DL New Rules / ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି ? ବାତିଲ୍ ହୋଇଯିବ DL, ଆସିଲା ଅନେକ ନୂଆ ନିୟମ
·2 hours ago·2 min read

Key Points
ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ନେଗେଟିଭ୍ ପଏଣ୍ଟ
ପଏଣ୍ଟ ଆଧାରିତ କରାଯିବ ଡ୍ରାଇଭିଂ ଲାଇସେନ୍ସ
ପଏଣ୍ଟ ଆଧାରିତ କରାଯିବ ଡ୍ରାଇଭିଂ ଲାଇସେନ୍ସ
ନୂଆଦିଲ୍ଲୀ: ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗିଲେ ବାତିଲ ହେବ ଡ୍ରାଇଭିଙ୍ଗ ଲାଇସେନ୍ସ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଦେଇଛନ୍ତି ଏହି ସୂଚନା । ଟ୍ରାଫିକ ନିୟମ ପାଳନ କରୁନଥିବା ଗାଡ଼ି ଚାଳକଙ୍କ ପାଇଁ ପଏଣ୍ଟ ଆଧାରିତ କରାଯିବ ଡ୍ରାଇଭିଙ୍ଗ ଲାଇସେନ୍ସ । ଡିଏଲକୁ ପଏଣ୍ଟ ଆଧାରିତ କରିବା ଯୋଜନା ଉପରେ କେନ୍ଦ୍ର ସରକାର କାମ କରୁଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଡିଏଲରେ ନେଗେଟିଭ୍ ପଏଣ୍ଟ ଯୋଡ଼ି ହେବ । ଏହାସହିତ ଗାଡି ଚାଳକ ଭଲ ବ୍ୟବହାର କଲେ ମିଳିବ ପୁରସ୍କାର ।
ବିମା କମ୍ପାନୀ ମାନେ ନିୟମ ମାନି ଗାଡି ଚଳନା କରୁଥିବା ଗାଡି ଚାଳକଙ୍କୁ ବିଭିନ୍ନ ପ୍ରକାର ଲାଭ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଦେଶରେ ଭୁଲ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି । ବିଭିନ୍ନ କାରଣରୁ ପ୍ରତିବର୍ଷ ଦେଶରେ ୫ ଲକ୍ଷ ଦୁର୍ଘଟଣା ଘଟୁଛି । ପ୍ରତି ବର୍ଷ ଦେଶରେ ଟୁ ହ୍ବିଲର ଦୁର୍ଘଟଣାରେ ୮୧ ହଜାର ୭୮୦ ଜଣଙ୍କର ଜୀବନ ଯାଉଛି । ଯାହାକି ବିଶ୍ବରେ ଭାରତ ପ୍ରଥମ ରହିଛି । ସିଟ୍ ବେଲ୍ଟ ନପିନ୍ଧି ୧୪ ହଜାର ୪୬୬ ଜଣଙ୍କର ଦୁର୍ଘଟଣାରେ ଜୀବନ ଯାଉଛି । ହିଟ୍ ଏଣ୍ଡ ରନ୍ ଏବଂ ମଦ୍ୟପାନ କରି ଦୁର୍ଘଟଣେ ୩୪ହଜାର ଲୋକଙ୍କ ଜୀବନ ଯାଉଛି ।
ଦୁର୍ଘଟଣା ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡାକଡି କରିଛନ୍ତି । ଗାଡି ଚାଳକ ଏବଂ ସାଧାରଣ ଲେୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ତଥାପି ଦୁର୍ଘଟଣାରେ ରୋକ୍ ଲାଗୁ ନାହିଁ । ସେଥିପାଇଁ କେନ୍ଦ୍ର ସରକାର ଗାଡି ଚାଳକ ପାଇଁ ଏଭଳି ନିୟମ ପ୍ରସ୍ତୁତ କରିଛନ୍ତି । ସଡକ ସୁରକ୍ଷା ପାଇଁ ଦେଶରେ ୧୬୦୦ ଡ୍ରାଇଭିଂ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୪ଟି କେନ୍ଦ୍ର କାର୍ଯ୍ୟକ୍ଷମ ହେୋଇଥିବା ବେଳେ ୧୧୨ ଡ୍ରାଇଭିଂ ତାଲିମ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି ।
ପଢନ୍ତୁ ଏହି ଖବର: ଟ୍ୱିନ୍ ସିଟିରେ ଟ୍ରାଫିକ୍ ଜାମ୍ ହେବ ଶେଷ ! ରାସ୍ତା ସମ୍ପ୍ରସାରଣକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଯଦି ଆପଣ ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି ଏବଂ ଆପଣଙ୍କ ନାଁରେ ବାରମ୍ବାର ଚାଲାଣ କଟୁଛି, ତେବେ ଲାଇସେନ୍ସ ନବୀକରଣ କରିବା ଆଉ ସହଜ ହେବନାହିଁ । ଯେଉଁ ଚାଳକମାନଙ୍କର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବାର ପୂରୁଣା ରେକର୍ଡ ଥିବ, ସେମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପୂର୍ବରୁ ପୁଣିଥରେ ପ୍ରାକ୍ଟିକାଲ୍ ଡ୍ରାଇଭିଂ ଟେଷ୍ଟ୍ ଦେବାକୁ ପଡ଼ିବ ।
Related Topics
Explore more stories