MSRTC Bus Accident Today / ୧୫୦ ଫୁଟ ଗଭୀର ଖାଇରେ ଝୁଲି ରହିଲା ବସ୍; ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ
·58 mins ago·2 min read

Key Points
ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଠାରୁ ଗୁଜୁରାଟ ସୁରଟ ଅଭିମୁଖେ ଯାଉଥିବା ଏକ ବସ୍ ଯାତ୍ରା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।
Sambhajinagar Surat Bus Accident: ସୋମବାର (୨୪ ଅଗଷ୍ଟ) ମହାରାଷ୍ଟ୍ରରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଠାରୁ ଗୁଜୁରାଟ ସୁରତ ଅଭିମୁଖେ ଯାଉଥିବା ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର (MSRTC) ଏକ ବସ୍ ୧୫୦ ଫୁଟ ଗଭୀର ଖାଇରେ ଖସି ପଡ଼ିବାରୁ ଅଳ୍ପକେ ବଞ୍ଚିଯାଇଛି। ମିଳିଥିବା ଖବର ଅନୁସାରେ କନ୍ନଡ ଘାଟ ନିକଟରେ ବସ୍ର ଷ୍ଟିଅରିଂ ରଡ୍ ହଠାତ୍ ଭାଙ୍ଗି ଯାଇଥିଲା। ଯାହା ଫଳରେ ବସ୍ ନିୟନ୍ତ୍ରଣ ହରାଇ ଘାଟି ଆଡକୁ ମାଡ଼ି ଯାଇଥିଲା। ହେଲେ ତଥାପି ବସ୍ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ଘାଟି କଡ଼ରେ ନିର୍ମିତ ହୋଇଥିବା ମଜବୁତ ସୁରକ୍ଷା ପ୍ରାଚୀନ ଏବଂ ଏହାର ନିକଟରେ ରହିଥିବା ଏକ ଗଛ ସହ ଧକ୍କା ଦେଇ ବସ୍ ଅଟକାଇ ଦେଲେ। ଯାହା ଦ୍ୱାରା ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆ ଯାଇଥିଲା। ହେଲେ ବସ୍ ରେ ଯାତ୍ରା କରୁଥିବା ୪୯ ଜଣ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଲା। ବସ୍ ଅଟକିବା ମାତ୍ରେ, ସେମାନେ ତୁରନ୍ତ ନିଜ ଜୀବନ ବଞ୍ଚାଇବା ପାଇଁ ଝରକା ଦେଇ ବସ୍ ଭିତରୁ ଡେଇଁ ପଡ଼ିଥିଲେ।
ସମ୍ଭାଜୀନଗର ଠାରୁ ସୁରତ ଅଭିମୁଖେ ଯାଉଥିଲା ଦୁର୍ଘଟଣାଗ୍ରସ୍ତ ବସ୍
ଏହି ବସ୍ ଚଳାଉଥିବା ଚାଳକଙ୍କ କହିବା ଅନୁସାରେ ସେ ଛତ୍ରପତି ସମ୍ଭାଜୀନଗର ଠାରୁ ସୁରତ ଅଭିମୁଖେ ବସ୍ ଚଲାଉଥିଲେ। ଯାତ୍ରା ସମୟରେ ଜଳଗାଁଓ-ଛତ୍ରପତି ସମ୍ଭାଜୀନଗର ସୀମାନ୍ତ ଚାଳିସଗାଓଁ ନିକଟସ୍ଥ ଆଟମ ଘାଟିରେ ଏହି ଦୁର୍ଘଟଣା ଘଟିଥିଲା। ଘାଟିର ଏକ ବିପଦପୂର୍ଣ୍ଣ ମୋଡ଼ରେ, ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇଲେ। ଯାହା ଫଳରେ ବସ୍ ସିଧା ଏକ ଗଭୀର ଖାଇ ଆଡ଼କୁ ମାଡ଼ି ଯିବାରେ ଲାଗିଥିଲା। ହେଲେ ସୌଭାଗ୍ୟବଶତଃ, ବସ୍ ଏକ ବଡ଼ ଗଛକୁ ଧକ୍କା ଦେଇଥିଲା ଏବଂ ଘାଟିରେ ଖସି ପଡ଼ିବାରୁ ଅଳ୍ପକେ ଅଟକି ଯାଇଥିଲା। ଏହି ବସ୍ ଡ୍ରାଇଭର ପ୍ରହ୍ଲାଦଙ୍କ କହିବା ଅନୁସାରେ ବସ୍ ସୁରୁଖୁରୁରେ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ହଠାତ୍ ଏହାର ଷ୍ଟିଅରିଂ ଭାଙ୍ଗି ଯାଇଥିଲା। ଯାହା ଫଳରେ ବସ୍ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା।
ଏହା ସହ ପଢନ୍ତୁ: ୧୫୦ ଫୁଟ ଗଭୀର ଖାଇରେ ଝୁଲି ରହିଲା ବସ୍; ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ
ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ
ଦୁର୍ଘଟଣା ଘଟିବା ସମୟରେ ଏହି ବସ୍ ରେ ମୋଟ ୪୯ ଜଣ ଯାତ୍ରୀ ରହିଥିଲେ। ବସ୍ ଗଛରେ ପିଟି ହେବା ମାତ୍ରେ ଯାତ୍ରୀ ତୁରନ୍ତ ଝରକାରୁ ଡେଇଁ ବାହାରକୁ ପଳାଇ ଆସିଥିଲେ। ଜୋରଦାର ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ଲୋକ ଝରକା ଏବଂ ଡ୍ରାଇଭର କ୍ୟାବିନ୍ ଦେଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆ ଯାଇଥିଲେ। ଯଦିଓ ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲା। ହେଲେ ଏହି ଘଟଣା ସରକାରୀ ବସ୍ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି। ଯଦି ବସ୍ ଘାଟିରେ ଖସି ପଡ଼ିଥାନ୍ତା, ତାହେଲେ ଏହା ଏକ ବଡ଼ ବିପର୍ଯ୍ୟୟ ହୋଇଥାନ୍ତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories