Toll Plaza New Rule / ବଦଳିଗଲା ଟୋଲ୍ ପ୍ଲାଜା ନିୟମ; ଆଜିଠୁ କ୍ୟାସ୍ ପେମେଣ୍ଟ ବନ୍ଦ
·2 hours ago·2 min read

Key Points
ଆଜିଠୁ ଟୋଲ୍ ପ୍ଲାଜାରେ ନୂତନ ନିୟମ ଲାଗୁ
ଏଣିକି ନଗଦ ଟଙ୍କା ଦେୟ ବନ୍ଦ
ୟୁପିଆଇ କାମ ନକଲେ କଣ କରିବେ ?
ଏଣିକି ନଗଦ ଟଙ୍କା ଦେୟ ବନ୍ଦ
ୟୁପିଆଇ କାମ ନକଲେ କଣ କରିବେ ?
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆଜିଠାରୁ ଏକ ନୂତନ ନିୟମ ଲାଗୁ କରିଛି । ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ କ୍ୟାସ୍ କାଉଣ୍ଟର ଏବେ ଅତୀତର କଥା ହୋଇଛି । ଅର୍ଥାତ୍ ଟୋଲ୍ ପ୍ଲାଜାରେ ଏଣିକି ନଗଦ ଟଙ୍କା ଦେୟ ବନ୍ଦ ହୋଇଯାଇଛି । ଯଦି ଆପଣଙ୍କ ଗାଡ଼ିରେ FASTag ନାହିଁ, ତେବେ ଆଜିଠାରୁ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଯଦି ଆପଣଙ୍କ ଗାଡ଼ିରେ ଫାଷ୍ଟାଗ୍ ନାହିଁ, ତେବେ ଆପଣ UPI (GPay, PhonePe) ବ୍ୟବହାର କରି ଦେୟ କରିପାରିବେ । କିନ୍ତୁ UPI ବ୍ୟବହାର କରି ଦେୟ ଦେଲେ ସାଧାରଣ ଟୋଲ୍ ଉପରେ ୨୫% ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ଏହାର ଅର୍ଥ ହେଉଛି ₹୧୦୦ ଟୋଲ୍ ବଦଳରେ, ଆପଣଙ୍କୁ ₹୧୨୫ ଦେବାକୁ ପଡ଼ିବ ।
ଯଦି ଆପଣ ତିନି ଦିନ ମଧ୍ୟରେ ଦେୟ ନ ଦିଅନ୍ତି, ତେବେ ଆପଣଙ୍କ ଠାରୁ ଜୋରିମାନା ସହିତ ଦୁଇଗୁଣ ଟୋଲ୍ ଆଦାୟ କରାଯିବ । ସେହିପରି ଯଦି କୌଣସି ପ୍ରତିକୂଳ ପରିସ୍ଥିତିରେ ଆପଣ ୧୫ ଦିନ ମଧ୍ୟରେ ବି ଦେୟ ନ ଦିଅନ୍ତି, ତେବେ ଏହି ବକେୟା ଦେୟ VAHAN ଡାଟାବେସରେ ରେକର୍ଡ ହୋଇଯିବ । ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କ ଗାଡ଼ି ଚଳାଚଳ ଉପରେ ରୋକ ଲଗାଯାଇପାରେ ।
ପଢନ୍ତୁ ଏହି ଖବର: ବଦଳିଲା ଟୋଲ୍ ଟ୍ୟାକ୍ସ ନିୟମ, ମିଳିବ ୭୦ପ୍ରତିଶତ ଡିସକାଉଣ୍ଟ...
ଏକ ପ୍ରତିବନ୍ଧକ ମୁକ୍ତ ଯାତ୍ରାକୁ ନିଶ୍ଚିତ କରିବା ଲାଗି ସରକାର ଏହି ନିୟମ ଆଣିଛନ୍ତି । ଅତ୍ୟାଧୁନିକ ଟେକ୍ନୋଲୋଜି ଯେପରିକି କ୍ୟାମେରା ଓ RFID ବ୍ୟବସ୍ଥା ଗାଡ଼ିକୁ ବିନା ରହି ଟୋଲ୍ ପ୍ଲାଜା ପାସ୍ କରିବାକୁ ଅନୁମତି ଦିଏ, କାରଣ ଦେୟ ସ୍ଵୟଂଚାଳିତ ଭାବେ କଟିଥାଏ । ଅଧିକାଂଶ ଟୋଲ୍ କାରବାର ଡିଜିଟାଲ ଭାବରେ ହେଉଥିବାରୁ ଏହି ବ୍ୟବସ୍ଥା ଟ୍ରାଫିକ ପ୍ରବାହକୁ ଉନ୍ନତ କରିବ ଏବଂ ରାଜପଥ ଯାତ୍ରାକୁ ଦ୍ରୁତ ଏବଂ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି ।

- UPI କାମ ନକଲେ କଣ କରିବେ ?

- FASTag କାମ ନକଲେ କଣ କରିବେ ?
ପଢନ୍ତୁ ଏହି ଖବର: ବଦଳିଲା ଟୋଲ୍ ଟ୍ୟାକ୍ସ ନିୟମ, ମିଳିବ ୭୦ପ୍ରତିଶତ ଡିସକାଉଣ୍ଟ...
ଏକ ପ୍ରତିବନ୍ଧକ ମୁକ୍ତ ଯାତ୍ରାକୁ ନିଶ୍ଚିତ କରିବା ଲାଗି ସରକାର ଏହି ନିୟମ ଆଣିଛନ୍ତି । ଅତ୍ୟାଧୁନିକ ଟେକ୍ନୋଲୋଜି ଯେପରିକି କ୍ୟାମେରା ଓ RFID ବ୍ୟବସ୍ଥା ଗାଡ଼ିକୁ ବିନା ରହି ଟୋଲ୍ ପ୍ଲାଜା ପାସ୍ କରିବାକୁ ଅନୁମତି ଦିଏ, କାରଣ ଦେୟ ସ୍ଵୟଂଚାଳିତ ଭାବେ କଟିଥାଏ । ଅଧିକାଂଶ ଟୋଲ୍ କାରବାର ଡିଜିଟାଲ ଭାବରେ ହେଉଥିବାରୁ ଏହି ବ୍ୟବସ୍ଥା ଟ୍ରାଫିକ ପ୍ରବାହକୁ ଉନ୍ନତ କରିବ ଏବଂ ରାଜପଥ ଯାତ୍ରାକୁ ଦ୍ରୁତ ଏବଂ ଅଧିକ ଦକ୍ଷ କରିବ ବୋଲି ଆଶା କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories