Tamil Nadu Violence / ବାଇକ୍ରେ ଆସିଲେ, ତାମିଲନାଡ଼ୁରେ ବିଜୟଙ୍କ ଅଫିସ୍ରେ ନିଆଁ ଲଗାଇଲେ
·1 hour ago·2 min read

Key Points
ମେ ୪ ତାରିଖରେ ତାମିଲନାଡ଼ୁ ସହ ଆଉ ୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବ । ହେଲେ ଭୋଟ୍ ଗଣତି ପୂର୍ବରୁ ତାମିଲନାଡ଼ୁରେ ହିଂସା ଦେଖିବାକୁ ମିଳିଛି ।
ଚେନ୍ନାଇ: ନିର୍ବାଚନ ଫଳ ଆସିବା ପୂର୍ବରୁ ହିଂସା । ଜାଳିଦେଲେ TVK କାର୍ଯ୍ୟାଳୟ । ମେ ୪ ତାରିଖରେ ତାମିଲନାଡ଼ୁ ସହ ଆଉ ୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବ । ହେଲେ ଭୋଟ୍ ଗଣତି ପୂର୍ବରୁ ତାମିଲନାଡ଼ୁରେ ହିଂସା ଦେଖିବାକୁ ମିଳିଛି ।
ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳୀୟ କାର୍ଯ୍ୟାଳୟ TVKରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନିଆଁ ଲଗାଇଥିବା ସିସିଟିଭି ଫୁଟେଜ୍ରେ ଦେଖା ଯାଉଛି । ଗୁରୁବାର ରାତିରେ ଦୁଇ ଜଣ ବାଇକ୍ରେ ଆସି ନିଆଁ ଲଗାଇବା ପରେ ଖସି ପଳାଉଛନ୍ତି ।
ଏଥିସହ ପଢ଼ନ୍ତୁ: ନିର୍ବାଚନ ଫଳ ପୂର୍ବରୁ TMCକୁ ବଡ଼ ଝଟକା, ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ
ତେବେ ଏନେଇ TVK ପକ୍ଷରୁ କୌଣସି ଏତଲା ଦିଆଯାଇ ନାହିଁ । ଅଗ୍ନିକାଣ୍ଡରେ କେହି ମୃତାହତ ମଧ୍ୟ ହୋଇ ନାହାନ୍ତି । ଶ୍ରୀରାଙ୍ଗମ କାର୍ଯ୍ୟାଳୟ ବାହାରେ ଦଳୀୟ ପୋଷ୍ଟର ଓ ବିଜୟଙ୍କ ଫଟୋ ଚିରି ଫିଙ୍ଗି ଦିଆଯାଇଥିବା ସକାଳେ ଦେଖିବାକୁ ମିଳିଛି ।
ଏକଜିଟ୍ ପୋଲ ଆକଳନ
ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଏକଜିଟ୍ ପୋଲରେ ବିଜୟଙ୍କ TVK ଭଲ ପ୍ରଦର୍ଶନ କରିବା ଆକଳନ କରାଯାଇଛି । ଏପରିକି TVK ୯୮ରୁ ୧୨୦ ଆସନ ହାତେଇବା ନେଇ ଆକଳନ କରିଛି ଆକ୍ସିସ୍ ମାଇଁ ଇଣ୍ଡିଆ ।
ସେହିଭଳି ଚାଣକ୍ୟର ଏକଜିଟ୍ ପୋଲ ଆକଳନ ଆକଳନ ଅନୁସାରେ, TVKକୁ ୫୨ରୁ ୪୭ଟି ଆସନ ମିଳିପାରେ । କାମକ୍ଷା ଆନାଲିଟିକ୍ସ ଅନୁସାରେ, ୬୭ରୁ ୮୧ଟି ଆସନରେ ବିଜୟୀ ହୋଇପାରେ ବିଜୟଙ୍କ TVK । ଯାହା ଦର୍ଶାଉଛି, ନିର୍ବାଚନରେ ବିଜୟଙ୍କ ଦଳର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇପାରେ । ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡ଼ୁରେ ବହୁମତ ହେଉଛି ୧୧୮ ।
କ'ଣ କହୁଛି ବୁଥ୍ ବାହୁଡ଼ା ମତ ?
ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁସାରେ, ତାମିଲନାଡ଼ୁ ବିଧାନସଭାର ମୋଟ ଆସନ ସଂଖ୍ୟା ୨୩୪ । ବହୁମତ ହେଉଛି ୧୧୮ । ଏକଜିଟ୍ ପୋଲ ଅନୁସାରେ, ଟିଭିକେ ୯ରୁ ୨୦ଟି ଆସନ ପାଇବ । ଡିଏମକେ ୯୨ରୁ ୧୧୦ ଏବଂ ଏଆଇଡିଏମକେ ଓ ସହଯୋଗୀ ୨୨ରୁ ୨୩ଟି ଆସନ ଜିତି ପାରନ୍ତି ।
ସେହିଭଳି ଜେଭିସିର ଆକଳନ କହୁଛି, ତାମିଲନଡ଼ରେ ଏଆଇଡିଏମକେ ଓ ସହଯୋଗୀ ୧୨୮ରୁ ୧୪୭ ଆସନ ଜିତିବେ । ଟିଭିକେ ୮ରୁ ୧୫ଟି ଏବଂ ଡିଏମକେ ୭୫ରୁ ୯୫ଟି ଆସନ ହାତେଇ ପାରେ ।
ଏଥିସହ ପଢ଼ନ୍ତୁ: ରାଜନୀତିର ନୂଆ 'ସୁପରଷ୍ଟାର'; ବିଜୟ ଦୋହରାଇବେ କି MGR ଓ NTRଙ୍କ ଇତିହାସ ?
ମାଟ୍ରିଜ୍ ଅନୁସାରେ, ଡିଏମକେ ୧୨୨ରୁ ୧୩୨ଟି ଆସନ, ଏଆଇଡିଏମକେ ୮୭ରୁ ୧୦୦ଟି ଆସନ, ଟିଭିକେ ୧୦ରୁ ୧୨ଟି ଆସନ ହାତେଇପାରେ । ପିପୁଲ୍ସ ପଲ୍ସ ଆକଳନ ଅନୁସାରେ, ଡିଏମକେ ୧୨୫ରୁ ୧୪୫ ଆସନ ହାତେଇବ । ଏଆଇଡିଏକେ ୬୫ରୁ ୮୦ ଏବଂ ଟିଭିକେ ୧୮ରୁ ୨୪ଟି ସିଟରେ ବିଜୟୀ ହୋଇପାରେ ।
ଏପ୍ରିଲ୍ ୨୩ ତାରିଖରେ ତାମିଲନାଡ଼ୁର ସମସ୍ତ ୨୩୪ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା । ୮୫.୧୪ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିଲା । ପଶ୍ଚିମବଙ୍ଗ, ଆସାମ, କେରଳ, ପୁଡୁଚେରୀ ସହ ମେ ୪ ତାରିଖରେ ଆସିବ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories