Videos
|
National

APSRTC Bus Accident Tirupati / ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ତିରୁପତି ଯାଉଥିବା ବସ୍; ଭିଡ଼ିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ତିରୁପତି ଯାଉଥିବା ବସ୍; ଭିଡ଼ିଓ ଭାଇରାଲ
APSRTC Bus Accident Tirupati

Key Points

ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି କିମ୍ବା କେହି ଗୁରୁତର ଆହତ ହୋଇନାହାଁନ୍ତି। ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯାହା ଭୟଙ୍କର।
APSRTC Bus Accident Viral CCTV Footage: ସଦ୍ୟ ଆନ୍ଧ୍ରପ୍ରଦେଶର ଅନ୍ନମୟ୍ୟା ଜିଲ୍ଲାରେ ଘଟିଯାଇଛି ଏକ ଭୟାନକ ସଡ଼କ ଦୁର୍ଘଟଣା। ଯାହାର ଏକ ଭୟଙ୍କର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ରାସ୍ତା ମଝିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ମାଟି ରାସ୍ତାରେ କାଦୁଅ ଗଦାକୁ ଧକ୍କା ଦେବା ପରେ ହଠାତ୍ ଓଲଟି ପଡ଼ିଥିଲା। ଏହି ଘଟଣା ମଙ୍ଗଳବାର (ସେପ୍ଟମ୍ବର ୨୨) ଘଟିଛି। ମଦନପଲ୍ଲେ ଠାରୁ ତିରୁପତି ଯାଉଥିବା ଏକ ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ ବସ୍ ବାଲ୍ମୀକିପୁରମ ମଣ୍ଡଳ (ବ୍ଲକ୍) ବିରଲମ୍ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ରାସ୍ତା କଡ଼ରେ ଓଲଟି ପଡ଼ିଥିଲା ଯାତ୍ରୀ ଭର୍ତ୍ତି ବସ୍
ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ଯେ ରାସ୍ତାରେ ସ୍ୱାଭାବିକ ଭାବରେ ଯାତ୍ରା କରୁଥିବା ଏକ ବସ୍ ହଠାତ୍ ମୁଖ୍ୟ ରାସ୍ତାରୁ ବାହାରି ଯାଇ ଏକ କଚ୍ଚା ରାସ୍ତାରେ ଓଲଟି ପଡ଼ିଛି। କୁହାଯାଉଛି ଯେ ଟାୟାର ଫାଟିଯିବାରୁ ଏହି ବସ୍ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ବାହାରି ଯାଇ କଚ୍ଚା ରାସ୍ତାରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାର ବିଡ଼ିଓ ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ ବସ୍ ହଠାତ୍ ରାସ୍ତା କଡ଼କୁ ଓଲଟି ପଡ଼ିଥିବାର ଦେଖାଯାଉଛି।

ଏହା ସହ ପଢନ୍ତୁ: ୧୫୦ ଫୁଟ ଗଭୀର ଖାଇରେ ଝୁଲି ରହିଲା ବସ୍; ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ

ବସ୍ ଦୁର୍ଘଟଣାର ସିସିଟିଭି ଭିଡିଓ
ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ କିମ୍ବା କେହି ଗୁରୁତର ଆହତ ହୋଇନଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଯାଇ ବସ୍ ଓଲଟି ପଡ଼ିବା ପଛରେ ରହିଥିବା ସଠିକ୍ କାରଣ ଜଣାପଡ଼ିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: