Muslim Women in Kanwar Yatra / ହାତରେ ପତାକା, କାନ୍ଧରେ ଗଙ୍ଗାଜଳ; ବୁର୍ଖା ପିନ୍ଧି କାଉଡ଼ିଆ ସାଜିଲେ ଦୁଇ ମୁସଲିମ୍ ମହିଳା
·1 hour ago·3 min read

Key Points
ମୁସଲିମ୍ ସମ୍ପ୍ରଦାୟର ଦୁଇ ଜଣ ମହିଳା, ବୁର୍ଖା ପିନ୍ଧି, କାନ୍ଧରେ ପବିତ୍ର ଗଙ୍ଗାଜଳ ଧରି କାଉଡ଼ିଆ ସାଜି ମହାଦେବଙ୍କ ନିକଟକୁ ଯାଉଛନ୍ତି । ହରିଦ୍ୱାରରୁ ଗଙ୍ଗାଜଳ ନେଇ ସେମାନେ ଗାଜିଆବାଦର ଡାସନା ଶିବ ମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି ।
ନୂଆଦିଲ୍ଲୀ: ବିଶ୍ୱାସର ନା ଅଛି କୌଣସି ରଙ୍ଗ, ନା ଅଛି କୌଣସି ଧର୍ମ । ଯେତେବେଳେ ଦେବ ଦେବ ମହାଦେବଙ୍କ ଡାକରା ଆସେ, ସେତେବେଳେ ସମାଜର ସବୁ ବାଧାବିଘ୍ନ, ସବୁ ପ୍ରାଚୀର ଆପେ ଆପେ ଭାଙ୍ଗିଯାଏ । ଭକ୍ତି ଓ ସମର୍ପଣର କିଛି ସେଭଳି ନିଆରା ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଯାହା ଦେଶବାସୀଙ୍କ ହୃଦୟକୁ ଛୁଇଁଯାଇଛି ।
ପବିତ୍ର ଶ୍ରାବଣ ମାସର ବୋଲବମ୍ ଯାତ୍ରାରେ ଦେଖିବାକୁ ମିଳିଛି ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମର ଏମିତି ଶକ୍ତି, ଯାହା ଆଗରେ ସବୁକିଛି ତୁଚ୍ଛ ପାଲଟି ଯାଇଛି । ଗୋଟିଏ ପଟେ ଜଣେ କଠୋରପନ୍ଥୀ ମୌଲାନା କାଉଡ଼ିଆମାନଙ୍କୁ ଆତଙ୍କବାଦ ଓ ନିଶାସକ୍ତ ବୋଲି କହି ସମାଜରେ ବିଷ ମଞ୍ଜି ବୁଣୁଛନ୍ତି ।
ଏଥିସହ ପଢ଼ନ୍ତୁ: ସୋମବାର ମଧ୍ୟାହ୍ନ ୧୨.୧୫ଟାରୁ ସ୍କୁଲ ଛୁଟି; ଏଇଠି ହାଫ୍ ଡେ ଘୋଷଣା
ହରିଦ୍ଵାରରୁ ଆଣିଛନ୍ତି ଗଙ୍ଗାଜଳ
ଅନ୍ୟପଟେ ସେହି ମୁସଲିମ୍ ସମ୍ପ୍ରଦାୟର ଦୁଇ ଜଣ ମହିଳା, ବୁର୍ଖା ପିନ୍ଧି, କାନ୍ଧରେ ପବିତ୍ର ଗଙ୍ଗାଜଳ ଧରି କାଉଡ଼ିଆ ସାଜି ମହାଦେବଙ୍କ ନିକଟକୁ ଯାଉଛନ୍ତି । ହରିଦ୍ୱାରରୁ ଗଙ୍ଗାଜଳ ନେଇ ସେମାନେ ଗାଜିଆବାଦର ଡାସନା ଶିବ ମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି । ଯେଉଁଠାରେ ମହାଦେବଙ୍କୁ ଜଳାଭିଷେକ କରିବାର ସଂକଳ୍ପ ନେଇଛନ୍ତି ।
ଏବେ ଏହି ୨ ମୁସଲିମ୍ ମହିଳା ସମଗ୍ରେ ଦେଶରେ ଚର୍ଚ୍ଚାର କେନ୍ଦ୍ର ସାଜିଛନ୍ତି । ଆଉ ସନାତନ ଧର୍ମର ବିଶାଳତାକୁ ପୁଣିଥରେ ପ୍ରମାଣିତ କରିଛି । ଯାହାକୁ ନେଇ ରାଜସ୍ଥାନର ଅନୀଷା ବାନୋ ଏବଂ ଉତ୍ତରପ୍ରଦେଶର ସମ୍ଭଲର ତମନ୍ନା ମଲ୍ଲିକ ନାମକ ଦୁଇ ମୁସଲିମ ମହିଳାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଆଉ ଆଲୋଚନା ଜୋର ଧରିଛି ।
ତଲାକ୍ ପରେ
ଅନୀଷା ବାନୋ, ସେହି ମହିଳା ଯିଏ ତିନ୍ ତଲାକ୍ ଏବଂ ହଲାଲା ଭଳି କୁପ୍ରଥାର ଶିକାର ହୋଇଛନ୍ତି । ତାଙ୍କୁ ଇସଲାମ ଧର୍ମର ନିୟମ ଆଧାରରେ ଛାଡ଼ପତ୍ର ଦିଆଯାଇଥିଲା । ତାଙ୍କ ପିଲାମାନଙ୍କୁ ତାଙ୍କଠାରୁ ଛଡ଼ାଇ ନିଆଯାଇଥିଲା ଏବଂ ପରେ ହଲାଲା ପାଇଁ ବାଧ୍ୟ କରାଯାଇଥିଲା ।
ଅନୀଷାଙ୍କ କହିବା ଅନୁସାରେ, "ଇସଲାମରେ ମହିଳାମାନଙ୍କୁ ପ୍ରକୃତ ନ୍ୟାୟ ମିଳିପାରୁନାହିଁ । କଠୋରପନ୍ଥୀ ମୌଲବୀମାନେ କେବେବି ତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ନାହିଁ । ନିଜ ପିଲାମାନଙ୍କୁ ଫେରି ପାଇବା ପାଇଁ ସେ ଏବେ ଆଇନଗତ ଲଢ଼େଇ ସାଙ୍ଗକୁ ଦେବଦେବ ମହାଦେବଙ୍କ ଉପରେ ଆସ୍ଥା ରଖିଛନ୍ତି ।"
ଆସ ସନାତନୀ ହୋଇଯାଅ...
ଅନୀଷାଙ୍କ ଦୃଢ଼ ବିଶ୍ୱାସ, ସନାତନ ଧର୍ମରେ ମହିଳାମାନଙ୍କୁ ଦେବୀ ଓ ଲକ୍ଷ୍ମୀ ରୂପେ ପୂଜା କରାଯାଏ ଏବଂ ମହାଦେବ ହିଁ ତାଙ୍କୁ ନ୍ୟାୟ ଦେବେ । ସେହି ବିଶ୍ୱାସ ସହ ତମନ୍ନା ମଲ୍ଲିକ କହିଛନ୍ତି, "ମୁସଲିମ୍ ମହିଳାମାନେ ସନାତନ ଧର୍ମ ଆପଣାଇବାକୁ ଚାହୁଁଛନ୍ତି, ସେମାନେ ନିର୍ଭୟରେ ଆସନ୍ତୁ ।"
ଶ୍ରାବଣର ଏହି ଯାତ୍ରାରେ ବେଶ ଉତ୍ସବମୁଖର ରହିଛି ଏବେ ଉତ୍ତରପ୍ରଦେଶ । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କାଉଡ଼ିଆ ଯାତ୍ରାରେ କୌଣସି ପ୍ରକାର ଅରାଜକତାକୁ ବରଦାସ୍ତ କରାଯିବ ନାହିଁ । ଯାହା ଶ୍ରଦ୍ଧାଳୁଙ୍କ ମନରେ ନୂଆ ଉତ୍ସାହ ଭରିଦେଇଛି ।
ଏଥିସହ ପଢ଼ନ୍ତୁ: ବିନା ଛୁଟିରେ ୧୨୦ ଦିନ କାମ; ବରିଷ୍ଠଙ୍କ ନିର୍ଯାତନା, ଶେଷରେ...
ଅନ୍ୟପଟେ କାଉଡ଼ିଆ ଯାତ୍ରାର ଏହି ଦୃଶ୍ୟ ଏବେ ମୁସଲିମ କଠୋରପନ୍ଥୀଙ୍କ ମାନସିକତା ଉପରେ ଶକ୍ତ ଚାପୁଡ଼ା ପକାଉଛି । ମନରେ ବିଶ୍ୱାସ ନେଇ ପାଦ ଆଗକୁ ମାଡ଼ି ଚାଲିଥିବା ବେଳେ, ରାସ୍ତାର ଦୁଇ କଡ଼ରେ ଛିଡ଼ା ହୋଇଥିବା ହିନ୍ଦୁ ସଂଗଠନର ସଦସ୍ୟ ଓ ସାଧାରଣ ଲୋକେ ଏହି ଦୁଇ ମହିଳାଙ୍କୁ ସ୍ୱାଗତ କରୁଛନ୍ତି । ତେବେ ବୁର୍ଖାରେ ଥିବା ଦୁଇ ମହିଳାଙ୍କୁ ଜଳାଭିଷେକ ପାଇଁ ସୁଯୋଗ ମିଳୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ।

Two Muslim women participated in the Kanwar Yatra wearing saffron scarves.
— Mohit (@Warlock_mohit) August 8, 2026
India without Congress is beautiful. pic.twitter.com/KbC41gsxoV
ଏବେ ଏହି ୨ ମୁସଲିମ୍ ମହିଳା ସମଗ୍ରେ ଦେଶରେ ଚର୍ଚ୍ଚାର କେନ୍ଦ୍ର ସାଜିଛନ୍ତି । ଆଉ ସନାତନ ଧର୍ମର ବିଶାଳତାକୁ ପୁଣିଥରେ ପ୍ରମାଣିତ କରିଛି । ଯାହାକୁ ନେଇ ରାଜସ୍ଥାନର ଅନୀଷା ବାନୋ ଏବଂ ଉତ୍ତରପ୍ରଦେଶର ସମ୍ଭଲର ତମନ୍ନା ମଲ୍ଲିକ ନାମକ ଦୁଇ ମୁସଲିମ ମହିଳାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଆଉ ଆଲୋଚନା ଜୋର ଧରିଛି ।
ତଲାକ୍ ପରେ
ଅନୀଷା ବାନୋ, ସେହି ମହିଳା ଯିଏ ତିନ୍ ତଲାକ୍ ଏବଂ ହଲାଲା ଭଳି କୁପ୍ରଥାର ଶିକାର ହୋଇଛନ୍ତି । ତାଙ୍କୁ ଇସଲାମ ଧର୍ମର ନିୟମ ଆଧାରରେ ଛାଡ଼ପତ୍ର ଦିଆଯାଇଥିଲା । ତାଙ୍କ ପିଲାମାନଙ୍କୁ ତାଙ୍କଠାରୁ ଛଡ଼ାଇ ନିଆଯାଇଥିଲା ଏବଂ ପରେ ହଲାଲା ପାଇଁ ବାଧ୍ୟ କରାଯାଇଥିଲା ।
ଅନୀଷାଙ୍କ କହିବା ଅନୁସାରେ, "ଇସଲାମରେ ମହିଳାମାନଙ୍କୁ ପ୍ରକୃତ ନ୍ୟାୟ ମିଳିପାରୁନାହିଁ । କଠୋରପନ୍ଥୀ ମୌଲବୀମାନେ କେବେବି ତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ନାହିଁ । ନିଜ ପିଲାମାନଙ୍କୁ ଫେରି ପାଇବା ପାଇଁ ସେ ଏବେ ଆଇନଗତ ଲଢ଼େଇ ସାଙ୍ଗକୁ ଦେବଦେବ ମହାଦେବଙ୍କ ଉପରେ ଆସ୍ଥା ରଖିଛନ୍ତି ।"
ଆସ ସନାତନୀ ହୋଇଯାଅ...
ଅନୀଷାଙ୍କ ଦୃଢ଼ ବିଶ୍ୱାସ, ସନାତନ ଧର୍ମରେ ମହିଳାମାନଙ୍କୁ ଦେବୀ ଓ ଲକ୍ଷ୍ମୀ ରୂପେ ପୂଜା କରାଯାଏ ଏବଂ ମହାଦେବ ହିଁ ତାଙ୍କୁ ନ୍ୟାୟ ଦେବେ । ସେହି ବିଶ୍ୱାସ ସହ ତମନ୍ନା ମଲ୍ଲିକ କହିଛନ୍ତି, "ମୁସଲିମ୍ ମହିଳାମାନେ ସନାତନ ଧର୍ମ ଆପଣାଇବାକୁ ଚାହୁଁଛନ୍ତି, ସେମାନେ ନିର୍ଭୟରେ ଆସନ୍ତୁ ।"
ଶ୍ରାବଣର ଏହି ଯାତ୍ରାରେ ବେଶ ଉତ୍ସବମୁଖର ରହିଛି ଏବେ ଉତ୍ତରପ୍ରଦେଶ । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କାଉଡ଼ିଆ ଯାତ୍ରାରେ କୌଣସି ପ୍ରକାର ଅରାଜକତାକୁ ବରଦାସ୍ତ କରାଯିବ ନାହିଁ । ଯାହା ଶ୍ରଦ୍ଧାଳୁଙ୍କ ମନରେ ନୂଆ ଉତ୍ସାହ ଭରିଦେଇଛି ।
ଏଥିସହ ପଢ଼ନ୍ତୁ: ବିନା ଛୁଟିରେ ୧୨୦ ଦିନ କାମ; ବରିଷ୍ଠଙ୍କ ନିର୍ଯାତନା, ଶେଷରେ...
ଅନ୍ୟପଟେ କାଉଡ଼ିଆ ଯାତ୍ରାର ଏହି ଦୃଶ୍ୟ ଏବେ ମୁସଲିମ କଠୋରପନ୍ଥୀଙ୍କ ମାନସିକତା ଉପରେ ଶକ୍ତ ଚାପୁଡ଼ା ପକାଉଛି । ମନରେ ବିଶ୍ୱାସ ନେଇ ପାଦ ଆଗକୁ ମାଡ଼ି ଚାଲିଥିବା ବେଳେ, ରାସ୍ତାର ଦୁଇ କଡ଼ରେ ଛିଡ଼ା ହୋଇଥିବା ହିନ୍ଦୁ ସଂଗଠନର ସଦସ୍ୟ ଓ ସାଧାରଣ ଲୋକେ ଏହି ଦୁଇ ମହିଳାଙ୍କୁ ସ୍ୱାଗତ କରୁଛନ୍ତି । ତେବେ ବୁର୍ଖାରେ ଥିବା ଦୁଇ ମହିଳାଙ୍କୁ ଜଳାଭିଷେକ ପାଇଁ ସୁଯୋଗ ମିଳୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories