|
logo
Live
Argus News App
GET APP

Argus News - ଦେଶରେ ଆରମ୍ଭ ହେଲା ଉଡ଼ାନ ଯାତ୍ରୀ କାଫେ ସେବା; ଯାତ୍ରୀଙ୍କୁ ମିଳିବ ଜବରଦସ୍ତ ଫାଇଦା

National

Udan Yatri Cafe / ଦେଶରେ ଆରମ୍ଭ ହେଲା ଉଡ଼ାନ ଯାତ୍ରୀ କାଫେ ସେବା; ଯାତ୍ରୀଙ୍କୁ ମିଳିବ ଜବରଦସ୍ତ ଫାଇଦା

Subhramjit Ray
Browse all articles by Subhramjit Ray
·1 day ago·3 min read
ଦେଶରେ ଆରମ୍ଭ ହେଲା ଉଡ଼ାନ ଯାତ୍ରୀ କାଫେ ସେବା; ଯାତ୍ରୀଙ୍କୁ ମିଳିବ ଜବରଦସ୍ତ ଫାଇଦା
Udan Yatri Cafe

Key Points

ପୂର୍ବରୁ ଉଡ଼ାନ ଯାତ୍ରୀ କାଫେ ସେବା ଦେଶର ଅନ୍ୟ ୧୧ ଏୟାରପୋର୍ଟରେ କାର୍ଯ୍ୟକାରୀ ହୋଇସାରିଛି। ଏବେ ଏହାକୁ ଅନ୍ୟ ୧୧ ବିମାନ ବନ୍ଦରରେ ଆରମ୍ଭ କରାଯାଇଛି। 
Udan Yatri Cafe Starts At 11 Airports: ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରାକୁ ଅଧିକ ସୁଲଭ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦେଶର ପ୍ରମୁଖ ୧୧ ବିମାନବନ୍ଦରରେ ଉଡ଼ାନ ଯୋଜନା ଅଧିନରେ ଯାତ୍ରୀ କାଫେ ସେବା ଆରମ୍ଭ କରାଯାଇଛି। ଯେଉଁଠାରେ ଯାତ୍ରୀ ଯାତ୍ରା ବେଳେ ସୁଲଭ ମୂଲ୍ୟରେ ଖାଦ୍ୟ ଏବଂ ପାନୀୟ ପାଇପାରିବେ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ରବିବାର (ମାର୍ଚ୍ଚ ୨୯) ଭିଡ଼ିଓ କନଫରେନ୍ସିଂ ଯୋଗେ ଦେଶର ୧୧ ଏୟାରପୋର୍ଟରେ ଉଡ଼ାନ ଯାତ୍ରୀ କାଫେ ସେବା ଆରମ୍ଭ କରିଛନ୍ତି। ଏହି ସେବା ବର୍ତ୍ତମାନ ଯାତ୍ରୀଙ୍କ ପାଇଁ ଲକ୍ଷ୍ନୌ ସ୍ଥିତ ଚୌଧୁରୀ ଚରଣ ସିଂହ, ପାଟନା ସ୍ଥିତ ଜୟ ପ୍ରକାଶ ନାରାୟଣ, ଗୁଜୁରାଟର ରାଜକୋଟ, ଜାମୁ, ଶ୍ରୀନଗର, ଜୟପୁର, ଇନ୍ଦୋର ବିମାନ ବନ୍ଦରରେ ଆରମ୍ଭ ହୋଇଯାଇଛି।

ପୂର୍ବରୁ ଉଡ଼ାନ ଯାତ୍ରୀ କାଫେ ସେବା ଦେଶର ଅନ୍ୟ ୧୧ ଏୟାରପୋର୍ଟରେ କାର୍ଯ୍ୟକାରୀ ହୋଇସାରିଛି। କୋଲକାତା, ଚେନ୍ନାଇ, ପୁନେ, ବିଜୟୱାଡ଼ା, ଇଟାନଗର, ଭୁବନେଶ୍ୱର, ସୁରଟ, ଅହମ୍ମଦାବାଦ, ମୁମ୍ବାଇ, ମାଙ୍ଗାଲୁରୁ, ଥିରୁଭାଅନନ୍ତପୁରମ୍, କୋଏାମ୍ବାଟୁର ବିମାନ ବନ୍ଦରରେ ଯାତ୍ରୀଙ୍କୁ ଏହି କାଫେ ସୁବିଧା ମିଳୁଛି।

ଏଥିସହ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ମଧ୍ୟପ୍ରାଚ୍ୟକୁ ଉଡ଼ାଣ ଟିକଟରେ ଇନ୍ଧନ ସର୍ଚାର୍ଜ ୧୦ ଡଲାର ବୃଦ୍ଧି ପାଇବ

ଏହି ଅବସରରେ ମତ ରଖି କେନ୍ଦ୍ରମନ୍ତ୍ରୀ ନାଇଡୁ କହିଛନ୍ତି ଯେ, କାଫେ ସହିତ, ରାଜକୋଟ ବିମାନବନ୍ଦରରୁ ଦେଶର ଅନ୍ୟ ୫୭ ବିମାନବନ୍ଦରରେ ଅନ୍ୟ ଯାତ୍ରୀ-କୈନ୍ଦ୍ରିକ ସୁବିଧା ଉଦଘାଟନ କରାଯାଇଛି। ବିମାନ ଯାତ୍ରାକୁ ଆହୁରି ଅଧିକ ସହଜ କରିବା ପାଇଁ ଡିଜି ଯାତ୍ରା ସେବା ଆରମ୍ଭ ହୋଇଛି। ଯାହା ମାଧ୍ୟମରେ ଯାତ୍ରୀ ନିର୍ବିଘ୍ନ ବିମାନ ବନ୍ଦରରେ ପ୍ରବେଶ କରିବା ସହ ମାଗଣା ୱାଇ-ଫାଇ ସୁବିଧା ପାଇପାରିବେ। ଏହା ସହିତ ଫ୍ଲାଏବ୍ରାରୀ (Flybrary) ସୁବିଧା ମଧ୍ୟ ଯାତ୍ରୀଙ୍କୁ ମିଳୁଛି। ଯେଉଁଠି ସେମାନଙ୍କୁ ମାଗଣା ଲାଇବ୍ରେରୀ ସୁବିଧା ପ୍ରଦାନ କରାଯାଇଛି। ଏହା ସହିତ ଛୋଟ ପିଲାଙ୍କ ଖେଳିବା ପାଇଁ କିଡ୍ସ ଜୋନ୍ (Dedicated Kids Zones) ଏବଂ ଅବସର (Airports as Venue for Skilled Artisans) ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ସହ ଏହାର ବିକ୍ରିବଟା ପାଇଁ ବ୍ୟବସ୍ଥା କରାଯାଇଛି।

ଉଡାନ୍ ଯାତ୍ରୀ କାଫେ ମେନୁ: ସୁଲଭ ମୂଲ୍ୟରେ ମିଳିବ ସ୍ଥାନୀୟ ଖାଦ୍ୟ

ଉଡାନ୍ ଯାତ୍ରୀ କାଫେ ମେନୁରେ ୧୦ ଟଙ୍କାରେ ଚା', ୧୦ ଟଙ୍କାରେ ପାଣି ବୋତଲ, ୨୦ ଟଙ୍କାରେ କଫି, ୨୦ ଟଙ୍କାରେ ଏକ ଜଳଖିଆ ଏବଂ ୨୦ ଟଙ୍କାରେ ପ୍ରତି ଦିନର ଭିନ୍ନ ଭିନ୍ନ ସ୍ଥାନୀୟ ମିଠା ଅନ୍ତର୍ଭୂକ୍ତ ରହିଛି। ଯାତ୍ରୀ ସୁଲଭ ଏବଂ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଖାଦ୍ୟ ବିମାନବନ୍ଦରେ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରନ୍ତି।

ସ୍ଥାନୀୟ ସ୍ୱାଦ ଉପରେ ନିର୍ଭର କରି ମେନୁରେ ଜଳଖିଆ ଏବଂ ମିଠା ବିଭିନ୍ନ ବିମାନ ବନ୍ଦରରେ ଭିନ୍ନ ଭିନ୍ନ ରହିବ। ଉଦାହରଣ ସ୍ୱରୂପ ପୁଣେ ବିମାନବନ୍ଦରରେ ବଡା ପାୱ ମିଳୁଥିବା ବେଳେ ଚେନ୍ନାଇ ବିମାନବନ୍ଦରରେ ବଡାଇ ଖାଇବେ ଯାତ୍ରୀ। କୋଏମ୍ବାଟୁର ବିମାନବନ୍ଦରରେ, ଆପଣ ମେଧୁ ବଡା ଖାଇବାକୁ ପାଇବେ। ବିଜୟୱାଡ଼ା ବିମାନବନ୍ଦରରେ ଆପଣଙ୍କୁ କଚୋଡ଼ି ମିଳିବ। ହେଲେ ତଥାପି ଦେଶର ଅଧିକାଂଶ ଉଡାନ୍ ଯାତ୍ରୀ କାଫେ ଠାରେ ଯାତ୍ରୀଙ୍କୁ ସେମାନଙ୍କର ପ୍ରିୟ ଆଇଟମ୍ ସିଙ୍ଗେଡ଼ା ମିଳିବ।

ଏଥିସହ ପଢ଼ନ୍ତୁ: ଖୁସି ଖବର... 60% ସିଟ୍ ଉପରେ କୌଣସି ଅତିରିକ୍ତ ଚାର୍ଜ ନାହିଁ, ନଚେତ ବିମାନ କମ୍ପାନୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Udan Yatri Cafe: ଦେଶରେ ଆରମ୍ଭ ହେଲା ଉଡ଼ାନ ଯାତ୍ରୀ କାଫେ ସେବା; ଯାତ୍ରୀଙ୍କୁ ମିଳିବ ଜବରଦସ୍ତ ଫାଇଦା | Argus News