TMC Row / ୪ ମାସ ମଧ୍ୟରେ TMCର ନାଁ ଓ ଚିହ୍ନ ବିବାଦ ଉପରେ ହେବ ଫଇସଲା
·1 hour ago·2 min read

Key Points
ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମମତା ବାନାର୍ଜୀ ଓ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି ବଡ଼ ନିର୍ଦ୍ଦେଶ । ସୋମବାର ସୁପ୍ରିମକୋର୍ଟ ଟିଏମସିର ଚିହ୍ନ ଓ ନାଁ ବିବାଦର ନିଷ୍ପତ୍ତି ନେଇ ସମୟସୀମା ଧାର୍ଯ୍ୟ କରି ଦେଇଛନ୍ତି ।
ନୂଆଦିଲ୍ଲୀ: କାହାର ହେବ TMC ? ଦଳର ନାଁ ସହ ଚିହ୍ନ ଉପରେ କାହାର ରହିବ ଅଧିକାର ? ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମମତା ବାନାର୍ଜୀ ଓ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି ବଡ଼ ନିର୍ଦ୍ଦେଶ ।
ସୋମବାର ସୁପ୍ରିମକୋର୍ଟ ଟିଏମସିର ଚିହ୍ନ ଓ ନାଁ ବିବାଦର ନିଷ୍ପତ୍ତି ନେଇ ସମୟସୀମା ଧାର୍ଯ୍ୟ କରି ଦେଇଛନ୍ତି । ଉଭୟ ମମତା ଓ ଋତବ୍ରତ ଗୋଷ୍ଠୀଙ୍କୁ ୪ ସପ୍ତାହ ମଧ୍ୟରେ ସେମାନଙ୍କ ପକ୍ଷ ଓ ଦସ୍ତାବିଜ୍ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ଯାହାପରେ ଆୟୋଗ ୩ ମାସ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗ ଉପନିର୍ବାଚନରେ ବ୍ୟାକଫୁଟ୍ରେ ଦିଦି; ସଞ୍ଚିତାଙ୍କ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରବିଉଲ୍
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ବି ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଶ୍ଚିମବଙ୍ଗର ୨ ବିଧାନସଭା ଆସନ ନନ୍ଦିଗ୍ରାମ ଓ ରେଜିନଗର ଉପନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଟିଏମସିର ନାଁ ଓ ଚିହ୍ନକୁ ଫ୍ରିଜ୍ କରିଥିଲେ । ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି ।
ଟିଏମସି ଭାଗ ଭାଗ ହେବା ପରେ ୨ ଗୋଷ୍ଠୀରେ ପରିଣତ ହୋଇଛି । ଗୋଟିଏ ଗୋଷ୍ଠୀର ନେତୃତ୍ଵ ମମତା ବାନାର୍ଜୀ ନେଉଥିବା ବେଳେ ଅନ୍ୟଟିର ନେତୃତ୍ଵ ନେଉଛନ୍ତି ଋତବ୍ରତ ବାନାର୍ଜୀ । ଉଭୟ ଗୋଷ୍ଠୀ ଟିଏମସିର ନାଁ ଓ ଚିହ୍ନ ଉପରେ ନିଜ ଦାବି ରଖିଛନ୍ତି । ଫଳରେ ନିର୍ବାଚନ ଆୟୋଗ ଅନ୍ତରୀଣ ବ୍ଯବସ୍ଥା ପ୍ରକାରେ ଦଳୀୟ ଚିହ୍ନ ଓ ନାଁକୁ ଫ୍ରିଜ୍ କରି ଦେଇଛନ୍ତି । ଏବେ ଦୁଇ ଗୋଷ୍ଠୀକୁ ଭିନ୍ନ ନାଁ ଓ ଚିହ୍ନ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ବଦଳିଗଲା ମମତାଙ୍କ ଦଳର ନାଁ ଓ ଚିହ୍ନ; ଋତବ୍ରତଙ୍କ ଦଳକୁ କଣ ମିଳିଲା ?
ମମତା ବାନାର୍ଜୀଙ୍କ ଦଳର ନାମ "ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ" ରଖାଯାଇଛି, ସେପଟେ ବିଦ୍ରୋହୀ ଋତବ୍ରତଙ୍କ ଗୋଷ୍ଠୀର ନାମ "ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ" ରଖାଯାଇଛି । ଭାରତର ନିର୍ବାଚନ ଆୟୋଗ ଉଭୟ ଦଳକୁ ଅଲଗା ନିର୍ବାଚନ ଚିହ୍ନ ମଧ୍ୟ ପ୍ରଦାନ କରିଛନ୍ତି । ମମତାଙ୍କ ଦଳର ଚିହ୍ନ "ଫୁଟବଲ୍ ଖେଳାଳି" ଏବଂ ଋତବ୍ରତଙ୍କ ଦଳକୁ "ଏନଭେଲପ୍" ଚିହ୍ନ ମିଳିଛି ।
ଆଗକୁ କ'ଣ ହେବ ?
ଟିଏମସିର ନାଁ ଓ ଚିହ୍ନକୁ ନେଇ ଦୁଇ ଗୋଷ୍ଠୀର ବିବାଦ ୪ ମାସ ମଧ୍ୟରେ ତୁଟିବ । ପ୍ରଥମ ପର୍ଯ୍ୟାୟ ୨ ଗୋଷ୍ଠୀ ନିଜ ପକ୍ଷ ସହ ସମସ୍ତ ଦସ୍ତାବିଜ୍ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ଦ୍ଵିତୀୟ ପର୍ଯ୍ୟାୟରେ ୩ ମାସ ମଧ୍ୟରେ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ । ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଦେଇଥିବା ଅନ୍ତରୀଣ ନିଷ୍ପତ୍ତି ମାନ୍ୟ ରହିବ ।

Related Topics
Explore more stories