Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ , ଅନଲାଇନ ମୋଡରେ ହେବ ପରୀକ୍ଷା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ , ଅନଲାଇନ ମୋଡରେ ହେବ ପରୀକ୍ଷା

ଅର୍ଗସ ବ୍ୟୁରୋ : NTA ପକ୍ଷରୁ ପୁଣିଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ । ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ପରୀକ୍ଷା ।  ଗତ ୧୮ରେ ୟୁଜିସି ନେଟ୍ ପରୀକ୍ଷା ପେପର୍ ଲିକ୍ ନେଇ ସଙ୍କେତ ମିଳିବା ପରେ ରଦ୍ଦ କରାଯାଇଥିଲା ପରୀକ୍ଷା ।ଏନଟିଏ ପକ୍ଷରୁ ତିନୋଟି ପରୀକ୍ଷା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନସିଇଟି, ଜଏଣ୍ଟ CSIR ୟୁଜିସି ନେଟ ଏବଂ ୟୁଜିସି ନେଟ୍, ପରୀକ୍ଷା ଅନଲାଇନ କରାଯିବ । ଏନସିଇଟି ପରୀକ୍ଷା ଜୁଲାଇ ୧୦ ତାରିଖରେ କରାଯିବ । ଜଏଣ୍ଟ CSIR ୟୁଜିସି ନେଟ ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ କରାଯିବ। ସେହିପରି ୟୁଜିସି ନେଟ ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଆୟୋଜନ କରାଯିବ ।

ଅଧିକ ପଢନ୍ତୁ : ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା

ତେବେ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି ନିଷ୍ପତ୍ତି ନିଆଯାଇଥିଲା । ଜୁନ୍ ୧୯ ତାରିଖରେ ୟୁଜିସିକୁ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ନେଇ ସୂଚନା ମିଳିଥିଲା ।ଗତ ୧୮ ତାରିଖରେ ଦେଶର ୩୧୭ ସହରରେ ୧୨୦୫ ପରୀକ୍ଷା କେନ୍ଦ୍ରରେ ପାଖାପାଖି ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୟୁଜିସି-ନେଟ୍ ପରୀକ୍ଷା ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UGC-NET Exam Notification Released, Exam will be conducted in online mode | Argus News