UDAN Yojana second phase 2026 / ଏଣିକି ଛୋଟ ସହରରେ ସହଜ ହେବ ବିମାନ ଯାତ୍ରା; ଆରମ୍ଭ ହେଲା ଦ୍ୱିତୀୟ 'ଉଡ଼ାନ' ଯୋଜନା
·1 hour ago·2 min read

Key Points
ବିମାନ ଯାତ୍ରାକୁ ସୁଲଭ କରିବା ଲକ୍ଷ୍ୟରେ "ଉଡାନ୍" ଯୋଜନା ୨୦୧୬ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ସଂଶୋଧିତ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।
UDAN Yojana second phase India: ଜୁଲାଇ ୪ ତାରିଖ ଶନିବାର ଠାରୁ ସମଗ୍ର ଦେଶରେ ଆରମ୍ଭ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ 'ଉଡ଼ାନ' ଯୋଜନା। ଏହି ସଂଶୋଧିତ ଯୋଜନାକୁ ଆଞ୍ଚଳିକ ବିମାନ ସେବାକୁ ପୁନଃଜୀବିତ କରିବା ଏବଂ ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି। କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିମାନ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଆଗାମୀ ୧୦ ବର୍ଷ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୨୮,୮୪୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଯାହା ଦେଶର ଦୂରଦୂରାନ୍ତ ଏବଂ ଛୋଟ ସହରକୁ ଉନ୍ନତ ବିମାନ ସେବା ସହିତ ସଂଯୋଗ କରିବା ଉପରେ ଧ୍ୟାନ ଦେଇ କରାଯାଇଛି। ଯାହାର ଲକ୍ଷ୍ୟ ହେଉଛି ନୂତନ ବିମାନ ଉଡ଼ାଣ ମାର୍ଗ ବିକଶିତ କରିବା ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା।
ବିଦ୍ୟମାନ ୧୦୦ ବିମାନ ବନ୍ଦର ହେବ ବିକଶିତ
ସରକାରଙ୍କ ଯୋଜନା ଅନୁସାରେ ସଂଶୋଧିତ ଦ୍ୱିତୀୟ ପର୍ଯ୍ୟାୟ "ଉଡ଼ାନ" ଯୋଜନା (UDAN Yojana second phase) ବେସାମରିକ ବିମାନ ଚଳାଚଳ (Civil Aviation) କ୍ଷେତ୍ରରେ ପରବର୍ତ୍ତୀ ପର୍ଯ୍ୟାୟକୁ କାର୍ଯ୍ୟକାରୀ କରିବ। ମୋଦି ସରକାରଙ୍କ ବହୁ ପ୍ରତୀକ୍ଷିତ "ସାଧାରଣ ନାଗରିକଙ୍କୁ ଉଡ଼ାଣ କରିବାକୁ ଦିଅ" (Ude Desh ka Aam Nagrik) ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବ। ଏହି ସଂଶୋଧିତ ଯୋଜନା ଅଧିନରେ, ରାଜ୍ୟ ସରକାରଙ୍କ ସହଯୋଗରେ ବିଦ୍ୟମାନ ୧୦୦ ଏୟାରଷ୍ଟ୍ରିପ୍ (Airstrips) କୁ ଏୟାରପୋର୍ଟ (Airport) ରେ ବିକଶିତ କରାଯିବ। ଆଗାମୀ ୮ ବର୍ଷ ପାଇଁ ଏଥିଲାଗି ୧୨,୧୫୯ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି।
ଏହା ସହ ପଢନ୍ତୁ: ଏଣିକି ଛୋଟ ସହରରେ ସହଜ ହେବ ବିମାନ ଯାତ୍ରା; ଆରମ୍ଭ ହେଲା ଦ୍ୱିତୀୟ 'ଉଡ଼ାନ' ଯୋଜନା
ଗତ ୨୦୧୬ ବର୍ଷରେ ଆରମ୍ଭ ହୋଇଥିଲା "ଉଡ଼ାନ" ଯୋଜନା
ମୋଦି ସରକାରଙ୍କ ବହୁ ପ୍ରତୀକ୍ଷିତ "ଉଡ଼ାନ" ଯୋଜନା ୨୦୧୬ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁଯାୟୀ ଗତ ୨୮ ଫେବୃଆରୀ ସୁଦ୍ଧା, ୯୫ ବିମାନବନ୍ଦର, ହେଲିପୋର୍ଟ (Heliports) ଏବଂ ଜଳ ବିମାନଘାଟି (Water Aerodromes) ମାଧ୍ୟମରେ ୬୬୩ ବିମାନ ମାର୍ଗ କାର୍ଯ୍ୟକ୍ଷମ ହୋଇଛି। ସଂଶୋଧିତ UDAN ଯୋଜନାକୁ ୨୦୨୬-୨୭ ବର୍ଷରୁ ୨୦୩୫-୩୬ ପର୍ଯ୍ୟନ୍ତ ଅନୁମୋଦିତ କରାଯାଇଛି। ଏହି ଯୋଜନା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ।
ହେଲିପ୍ୟାଡ୍ ପାଇଁ ହୋଇଛି ୩୬୦୦ କୋଟିରୁ ଅଧିକ ବଜେଟ୍
ଏହି ଯୋଜନାରେ ଆଗାମୀ ୮ ବର୍ଷ ମଧ୍ୟରେ ୩୬୬୧ କୋଟି ବ୍ୟୟରେ ୨୦୦ ଆଧୁନିକ ହେଲିପ୍ୟାଡ୍ (Helipad) ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି। ଏହାକୁ ମୁଖ୍ୟତଃ ପଛୁଆ ଜିଲ୍ଲାରେ ଶେଷ ମାଇଲ୍ ପ୍ରବେଶ ଏବଂ ଜରୁରୀକାଳୀନ ସେବା ପାଇଁ ବିକଶିତ କରାଯିବ। ୩ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories