖରରେ ପହଞ୍ଚି ନଥିଲେ। ଏହା ବଦଳରେ, ମନ୍ଦିରର ପୁରୋହିତ ସନ୍ଧ୍ୟା ଛଅଟା ସମୟରେ ପାହାଡ଼ ଶୀର୍ଷ ସ୍ତମ୍ଭକୁ ଛାଡ଼ି ଉଚିପିଲ୍ଲୈୟାର ମନ୍ଦିରର ମଣ୍ଡପମ୍ ଠାରେ ମହାଦୀପ ଜାଳିଥିଲେ। ପରେ ରାତି ୦୮:୩୦ ସମୟରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଟ୍ରଷ୍ଟି ବୋର୍ଡ ଦ୍ୱାରା ସର୍ବସମ୍ମତିକ୍ରମେ ଗୃହୀତ ଏକ ପ୍ରସ୍ତାବ ସମ୍ବଳିତ ଏକ ରିପୋର୍ଟ ଦାଖଲ କଲେ। ପ୍ରସ୍ତାବରେ କୁହାଯାଇଥିଲା ଯେ ଅରୁଲମିଗୁ ସୁବ୍ରମଣ୍ୟସ୍ୱାମୀ ମନ୍ଦିର ପ୍ରାଚୀନ ଆଗାମ ନିୟମ ପାଳନ କରେ। ପରମ୍ପରା ଅନୁଯାୟୀ, ମୂଳାଭର ମୁଣ୍ଡ ଉପରେ ଥିବା କାର୍ତ୍ତିଗାଇ ମହାଦୀପମ୍ ପାହାଡ଼ର ଉଚିପିଲ୍ଲୈୟାର ମନ୍ଦିର ନିକଟ ମଣ୍ଡପମ୍‌ ଠାରେ ଦୀପ ଜଳାଯାଏ। ପ୍ରସ୍ତାବରେ ଗୁରୁତ୍ୱ ଦିଆଯାଇଥିଲା ଯେ ଏପରି ପୁରୁଣା ପ୍ରଥା, ପରମ୍ପରା, ରୀତିନୀତି ଏବଂ ଆଗାମ ନିୟମ ମନ୍ଦିରର ଅନନ୍ୟ ଧାର୍ମିକ ପରିଚୟ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା ବିବାଦ
ପ୍ରଶାସନ ଏବଂ ମନ୍ଦିର ମଧ୍ୟରେ ବିବାଦ ମଙ୍ଗଳବାର (୨୪ ନଭେମ୍ବର) ସକାଳ ପର୍ଯ୍ୟନ୍ତ ଜାରି ରହିଲା। ଯେତେବେଳେ ମନ୍ଦିର ଟ୍ରଷ୍ଟ ସକାଳ ଛଅଟା ସୁଦ୍ଧା ପାହାଡ଼ ଉପରକୁ ଚଢ଼ି ନଥିଲା। ଏହା ପରେ ଜିଲ୍ଲାପାଳ ଏହାର ଉତ୍ତର ମାଗିବା ପାଇଁ ଏକ ଇମେଲ୍ ପଠାଇଲେ। ଅପରାହ୍ନରେ, ମାଡ୍ରାସ ହାଇକୋର୍ଟ ମଧ୍ୟ ମାମଲାର ଶୁଣାଣି କରିଥିଲେ ଏବଂ ସମସ୍ତ ପକ୍ଷଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସନ୍ଧ୍ୟା ପାଞ୍ଚଟା ସମୟରେ, ଜିଲ୍ଲାପାଳ ପୁଣି ଥରେ ମନ୍ଦିରକୁ ତୁରନ୍ତ ଏକ ଦଳ ପଠାଇବାକୁ ଚିଠି ଲେଖିଲେ। ହେଲେ ମନ୍ଦିର ଟ୍ରଷ୍ଟି ନିଜ ଜିଦ୍ ରେ ଅଟଳ ରହିଥିଲେ। ଯାହାର ଫଳସ୍ୱରୂପ ମଜବୁତ ସୁରକ୍ଷା ଏବଂ କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ, ଦୀପ ଜଳା ଯାଇ ପାରିଲା ନାହିଁ। ଯାହା ତାମିଲନାଡୁ ରାଜନୀତିରେ ଏକ ନୂତନ ବିବାଦ ସୃଷ୍ଟି କରିଛି।