ଆଜି ହେଉଛି ଧନତ୍ରୟୋଦଶୀ , ଘରପାଇଁ କିଣନ୍ତୁ ସୁନା...
·1 year ago·1 min read

ଅର୍ଗସ ବ୍ୟୁରୋ : ଆଜି ହେଉଛି ଧନତ୍ରୟୋଦଶୀ। ଯାହାକୁ ଧନତେରସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଆଜିର ଦିନରେ ସୁନା, ରୂପା କିମ୍ବା କୌଣସି ଧାତୁ ଘରକୁ ଆଣିଲେ ଶୁଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ତେଣୁ ସୁନା ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଗ୍ରାହକକୁ ଆକୃଷ୍ଟ କରିବା ପାଇଁ ସୁନା ଦୋକାନୀ ବି ବିଭିନ୍ନ ଅଫର ଦେଇଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ତେଣୁ ଏଥର ଭଳ ବେପାର ଆଶାରେ ବ୍ୟବସାୟୀ। ଚଳିତ ଥର ବର୍ଷକରେ 30 ପ୍ରତିଶତ ଲାଭ ଦେଇଛି ସୁନା। ଦର ଯେଉଁ ହିସାବରେ ବଢୁଛି ଭଲ ରିଟର୍ଣ୍ଣ ଆଶାରେ ଗ୍ରାହକମାନେ ସୁନାରେ ନିବେଶ କରୁଛନ୍ତି। ସୋ ରୁମ୍ ଗୁଡ଼ିକରେ ଧନତେରସ୍ ପାଇଁ ଭଳିକି ଭଳି କଲେକ୍ସନ ସହ ଆକର୍ଷଣୀୟ ଅଫର୍ ମଧ୍ୟ ଦିଆଯାଉଛି। କେବଳ ଏତିକି ନୁହେଁ କମ୍ ଓଜନର ଭିନ୍ନ ଭିନ୍ନ ଡିଜାଇନ ଲୋକଙ୍କୁ ବେଶୀ ଆକୃଷ୍ଟ କରୁଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: