Noida International Airport / କିପରି ଦେଶର ଅନ୍ୟ ବିମାନବନ୍ଦରରୁ ଭିନ୍ନ ନୋଏଡ଼ା ଏୟାରପୋର୍ଟ?
·1 hour ago·4 min read

Key Points
ନୋଏଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ସୋମବାର (ଜୁନ ୧୫) ଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହା କେବଳ ଏକ ବିମାନବନ୍ଦର ନୁହେଁ ବରଂ ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ଯାତ୍ରୀ ସୁବିଧାର ଏକ ଅନନ୍ୟ ମିଶ୍ରଣ। ନୋଏଡା ବିମାନବନ୍ଦରରେ ଅନେକ ସୁବିଧା ସହ ସଜ୍ଜିତ ହୋଇଛି। ଯାହା ବର୍ତ୍ତମାନ ଦେଶର ଅନ୍ୟ କୌଣସି ବିମାନବନ୍ଦରରେ ଉପଲବ୍ଧ ନାହିଁ।
10 Features of Noida Airport: ସୋମବାର (ଜୁନ ୧୫) ଠାରୁ କାର୍ଯ୍ୟକ୍ଷମ ହୋଇଛି ଉତ୍ତର ପ୍ରଦେଶର ଔଦ୍ୟେଗିକ କେନ୍ଦ୍ର ନୋଏଡ଼ା ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦର। ରାଜଧାନୀ ଲକ୍ଷ୍ନୌରୁ ନୋଏଡ଼ା ବିମାନବନ୍ଦରକୁ ପ୍ରଥମ ବିମାନ ଉଡ଼ାଣ ସହିତ ଏଠାରୁ ଯାତ୍ରୀ ସେବା ଆରମ୍ଭ ହୋଇଛି। ଗୌତମବୁଦ୍ଧ ନଗର ଜିଲ୍ଲାର ଜେୱାର ତହସିଲ୍ ସ୍ଥିତ ଠାରେ ନୋଏଡ଼ା ଏୟାରୋପୋର୍ଟ କେବଳ ଏକ ବିମାନବନ୍ଦର ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ଯାତ୍ରୀ ସୁବିଧାର ଏକ ଅନନ୍ୟ ମିଶ୍ରଣ। ଏଠାରେ ଯାତ୍ରୀଙ୍କୁ ଏପରି କିଛି ସୁବିଧା ମିଳିବ ଯାହା ବର୍ତ୍ତମାନ ଦେଶର ଅନ୍ୟ କୌଣସି ବିମାନବନ୍ଦରରେ ଉପଲବ୍ଧ ନାହିଁ। ନୋଏଡ଼ା ବିମାନବନ୍ଦରର ୧୦ ବିଶେଷତ୍ୱ ଏହାକୁ ଅନ୍ୟ ଏୟାରପୋର୍ଟ ଠାରୁ ଭିନ୍ନ ପରିଚୟ ଦେଇଥାଏ।
ସମନ୍ୱିତ ବହୁମୁଖି ପରିବହନ କେନ୍ଦ୍ର (Integrated Multi Modal Transport Hub)
ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏକ ସମନ୍ୱିତ ବହୁମୁଖି ପରିବହନ କେନ୍ଦ୍ର ଭାବରେ ବିକଶିତ କରାଯାଉଛି। ଯାହା ବିମାନ ଯାତ୍ରାକୁ ରାପିଡ୍ ରେଳ (ନମୋ ଭାରତ), ବୁଲେଟ୍ ଟ୍ରେନ୍, ମେଟ୍ରୋ, ଏକ୍ସପ୍ରେସୱେ ଏବଂ ଆନ୍ତଃରାଜ୍ୟ ବସ୍ ସହିତ ସଂଯୋଗ କରିବ। ଉତ୍ତର ଭାରତ ପାଇଁ ଏକ ପ୍ରମୁଖ ବାଣିଜ୍ୟକ ଏବଂ ଯାତ୍ରୀ ପରିବନହ କେନ୍ଦ୍ର ହେବ। ଏହା ଯାତ୍ରୀଙ୍କୁ ପରିବହନର ବିଭିନ୍ନ ମାଧ୍ୟମ ଖୋଜିବାରୁ ରକ୍ଷା କରିବ ଏବଂ ଯାତ୍ରାକୁ ସହଜ କରିବ।
ସବୁଜ ବିମାନବନ୍ଦର (Noida Green Airport)
ନୋଏଡ଼ା ବିମାନବନ୍ଦର ନେଟ୍-ଶୂନ୍ୟ କାର୍ବନ ନିର୍ଗମନ (Zero Carbon Emissions) ଉପରେ ଆଧାରିତ ହେବ। ଅର୍ଥାତ୍ ଏହା ସମ୍ପୂର୍ଣ୍ଣ ଭାବରେ ଶତ ପ୍ରତିଶଥ ସୌର ଶକ୍ତିରେ ପରିଚାଳିତ ହେବ। ଯାହାର ସର୍ବନିମ୍ନ ପରିବେଶଗତ ପ୍ରଭାବ ପଡ଼ିବ। ଯାହା ଏହାକୁ ଦେଶର ସବୁଠାରୁ ସବୁଜ ବିମାନବନ୍ଦର କରିବ।
ILS CAT-IIIB ସହିତ କୁହୁଡ଼ିରେ ଅବତରଣ କରିବ ବିମାନ
ଏହି ବିମାନବନ୍ଦର ଏକ ଅତ୍ୟାଧୁନିକ ଅବତରଣ ବ୍ୟବସ୍ଥା (ILS) CAT-IIIB (Instrument Landing System Category) ସହିତ ସଜ୍ଜିତ ହୋଇଛି। ଯାହା ଶୀତଦିନେ କୁହୁଡ଼ିଆ ପାଗରେ ବହୁତ କମ୍ ଦୃଶ୍ୟମାନତାରେ ମଧ୍ୟ ସୁରକ୍ଷିତ ବିମାନ ଅବତରଣ ସୁନିଶ୍ଚିତ କରିଥାଏ। ଦିଲ୍ଲୀ ବିମାନବନ୍ଦରରେ ପ୍ରାୟତଃ ଏପରି ସମସ୍ୟାର ସାମ୍ନା କରୁଛି।
ଏହା ସହ ପଢନ୍ତୁ: ମଜବୁତ ହେବ ଦେଶର ସୁରକ୍ଷା ବ୍ୟବସ୍ଥା; ବିକଶିତ ହେଲା ଦେଶର ପ୍ରଥମ ସ୍ୱଦେଶୀ ବଡ଼ି ସ୍କାନର୍
ପଡ୍ ଟ୍ୟାକ୍ସି ସେବା (Pod Taxi Service)
୨୦୨୮ ମଧ୍ୟଭାଗ ସୁଦ୍ଧା ଏହି ଅନ୍ତର୍ଜାତୀୟ ବିମାନବନ୍ଦରକୁ ନୋଏଡ଼ା ସେକ୍ଟର-୧୬ ସ୍ଥିତ ଫିଲ୍ମ ସିଟି ସହିତ ସଂଯୋଗ କରିବା ପାଇଁ ଦେଶର ପ୍ରଥମ ଚାଳକବିହୀନ ପଡ୍ ଟ୍ୟାକ୍ସି ସେବା ଆରମ୍ଭ କରାଯିବ। ଏହା ଏକ ଅତ୍ୟାଧୁନିକ ବୈଦ୍ୟୁତିକ ଏବଂ ସ୍ୱୟଂଚାଳିତ ପରିବହନ ବ୍ୟବସ୍ଥା ହେବ। ଯାହା ପ୍ରାୟ ୧୪-୧୫ କିଲୋମିଟର ଉଚ୍ଚତାର ଏକ କରିଡ଼ର ମାଧ୍ୟମରେ ଯାତ୍ରୀଙ୍କୁ ଦ୍ରୁତ ପରିବହନ ସେବା ପ୍ରଦାନ କରିବ। ନୋଏଡା ବିମାନବନ୍ଦର ପଡ୍ ଟ୍ୟାକ୍ସି ପରିଚାଳନା କରୁଥିବା ଦେଶର ପ୍ରଥମ ବିମାନବନ୍ଦର ହେବ। ପଡ୍ ଟ୍ୟାକ୍ସି ହେଉଛି ଏକ ଛୋଟ, ସ୍ୱୟଂଚାଳିତ କ୍ୟାବ୍, ଯାହା ଟର୍ମିନାଲ ମଧ୍ୟରେ ଯାତ୍ରୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ଶୀଘ୍ର ପହଞ୍ଚାଇବ।
ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଟାୱାର (Air Traffic Control Tower)
ବିମାନବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଟାୱାର ମଧ୍ୟ ଅନନ୍ୟ ହେବ। ଏହା ଦେଶର ସବୁଠାରୁ ଉଚ୍ଚ ଏବଂ ଆଧୁନିକ ATC ଟାୱାର ମଧ୍ୟରୁ ଗୋଟିଏ ହେବ। ଯାହା ବିମାନ ପରିଚାଳନାର ଉତ୍ତମ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବ। ଏହି ଟାୱାର ପ୍ରାୟ ୩୮ ମିଟର ଉଚ୍ଚ ହେବ। ଏହାକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ (Airport Authority of India) ନୀରିକ୍ଷଣ ଏବଂ ସୁରକ୍ଷିତ ବିମାନ ଚଳାଚଳ ପାଇଁ ହସ୍ତାନ୍ତର କରାଯାଇଛି।
କାଗଜବିହୀନ ଡିଜି ଯାତ୍ରା (Paperless DigiYatra)
ଏହା ଦେଶର ପ୍ରଥମ ବିମାନବନ୍ଦର ଯାହା କୃତ୍ରିମ ବୁଦ୍ଧମତା (Artificial Intelligence) ଏବଂ ଡିଜିଯାତ୍ରା-ଆଧାରିତ ମୁହଁ (ଚେହେରା) ଚିହ୍ନଟକରଣ (Digi Yatra based Facial Recognition) ମାଧ୍ୟମରେ ଯାତ୍ରୀଙ୍କୁ କାଗଜବିହୀନ ଏବଂ ସ୍ପର୍ଶ-ମୁକ୍ତ ଯାତ୍ରା (Paper Less & Touch Free Travel) ପ୍ରଦାନ କରିବ। ଯାହା ପ୍ରବେଶରୁ ପ୍ରସ୍ଥାନ ( Airport Entry to Boarding Point) ପର୍ଯ୍ୟନ୍ତ ଯାତ୍ରାକୁ କିଛି ମିନିଟ୍ ମଧ୍ୟରେ ଶେଷ କରିବ। ଏଠାରେ ଯାତ୍ରୀଙ୍କୁ ଟିକେଟ୍ (Flight Ticekt) କିମ୍ବା ପରିଚୟପତ୍ର (Identity Card) ଦେଖାଇବାକୁ ପଡ଼ିବ ନାହିଁ। ଏହି ବିମାନ ବନ୍ଦରରେ ପ୍ରବେଶ କେବଳ ମୁହଁ ଚିହ୍ନଟକରଣ ମାଧ୍ୟମରେ କରାଯିବ।
କିପରି ହେବ ବିମାନ ବନ୍ଦର ପରିସରର ରୂପରେଖ
ନୋଏଡ଼ା ବିମାନବନ୍ଦରର ଭିତର ପରିସର ଭାରତୀୟ ସଂସ୍କୃତି ଏବଂ ଆଧୁନିକତାର ଏକ ଆଶ୍ଚର୍ଯ୍ୟଜନକ ମିଶ୍ରଣ ହେବ। ଯେହା ମୁଖ୍ୟତଃ ବାରାଣସୀର ଘାଟ ଉପରେ ପର୍ଯ୍ୟବେସିତ ହେବ। ଯାତ୍ରୀମାନେ ଏହି ବିମାନବନ୍ଦର ଟର୍ମିନାଲ ଠାରେ ପ୍ରବେଶ କରିବା ମାତ୍ରେ ବନାରସ ଘାଟକୁ ଅନୁଭବ କରିବେ।
ରହିବ ନାହିଁ ଧାଡ଼ିରେ ହେଉଥିବା ଯାଞ୍ଚ ପ୍ରକ୍ରିୟା (No-Queue Check-In System)
ନୋଏଡ଼଼ା ବିମାନବନ୍ଦରରେ ଧାଡ଼ିରେ ହେଉଥିବା ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ ହେବ ନାହିଁ। ଏକ ଡିଜିଟାଲ୍ ଏବଂ ସ୍ୱୟଂଚାଳିତ ବ୍ୟବସ୍ଥା ମାଧ୍ୟମରେ, ଯାତ୍ରୀଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ଏହା ସମ୍ପୂର୍ଣ୍ଣ ଡିଜିଟାଲ୍-ପ୍ରଥମ ପଦ୍ଧତି ଉପରେ ଆଧାରିତ।
ଏହା ସହ ପଢନ୍ତୁ: ମଜବୁତ ହେବ ରାଷ୍ଟ୍ରୀୟ ସୁରକ୍ଷା; ଏଣକି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ
ଦେଶୀ "ଷ୍ଟ୍ରିଟ୍ ଫୁଡ୍ କର୍ଣ୍ଣର" (Street Food Coner)
ଖାଦ୍ୟ ପ୍ରେମୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦେଶୀ ଷ୍ଟ୍ରିଟ୍ ଫୁଡ୍ କର୍ଣ୍ଣର ରହିଛି। ଯେଉଁଠାରେ ଆପଣ ଦେଶର ବିଭିନ୍ନ ରାଜ୍ୟରୁ ପ୍ରସିଦ୍ଧ ଷ୍ଟ୍ରିଟ୍ ଫୁଡ୍ ଚାଖିପାରିବେ। ଏଠାରେ Chai Point, Chaayos, KFC, Subway ଭଳି Outlet ସହିତ ସ୍ଥାନୀୟ ଖାଦ୍ୟ ଏଠାରେ ଉପଲବ୍ଧ ହେବ।
ସୁରକ୍ଷା ପରବର୍ତ୍ତୀ ପ୍ରାଙ୍ଗଣ
ଟର୍ମିନାଲ ଭିତରେ ସୁରକ୍ଷା ଯାଞ୍ଚ ପରେ ଏକ ସ୍ୱତନ୍ତ୍ର ପ୍ରାଙ୍ଗଣ ସୃଷ୍ଟି କରାଯାଇଛି। ଯାହା ଯାତ୍ରୀଙ୍କୁ ବିମାନ ବନ୍ଦର ପରିସରରେ ଆରାମ ପ୍ରଦାନ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Noida International Airport top featuresJewar Airport key highlights 2026Noida International Airport unique factsWhy Jewar Airport is specialIndia largest greenfield airport featuresNoida Airport flight operations June 15Jewar Airport net zero carbon emissionsSwiss engineering Indian hospitality airportNoida Airport multi modal transport hubGhat and haveli inspired airport design