TMC Petition Rejected / ନିର୍ବାଚନ ଫଳ ପୂର୍ବରୁ TMCକୁ ବଡ଼ ଝଟକା, ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ
·4 months ago·2 min read

Key Points
କେନ୍ଦ୍ର କର୍ମଚାରୀଙ୍କୁ ଭୋଟିଂ ସୁପରଭାଇଜର ନିଯୁକ୍ତ ଘଟଣା
ଏହାର ବିରୋଧରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲା ଟିଏମସି
ଆବେଦନ ଖାରଜ କରିଦେଲେ କୋଲକାତା ହାଇକୋର୍ଟ
ଏହାର ବିରୋଧରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲା ଟିଏମସି
ଆବେଦନ ଖାରଜ କରିଦେଲେ କୋଲକାତା ହାଇକୋର୍ଟ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଭୋଟ ଗଣନା ପର୍ଯ୍ୟବେକ୍ଷକ ଭାବରେ ନିୟୋଜିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ତୃଣମୂଳ କଂଗ୍ରେସ (ଟିଏମସି) ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନକୁ ଗୁରୁବାର କୋଲକାତା ହାଇକୋର୍ଟ ଖାରଜ କରିଦେଇଛନ୍ତି । ଟିଏମସି ଅଭିଯୋଗ ଆଣିଥିଲା ଯେ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଭାବିତ ହୋଇପାରନ୍ତି, ଯାହାକୁ ଜଷ୍ଟିସ କୃଷ୍ଣ ରାଓ ଖାରଜ କରିଦେଇଛନ୍ତି ।
କୋର୍ଟ କହିଛନ୍ତି, "ଗଣନା ପର୍ଯ୍ୟବେକ୍ଷକ ଏବଂ ଗଣନା ସହାୟକ କେବଳ ଗଣନା କକ୍ଷରେ ରହିବେ ନାହିଁ । ମାଇକ୍ରୋ ପର୍ଯ୍ୟବେକ୍ଷକ, ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ କାଉଣ୍ଟିଂ ଏଜେଣ୍ଟ ଏବଂ କାଉଣ୍ଟିଂ କର୍ମଚାରୀ ମଧ୍ୟ କାଉଣ୍ଟିଂ ରୁମରେ ରହିବେ । ତେଣୁ ଆବେଦନକାରୀଙ୍କ ଅଭିଯୋଗକୁ ବିଶ୍ୱାସ କରିବା ଅସମ୍ଭବ ।" କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ହେଉ କିମ୍ବା କେନ୍ଦ୍ର ସରକାରଙ୍କର ଗଣନା ପର୍ଯ୍ୟବେକ୍ଷକ ଏବଂ ଗଣନା ସହାୟକଙ୍କୁ ନିଯୁକ୍ତି କରିବା ଭାରତୀୟ ନିର୍ବାଚନ କମିଶନ (ECI)ର ଅଧିକାର ।
ପଢନ୍ତୁ ଏହି ଖବର: EVM, ପୋଷ୍ଟାଲ ବ୍ୟାଲେଟ୍, ଷ୍ଟ୍ରଙ୍ଗ ରୁମ୍....ଜାଣନ୍ତୁ ଭୋଟିଂରୁ କାଉଟିଂ ପର୍ଯ୍ୟନ୍ତ କଣ ଥାଏ ପ୍ରୋଟୋକଲ୍

- 'ନିଯୁକ୍ତି ବେଆଇନ ନୁହେଁ'
ପଢନ୍ତୁ ଏହି ଖବର: EVM, ପୋଷ୍ଟାଲ ବ୍ୟାଲେଟ୍, ଷ୍ଟ୍ରଙ୍ଗ ରୁମ୍....ଜାଣନ୍ତୁ ଭୋଟିଂରୁ କାଉଟିଂ ପର୍ଯ୍ୟନ୍ତ କଣ ଥାଏ ପ୍ରୋଟୋକଲ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋଲକାତା ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ ଏହା ମଧ୍ୟ ଦୋହରାଇଛନ୍ତି ଯେ ନିର୍ବାଚନ ପ୍ରକ୍ରିୟା ସମୟରେ ଯେକୌଣସି ହସ୍ତକ୍ଷେପରୁ ବର୍ତ୍ତିବା ଉଚିତ । ଯଦି କାହାକୁ କୌଣସି ପ୍ରକାର ଅଭିଯୋଗ ଅଛି, ତେବେ ଉକ୍ତ ବ୍ୟକ୍ତି ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୧୦୦ ଅନୁଯାୟୀ ନିର୍ବାଚନ ପିଟିସନ୍ ଦାଖଲ କରିପାରିବେ । ଏହି ନିଷ୍ପତ୍ତି ସହିତ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭୋଟ ଗଣନା ସମ୍ପର୍କରେ ତୃଣମୂଳ କଂଗ୍ରେସର ଦାବିର କୌଣସି ଆଇନଗତ ଆଧାର ନାହିଁ ଏବଂ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି ।
Related Topics
Explore more stories