Train Food Controversy / ଟ୍ରେନର ଥାର୍ଡ ଏସିକୁ ଘର ଭାବିନେଲେ ମହିଳା; ସୋସିଆଲ ମିଡିଆରେ ତୀବ୍ର ଚର୍ଚ୍ଚା
·53 mins ago·2 min read

Key Points
ବନ୍ଦ ଏସି କୋଚ୍ରେ ଶୁଖୁଆକୁ ଚିକେନ୍ର ଭୋଜି
ଉଠିଲା ସିଭିକ୍ ସେନ୍ସର ପ୍ରଶ୍ନ, ତୀବ୍ର ପ୍ରତିବାଦ

ନୂଆଦିଲ୍ଲୀ: ଟ୍ରେନ୍ର ଥାର୍ଡ ଏସି କୋଚ୍ରେ ଯାତ୍ରା ବେଳେ ମହିଳାଙ୍କ ନନ୍ଭେଜ୍ ଭୋଜିକୁ ନେଇ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଛି ନୂଆ ବିବାଦ । ଚିକେନ୍ ଗ୍ରେଭି, ଶୁଖିଲା ମାଛ ଏବଂ ଫିସ୍ କରି ସହ ଭାତ ଓ ପିଆଜ ଖାଇବାର ଫଟୋ ଭାଇରାଲ୍ ହେଉଛି । ଏହାପରେ ଖାଦ୍ୟର ସ୍ୱାଧୀନତା ଓ ସହଯାତ୍ରୀଙ୍କ ପ୍ରତି ସାମାଜିକ ଦାୟିତ୍ୱକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ କୀର୍ତ୍ତିଗା ଆୟର ନାମକ ଜଣେ ୟୁଜର୍ ମହିଳା ଯାତ୍ରୀଙ୍କ ଏହି ଭୋଜିର ଫଟୋ ସେୟାର୍ କରିଥିଲେ । ତାଙ୍କ ପୋଷ୍ଟ ଅନୁସାରେ, ଥାର୍ଡ ଏସି କୋଚ୍ରେ ଯାତ୍ରା କରୁଥିବା ମହିଳାଙ୍କ ଏକ ଗ୍ରୁପ୍ ଟ୍ରେନ୍ର ଡବାକୁ ପିକନିକ୍ ସ୍ପଟ୍ରେ ପରିଣତ କରିଦେଇଥିଲେ । ସେଠାରେ ଚିକେନ୍ ଗ୍ରେଭି, ଶୁଖିଲା ମାଛ, ଫିସ୍ କରି, ଭାତ ଓ ପିଆଜ ସହ ଭୋଜିର ଆସର ଜମିଥିଲା ।

- ବନ୍ଦ ଏସି କୋଚ୍ରେ ଗନ୍ଧକୁ ନେଇ ପ୍ରଶ୍ନ
- ନନ୍ଭେଜ୍ ଖାଇବା ରେଳ ନିୟମ ବିରୋଧୀ ନୁହେଁ
- ସୋସିଆଲ୍ ମିଡିଆରେ ଭେଜ୍ ବନାମ ନନ୍ଭେଜ୍ ଲଢ଼େଇ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶୀତଦିନେ ବୁଲିବାକୁ ବାହାରିଛନ୍ତି କି ? ଟିକେଟ୍ କନଫର୍ମ ନଥିଲେ ଟ୍ରେନ୍ରେ ଚଢ଼ିବା ମନା
ଆଉ ଜଣେ ୟୁଜର୍ କହିଛନ୍ତି, "ଯଦି କେହି ଗନ୍ଧକୁ ନେଇ ଏତେ ସମ୍ବେଦନଶୀଳ, ତେବେ ଆଚାର ଓ ରୁଟିର ଗନ୍ଧ ମଧ୍ୟ ତାଙ୍କୁ ଅସୁବିଧା କରିପାରେ ।" ଏହି ପୂରା ଘଟଣା ଏବେ ଏକ ନୂଆ ପ୍ରଶ୍ନ ଉଠାଇଛି ସାର୍ବଜନୀନ ସ୍ଥାନରେ ନିଜ ପସନ୍ଦର ଖାଦ୍ୟ ଖାଇବାର ସ୍ୱାଧୀନତା କେତେ ଦୂର ଯାଏ ଠିକ୍ ଏବଂ କେଉଁଠି ଅନ୍ୟମାନଙ୍କ ପ୍ରତି ସାମାଜିକ ଦାୟିତ୍ୱ ଆରମ୍ଭ ହୋଇଥାଏ ।