Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Drowning / ପିକନିକ୍ ଯାଇଥିଲେ... ଡ୍ୟାମ୍‌ ଗେଟ୍ ଖୋଲିବାରୁ ଭାସିଗଲେ ପରିବାରର ୭ ଜଣ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପିକନିକ୍ ଯାଇଥିଲେ... ଡ୍ୟାମ୍‌ ଗେଟ୍ ଖୋଲିବାରୁ ଭାସିଗଲେ ପରିବାରର ୭ ଜଣ

Key Points

ଡ୍ୟାମ୍ କୂଳରେ ସମସ୍ତ ମିଶି ଭୋଜି ରାନ୍ଧୁଥିଲେ । ହେଲେ ହଠାତ୍ ଖୋଲିଲା ଡ୍ୟାମ୍ ଗେଟ୍ । ଆଉ ଦେଖୁ ଦେଖୁ ଭାସିଗଲେ ପରିବାରର ୭ ଜଣ ।

ବେଙ୍ଗାଳୁରୁ: ଛୁଟି କଟାଇବାକୁ ବାହାରିଥିଲା ପରିବାର । ଡ୍ୟାମ୍ କୂଳରେ ସମସ୍ତ ମିଶି ଭୋଜି ରାନ୍ଧୁଥିଲେ । ହେଲେ ହଠାତ୍ ଖୋଲିଲା ଡ୍ୟାମ୍ ଗେଟ୍ । ଆଉ ଦେଖୁ ଦେଖୁ ଭାସିଗଲେ ପରିବାରର ୭ ଜଣ । ମଙ୍ଗଳବାର ଏଭଳି ଅଘଟଣ ଘଟିଛି କର୍ଣ୍ଣାଟକର ଟୁମାକୁରୁରେ ।


ଟୁମାକୁରୁ ପୋଲିସ ଅଧୀକ୍ଷକ ଅଶୋକ କେଭିଙ୍କ ଅନୁସାରେ, "ଡ୍ୟାମ୍‌କୁ ପିକନିକ୍ କରିବାକୁ ପ୍ରାୟ ୧୫ ଜଣ ଯାଇଥିଲେ । ସେମାନଙ୍କ ମଧ୍ୟରେ ମହିଳା ଏବଂ ଛୁଆ ଥିଲେ । ୧୫ରୁ ୭ ଜଣ ପାଣିକୁ ଯାଇଥିବା ବେଳେ ସାଇଫନରୁ ହଠାତ୍ ପାଣି ଛଡ଼ା ଯାଇଥିଲା, ଯାହାକି ପ୍ରବଳ ସୁଅ ସୃଷ୍ଟି କରିଥିଲା ।"


ଏଥିସହ ପଢ଼ନ୍ତୁ: ଜିଲ୍ଲାପାଳଙ୍କୁ ସୁନା ପାଲିଙ୍କିରେ ବସାଇ ଛାଡ଼ିଲେ ସହକର୍ମୀ


ଆଉ ପାଣିର ପ୍ରବଳ ସୁଅରେ ଦେଖୁ ଦେଖୁ ୭ ଜଣ ଯାକ ଭାସି ଯାଇଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ଖବର ପାଇ ଡ୍ୟାମରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।


ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଏବେ ସୁଦ୍ଧା ୨ ଜଣଙ୍କ ମୃତଦେହ ମିଳିଛି । ନିଖୋଜ ଥିବା ଅନ୍ୟ ୪ ଜଣଙ୍କୁ ଖୋଜିବା ପାଇଁ ଜାରି ରହିଛି ସର୍ଚ୍ଚ ଅପେରସନ୍ । ଜଣେ ପୁରୁଷଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କ ମଧ୍ୟରେ ମହିଳା ଓ ଛୋଟ ଝିଅ ଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ପ୍ରି-ପ୍ଲାନ୍ ସହ ପୀତବାସଙ୍କୁ ଗୁଳି କରିଥିଲେ ପ୍ରଫେସନାଲ ସାର୍ପ ସୁଟର୍ ! କିଏ କରିଥିଲା ଶେଷ କଲ୍ ?


ଡ୍ୟାମର ଇଞ୍ଜିନିୟରଙ୍କ ଅନୁସାରେ, "ପାଣିର ସ୍ରୋତ ହଠାତ୍ ବଢ଼ିଯିବାରୁ ସାଇଫନରୁ ପାଣି ନିଷ୍କାସନ ହୋଇଥିଲା । ତେବେ କେଉଁ ସ୍ଥିତିରେ ସାଇଫୋନ୍ ଖୋଲିଲା ତାର ତଦନ୍ତ କରାଯିବ ।"


ସୂଚନା ଅନୁସାରେ, ଡ୍ୟାମକୁ ପିକନିକ୍ ପାଇଁ ଯାଇଥିବା ପରିବାର ସ୍ଥାନୀୟ ମଗଦିପାଲ୍ୟା ଅଞ୍ଚଳର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ମଧ୍ୟାହ୍ନରେ ମର୍କୋନାହାଲି ଡ୍ୟାମକୁ ବୁଲିବାକୁ ଯାଇ ପାଣିରେ ପହଁରୁଥିଲେ । ଆଉ ସେହି ସମୟରେ ଆସିଥିଲା ପ୍ରଖର ସ୍ରୋତ । ଦେଖୁ ଦେଖୁ ୭ ଜଣ ଭାସି ଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ମହିଳା ଓ ଛୋଟ ଝିଅର ମୃତଦେହ ମିଳିଛି ।

Related Topics

Explore more stories

Sponsored
Drowning | 7 Swept Away as Dam Gate Opens in Tumakuru, Karnataka | Argus News | Argus News