Traffic Decongestion Plan / ଟ୍ୱିନ୍ ସିଟିରେ ଟ୍ରାଫିକ୍ ଜାମ୍ ହେବ ଶେଷ ! ରାସ୍ତା ସମ୍ପ୍ରସାରଣକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
·28 mins ago·2 min read

Key Points
କଟକ-ଭୁବନେଶ୍ୱରରୁ ପୁରୀ ଯାତ୍ରା ହେବ ସୁଗମ
ନିର୍ମାଣ ହେବ ୮-ଲେନ୍ ରାସ୍ତା
ଟ୍ୱିନ୍ ସିଟି ପାଇଁ ମାଷ୍ଟରପ୍ଲାନ୍
ନିର୍ମାଣ ହେବ ୮-ଲେନ୍ ରାସ୍ତା
ଟ୍ୱିନ୍ ସିଟି ପାଇଁ ମାଷ୍ଟରପ୍ଲାନ୍
ପୁରୀ ଯାତ୍ରୀଙ୍କ ପାଇଁ ବିକଳ୍ପ ୮-ଲେନ୍ ରାସ୍ତା ନିର୍ମାଣ ପାଇଁ ସମୀକ୍ଷା ବୈଠକରେ ଆଲୋଚନା । ଯାତାୟାତକୁ ଅଧିକ ସୁଗମ କରିବା ପାଇଁ ୮- ଲେନ୍ ବିଶିଷ୍ଟ ପ୍ରଶସ୍ତ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି । କଟକରୁ ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଯେପରି ବିନା କୌଣସି ଟ୍ରାଫିକ୍ ସମସ୍ୟାରେ ସହଜ ଓ ସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ନିରବଚ୍ଛିନ୍ନ ଗମନାଗମନ ବ୍ୟବସ୍ଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେହିପରି ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ବସିଥିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । କଟକ-ଭୁବନେଶ୍ୱରରେ ନୋ-ଟ୍ରାଫିକ୍ ଜାମ୍, ଟ୍ରାଫିକ୍ ଜଙ୍କସନ୍ ମରାମତି, ଭୁବନେଶ୍ୱର ରାସ୍ତା ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ମାର୍ଟ ଟ୍ରାଫିକ୍ ସିଷ୍ଟମ୍କୁ ଅଧିକ କଡ଼ାକଡ଼ି କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଦୁଇ ସହରର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଟ୍ୱିନ୍ ସିଟିର ଟ୍ରାଫିକ୍ ଡିକଞ୍ଜେସନ୍ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି ।
ଅଧିକ ପଢ଼ନ୍ତୁ: ପନୀର ନାଁରେ ବଜାରରେ ବିଷ; ମଇଦା ମିଶିଥିବା ୧ କ୍ଵିଣ୍ଟାଲରୁ ଅଧିକ ଭେଜାଲ୍ ପନୀର ଜବତ
ରାଜଧାନୀ ଭୁବନେଶ୍ୱର ସହିତ ଆମର ଐତିହାସିକ ଓ ପୁରାତନ ସହର କଟକର ଯୋଗାଯୋଗ ସଡ଼କ ଏବଂ ଏହାର ପାରିପାର୍ଶ୍ୱିକ ଅଞ୍ଚଳକୁ ଅଧିକ ସୁନ୍ଦର, ସ୍ୱଚ୍ଛ ଓ ସୁସଂଗଠିତ କରି ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ।
ଏଥିସହିତ ଟ୍ୱିନ୍ ସିଟିର ଯେଉଁ ସବୁ ପ୍ରମୁଖ ରାସ୍ତା ଓ ଟ୍ରାଫିକ୍ ଜଙ୍କସନ୍ଗୁଡ଼ିକ ଖରାପ ଅବସ୍ଥାରେ ଅଛି, ସେଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଏଥିସହ ପ୍ରମୁଖ ଜଙ୍କସନ୍ଗୁଡ଼ିକର ବିକାଶ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଫ୍ଲାଏଓଭର, ଓଭରବ୍ରିଜ୍, ସ୍ମାର୍ଟ ଟ୍ରାଫିକ୍ ସିଗନାଲ୍ ସିଷ୍ଟମ୍, ସିସିଟିଭି ବ୍ୟବସ୍ଥା ଏବଂ ବେଆଇନ୍ ପାର୍କିଂ ଉଚ୍ଛେଦ ଭଳି ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories