Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଶ୍ଵର ଉଚ୍ଚତମ ଗିରିଶୃଙ୍ଗରେ ଅଘଟଣ; ଶିଖରରେ ପହଞ୍ଚି ଫେରିବା ବେଳେ ଚାଲିଗଲା ୨ ଭାରତୀୟଙ୍କ ଜୀବନ

National

Mount Everest Tragedy / ବିଶ୍ଵର ଉଚ୍ଚତମ ଗିରିଶୃଙ୍ଗରେ ଅଘଟଣ; ଶିଖରରେ ପହଞ୍ଚି ଫେରିବା ବେଳେ ଚାଲିଗଲା ୨ ଭାରତୀୟଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ବିଶ୍ଵର ଉଚ୍ଚତମ ଗିରିଶୃଙ୍ଗରେ ଅଘଟଣ; ଶିଖରରେ ପହଞ୍ଚି ଫେରିବା ବେଳେ ଚାଲିଗଲା ୨ ଭାରତୀୟଙ୍କ ଜୀବନ
Tragic News From Mount Everest

Key Points

ମାଉଣ୍ଟ ଏଭରେଷ୍ଟ ଶିଖରରୁ ତଳକୁ ଆସିବା ସମୟରେ ୨ ଜଣ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଦ୍ଵୟ ଅରୁଣ କୁମାର ତିୱାରୀ ଓ ସନ୍ଦୀପ ଆରେ ବୋଲି ସୂଚନା ମିଳିଛି ।
ନୂଆଦିଲ୍ଲୀ: ପୃଥିବୀର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ । ହିମାଳୟ ପର୍ବତମାଳାର ଏହି ଅଂଶ ନେପାଳ ଏବଂ ତିବ୍ବତ (ଚୀନ) ସୀମାରେ ରହିଛି । ପ୍ରତିବର୍ଷ ଶତାଧିକ ପର୍ବତାରୋହୀ ମାଉଣ୍ଟ ଏଭରେଷ୍ଟ ଚଢ଼ୁଥିବା ବେଳେ ଆସିଛି ଦୁଃଖଦ ଖବର ।

ସମୁଦ୍ର ପତ୍ତନ ଠାରୁ ୨୯ ହଜାର ୩୧ ଫୁଟ୍ ଅର୍ଥାତ୍ ୮ ହଜାର ୮୪୮.୮୬ ମିଟର ଉଚ୍ଚରେ ରହିଛି ମାଉଣ୍ଟ ଏଭରେଷ୍ଟ । ଯାହା ଏବେ 'ଡେଥ୍ ଜୋନ୍' ପାଲଟିଲାଣି । ସେଠାରେ ବାୟୁ ଚାପ କମ୍ ରହୁଥିବା ବେଳେ ଅକ୍ସିଜେନ୍ ମାତ୍ରା ହ୍ରାସ ପାଇଥାଏ ।

ଏଥିସହ ପଢ଼ନ୍ତୁ: ବ୍ୟବସାୟୀଙ୍କ ବ୍ୟାଗ୍‌ରେ ଥିଲା ଗରମ ମସଲା, ବିମାନବନ୍ଦରରୁ ଗିରଫ କଲା ପୋଲିସ; ଜାଣନ୍ତୁ କେଉଁଠି ରହିଲା ଭୁଲ୍ ? 

ବିଶ୍ଵର ଏହି ଉଚ୍ଚତମ ଗିରିଶୃଙ୍ଗରେ ପହଞ୍ଚି ଭାରତର ଟେକ ରଖି ଫେରିବା ସମୟରେ ଅଘଟଣ ଘଟିଛି । ମାଉଣ୍ଟ ଏଭରେଷ୍ଟ ଶିଖରରୁ ତଳକୁ ଆସିବା ସମୟରେ ୨ ଜଣ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ, ୨ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ନେଇ ମେ ୨୨ ତାରିଖ ଶୁକ୍ରବାର ନେପାଳର ଅଧିକାରୀ ସୂଚନା ଦେଇଛନ୍ତି । ମୃତକ ଦ୍ଵୟ ଅରୁଣ କୁମାର ତିୱାରୀ ଓ ସନ୍ଦୀପ ଆରେ ବୋଲି ସୂଚନା ମିଳିଛି ।

ନେପାଳ ଏକ୍ସପିଡିସନ ଅପରେଟର୍ସ ଆସୋସିଏସନ୍‌ର ମହସଚିବ ଋଷି ଭଣ୍ଡାରୀଙ୍କ ଅନୁସାରେ, ଦୁଇ ପର୍ବତାରୋହୀ ଶିଖରରୁ ଓହ୍ଳାଇବା ବେଳେ କ୍ଳାନ୍ତ ହୋଇ ପଡ଼ିଥିଲେ । ତାଙ୍କ ସହ ଥିବା ଗାଇଡ୍ ବଞ୍ଚାଇବା ପାଇଁ ପ୍ରୟାସ କରି ବିଫଳ ହୋଇଛନ୍ତି ।

ଋଷି ଭଣ୍ଡାରୀ କହିଛନ୍ତି, "ସନ୍ଦୀପ ବୁଧବାର ଏଭରେଷ୍ଟ ଶିଖରରେ ପହଞ୍ଚିଥିବା ବେଳେ ଅରୁଣ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ପହଞ୍ଚିଥିଲେ । ଉଭୟଙ୍କ ଜୀବନ ରକ୍ଷା ଲାଗି ଗାଇଡ୍ ପ୍ରୟାସ କରିଥିଲେ । ଗୁରୁବାର ସନ୍ଦୀପଙ୍କ ମୃତ୍ୟୁ ହୋଇଥିବା ବେଳେ ଅରୁଣଙ୍କ ମୃତ୍ୟୁ କେବେ ହୋଇଛି ସ୍ପଷ୍ଟ ହୋଇ ନାହିଁ ।"

ଏଥିସହ ପଢ଼ନ୍ତୁ: ଖରାରେ ପାର୍କିଂ ହୋଇଥିଲା କାର; ଖେଳୁଖେଳୁ ଚାଲିଗଲେ ୨ ଭଉଣୀ, ଏକା ହୋଇଗଲେ ବାପା ରମେଶ 

ସୂଚନା ଅନୁସାରେ, ଚଳିତବର୍ଷ ବୁଧବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୭୪ ଜଣ ପର୍ବତାରୋହୀ ସଫଳତାର ସହ ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚିଛନ୍ତି । ମେ ୧୩ର ମାଉଣ୍ଟ ଏଭରେଷ୍ଟ ଚଢ଼ିବା ଆରମ୍ଭ ହୋଇଥିଲା ।

ଚଳିତବର୍ଷ ରେକର୍ଡ ସଂଖ୍ୟକ ୪୯୩ ଜଣଙ୍କୁ ନେପାଳ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ଲାଗି ଅନୁମତି ଦେଇଛି । ବିଶ୍ଵର ଏହି ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଶିକରରେ ପ୍ରଥମ ଥର ୧୯୫୩ରେ ତେନଜିଙ୍ଗ ନଗଗେ ଏବଂ ସାର୍ ଏଡମୁଣ୍ଡ ହିଲାରୀ ପହଞ୍ଚିବାରେ ସଫଳ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mount Everest Tragedy: 2 Indian Climbers Die While Descending | Argus News | Argus News