Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Tirupati Temple Controversy / ତିରୁପତିରେ ପ୍ରଥମ ଆରତୀ କରିବାକୁ ନେଇ ତାତିଉଠିଲା ଦେବସ୍ଥାନମ୍ ବୋର୍ଡ; ମୁଖ୍ୟମନ୍ତ୍ରୀ ଡିକେଙ୍କ ନିଷ୍ପତ୍ତିକୁ ନେଇ ତେଜିଲା ଅସନ୍ତୋଷ

Subhramjit Ray
Browse all articles by Subhramjit Ray
·2 hours ago·2 min read
ତିରୁପତିରେ ପ୍ରଥମ ଆରତୀ କରିବାକୁ ନେଇ ତାତିଉଠିଲା ଦେବସ୍ଥାନମ୍ ବୋର୍ଡ; ମୁଖ୍ୟମନ୍ତ୍ରୀ ଡିକେଙ୍କ ନିଷ୍ପତ୍ତିକୁ ନେଇ ତେଜିଲା ଅସନ୍ତୋଷ
Tirupati Temple Controversy

Key Points

ତିରୁପତି ତିରୁମାଲା ଦେବସ୍ଥାନମ ବୋର୍ଡ ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ ତିରୁପତିଙ୍କ ପ୍ରଥମ ଆରତୀର ନିୟମ ପରିବର୍ତ୍ତନ କରିବାର ଯୋଜନାକୁ ଆଦୌ ପସନ୍ଦ କରିନଥିଲେ। ସେ କହିଥିଲେ ଯେ ଏହା ନିଷ୍ପତ୍ତି ନେବା ମୁଖ୍ୟମନ୍ତ୍ରୀଙ୍କ ଅଧିକାର ନୁହେଁ।
TTD vs Karnataka Govt: ତିରୁପତି ବାଲାଜୀ ମନ୍ଦିରରେ ପ୍ରଥମ ପୂଜା ଏବଂ ଆରତୀ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଘୋଷଣା କରିଛନ୍ତି ଯେ ସେ ପ୍ରଥମ ଆରତୀ କରିବାର ଅଧିକାର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ପ୍ରଥମ ଆରତୀ କରିବାର ଅଧିକାର କେବଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ଥିଲା। କର୍ଣ୍ଣାଟକ ସରକାରଙ୍କ ଜଣେ ସ୍ୱତନ୍ତ୍ର ଅଧିକାରୀ ପ୍ରଥମ ଆରତୀ କରିଥାନ୍ତି। ହେଲେ ତଥାପି, ସେ ଏପରି ଏକ ପ୍ରୋଟୋକଲ ଆଣିବାକୁ ଯାଉଛନ୍ତି ଯାହା ଜନ ପ୍ରତିନିଧିମାନଙ୍କୁ ମନ୍ଦିରରେ ପ୍ରଥମ ଆରତୀ କରିବାର ଅଧିକାର ପ୍ରଦାନ କରିବ। ଯାହାର ଅର୍ଥ ହେଉଛି ବିଧାୟକ, ସାଂସଦ ଏବଂ ବିଚାରପତି ମଧ୍ୟ ମନ୍ଦିରରେ ଉପସ୍ଥିତ ରହି ପ୍ରଥମ ଆରତୀ କରିପାରିବେ। କାରଣ ଜନ ପ୍ରତିନିଧି ନିର୍ବାଚିତ ହୋଇ ଲୋକଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରିଥାନ୍ତି। ଏଥିପାଇଁ ସେମାନଙ୍କ ପାଖରେ ଗୋବିନ୍ଦାଙ୍କୁ ପ୍ରଥମ ଆରତୀ କରିବାର ଅଧିକାର ରହିବା ଉଚିତ।

ଆରତୀ କିଏ କରିବେ ତାହା ମୁଖ୍ୟମନ୍ତ୍ରୀ ସ୍ଥିର କରିପାରିବେ ନାହିଁ: ତିରୁମାଲା ଦେବସ୍ଥାନମ ବୋର୍ଡ
ତିରୁପତି ତିରୁମାଲା ଦେବସ୍ଥାନମ ବୋର୍ଡ ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ, କର୍ଣ୍ଣାଟକ ସରକାରଙ୍କ ଏ ସମ୍ପର୍କିତ ଯୋଜନାକୁ ପସନ୍ଦ କରିନାହାଁନ୍ତି। ସେ ଏହାକୁ ସମାଲୋଚନା କରି କହିଛନ୍ତି ଯେ ଆରତୀ କିଏ କରିବେ ତାହା ମୁଖ୍ୟମନ୍ତ୍ରୀ ସ୍ଥିର କରିପାରିବେ ନାହିଁ। ଏହି ନିଷ୍ପତ୍ତି ନେବାର ଦାୟିତ୍ୱ କେବଳ ତିରୁପତି ତିରୁମାଲା ଦେବସ୍ଥାନମ୍ ବୋର୍ଡ ହାତରେ ରହିଛି।

କର୍ଣ୍ଣାଟକକୁ କିପରି/କାହିଁକି ମିଳିଲା ପ୍ରଥମ ଆରତୀ କରିବାର ଅଧିକାର?
ମୈସୁର ମହାରାଜା କୃଷ୍ଣଦେବ ରାୟ ତିରୁପତି ମନ୍ଦିର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହା ଫଳରେ କର୍ଣ୍ଣାଟକକୁ ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରଥମ ଆରତୀ କରିବାର ଅଧିକାର ରହିଛି। ହେଲେ ମୈସୁର ରାଜପରିବାର ସଦସ୍ୟ ସବୁବେଳେ ତିରୁପତି ମନ୍ଦିରରେ ଉପସ୍ଥିତ ରହିପାରିବେ ନାହିଁ। ଏଥିପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଯେ ଏହି ଅଧିକାର ଜନପ୍ରତିନିଧିଙ୍କୁ ମଧ୍ୟ ପ୍ରଦାନ କରାଯାଉ।

ଏହା ସହ ପଢନ୍ତୁ: କେତେ ଶୁଦ୍ଧ ତିରୁପତି ଲଡୁ ପ୍ରସାଦ? ଯାଞ୍ଚ ପାଇଁ ଗଠିତ ହେଲା ପ୍ରୟୋଗଶାଳା

ଦେବସ୍ଥାନମ୍ ବୋର୍ଡ ବିରକ୍ତ, କହିଲା ମନ୍ଦିର ଡିକେଙ୍କର ନୁହେଁ...
କର୍ଣ୍ଣାଟକ ମନ୍ତ୍ରୀ ରାମଲିଙ୍ଗ ରେଡ୍ଡୀ କହିଛନ୍ତି ଯେ ଏ ସମ୍ପର୍କରେ ତିରୁମାଲା ଦେବସ୍ଥାନମ୍ ବୋର୍ଡ ସହିତ ଖୁବ୍ ଶୀଘ୍ର ଆଲୋଚନା କରାଯିବ। ହେଲେ ଦେବସ୍ଥାନମ ବୋର୍ଡ ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ କହୁଛନ୍ତି ଯେ ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରଥମ ଆରତୀ କିଏ କରିବ ତାହା ନିଷ୍ପତ୍ତି ନେବା ତିରୁପତି ତିରୁମାଲା ଦେବସ୍ଥାନମ୍ ବୋର୍ଡ଼ କାମ। ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏପରି ନିଷ୍ପତ୍ତି କିପରି ନେଇପାରିବେ? ତିରୁପତି ମନ୍ଦିର କେବଳ ତାଙ୍କର ମନ୍ଦିର ନୁହେଁ। ଏହା ମହୀଶୂର ମହାରାଜାଙ୍କ ଅଧିକାର, କୌଣସି ଜଣେ ନେତାଙ୍କର ନୁହେଁ।

ପ୍ରୋଟୋକଲ୍ ବଦଳାଇବାକୁ ନେଇ ବିରୋଧ ଜଣାଇଲା ବିଜେପି
ବିଜେପି ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ଡିକେଙ୍କ ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି। ବିଜେପି ସାଂସଦ ଏବଂ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଏହାକୁ ଏକ ଅନାବଶ୍ୟକ ବିବାଦ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସମସ୍ତ ଭକ୍ତ ଭଗବାନଙ୍କ ସାମ୍ନାରେ ସମାନ, ସେତେବେଳେ ଜନପ୍ରତିନିଧିଙ୍କୁ ପ୍ରଥମ ଆରତୀ କରିବାର ଅଧିକାର ଦେବା ବିଷୟରେ କାହିଁକି ଆଲୋଚନା ହେଉଛି? ଡିକେ ଶିବକୁମାର ଜବରଦସ୍ତି ବିବାଦ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ତିରୁପତି ମନ୍ଦିରର ପରିଚାଳନା, ଦେବସ୍ଥାନମ ବୋର୍ଡ଼ ଦ୍ୱାରା ତଦାରଖ କରାଯାଏ। କୌଣସି ଦଳର ନେତା କିମ୍ବା ସରକାରଙ୍କ ପାଇଁ ଏହି କାର୍ଯ୍ୟରେ ହସ୍ତକ୍ଷେପ କରିବା ଠିକ୍ ନୁହେଁ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored