mAadhaar App service stop / ଆଜିଠାରୁ ବନ୍ଦ ହେଲା ମୋବାଇଲ୍ ଆଧାର ଆପ୍ ସେବା, ଆସିଲା ନୂଆ ଆଧାର ଆପ୍
·2 hours ago·3 min read

Key Points
mAadhaar ଆପ୍ ଜୁନ୍ ୩୦ ତାରିଖରୁ ବନ୍ଦ ହୋଇଯାଇଛି। ଏହାକୁ ଏବେ ନୂଆ ଆଧାର ଆପ୍ ଦ୍ୱାରା ବଦଳାଯିବ। ଜାଣନ୍ତୁ କିପରି ନୂଆ ଆଧାର ଆପ୍ ଡାଉନଲୋଡ୍ କରିବେ ଏବଂ ଏହା କିପରି କାମ କରିବ।
New Aadhaar App service India: ମଙ୍ଗଳବାର (ଜୁନ ୩୦) ଠାରୁ ବନ୍ଦ ହେଉଛି ମୋବାଇଲ୍ ଆଧାର ଆପ୍ (mAadhaar App) ସେବା। ଏଣିକି ଆପଣଙ୍କୁ ଆଉ ଏହାର ନୂତନ ଅପଡେଟ୍ ସଂସ୍କରଣ (mAadhaar App Update Version) ମିଳିବ ନାହିଁ। ଏହାର ସମସ୍ତ ସେବା ଧିରେ ଧିରେ ବନ୍ଦ ହୋଇଯିବ। ଏନେଇ ଆଧାର କାର୍ଡ ଜାରି କରୁଥିବା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଏହାର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ଏହି ତଥ୍ୟ ପ୍ରଦାନ କରିଛି। ଏହି ପୋଷ୍ଟ ସେୟାରେ, UIDAI ଲୋକଙ୍କୁ ନୂତନ ଆଧାର ଆପ୍ ଡାଉନଲୋଡ୍ (New Aadhaar App Download) ଏବଂ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
କାହିଁକି UIDAI ଆଣିଲା ନୂତନ ଆଧାର ଆପ୍ ସେବା?
ନୂତନ ଆଧାର ଆପ୍ ସେବା ଆଣିବାକୁ ନେଇ ପ୍ରତିକ୍ରିୟା ରଖିଛି UIDAI। ଏନେଇ କୁହାଯାଇଛି ଯେ ନୂତନ ଆଧାର ଆପ୍ ଅଧିକ ସୁରକ୍ଷିତ ଏବଂ ଏହାକୁ ବ୍ୟବହାର କରିବାକୁ ସହଜ। ଏହି ଆପ୍ ଆପଣଙ୍କ ଗୋପନୀୟତା ଉପରେ ବିଶେଷ ଧ୍ୟାନ ଦେଇଥାଏ। ପୂର୍ବରୁ ପରିଚୟ ପ୍ରମାଣ କରିବା ପାଇଁ ଆଧାର ବ୍ୟବହାର କରିବା ସମୟରେ, ଆପଣଙ୍କୁ ପ୍ରାୟତଃ ଆପଣଙ୍କର ସମ୍ପୂର୍ଣ୍ଣ ଆଧାର କାର୍ଡ ଦେଖାଇବାକୁ ପଡୁଥିଲା କିମ୍ବା ଏହାର ଏକ କପି ପ୍ରଦାନ କରିବାକୁ ପଡୁଥିଲା। ହେଲେ ଏବେ ଆଉ ଏପରି କରିବାକୁ ହେବ ନାହିଁ। ନୂତନ ଆପ୍ ସହିତ, ଆପଣ କେବଳ ଆବଶ୍ୟକୀୟ ସୂଚନା ସେୟାର କରିବେ। ଉଦାହରଣ ସ୍ୱରୂପ, ଯଦି କେବଳ ଆପଣଙ୍କର ବୟସ କିମ୍ବା ନାମ କୌଣସି ସ୍ଥାନରେ ଆବଶ୍ୟକ ହୁଏ, ତାହେଲେ କେବଳ ସେହି ତଥ୍ୟ ପ୍ରଦାନ କରାଯିବ। ଏହା ଆପଣଙ୍କର ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବ। ଯାହା ଦ୍ୱାରା ଏହାର ଅପବ୍ୟବହାର ହ୍ରାସ ପାଇବ।
ନୂତନ ଆଧାର ଆପ୍ କିପରି ଡାଉନଲୋଡ୍ କରିବେ?
ନୂତନ ଆଧାର ଆପ୍ Andoid & iPhone ଉଭୟ ପାଇଁ ଉପଲବ୍ଧ ରହିଛି। ଏହାକୁ Google Play Store କିମ୍ବା Apple App Store ରୁ ଡାଉନଲୋଡ୍ କରିହେବ।
ଆପ୍ ଡାଉନଲୋଡ୍ କରିବା ପରେ, ପ୍ରଥମେ ଆପଣଙ୍କର ପସନ୍ଦିତ ଭାଷା ଚୟନ କରନ୍ତୁ।
ଏହା ପରେ, ଆଧାର ସହିତ Link ହୋଇଥିବା ଆପଣଙ୍କର ମୋବାଇଲ୍ ନମ୍ବର ପ୍ରଦାନ କରନ୍ତୁ।
ଏବେ ଆପଣ ଆପଣଙ୍କର ମୋବାଇଲ୍ ନମ୍ବରରେ ଏକ OTP ପାଇବେ। ଯାହାକୁ ଆପଣ ମୋବାଇଲ୍ ନମ୍ବର ଯାଞ୍ଚ କରିବା ପାଇଁ ପ୍ରଦାନ କରିବାକୁ ହେବ।
ଏହା ପରେ ଆପଣଙ୍କ ଚେହେରାର ପ୍ରମାଣୀକରଣ (Face Authentication) କରାଯିବ। ଯାହାର ଅର୍ଥ କ୍ୟାମେରା ବ୍ୟବହାର କରି ଆପଣଙ୍କ ମୁହଁ ଯାଞ୍ଚ କରାଯିବ।
ଏହା ପରେ ଏହି ଆପ୍ ପାଇଁ ଏକ ୬-ଅଙ୍କ ବିଶିଷ୍ଟ Securit PIN ସୃଷ୍ଟି କରନ୍ତୁ। ଆପଣ ଆପଣଙ୍କର ଟିପଚିହ୍ନ କିମ୍ବା ମୁହଁ ସାହାଯ୍ୟରେ ଆପ୍ ଖୋଲିବାର ବିକଳ୍ପକୁ ମଧ୍ୟ ପାଇବେ।
ଶେଷରେ ଆପଣଙ୍କର ଆଧାର ତଥ୍ୟ ପ୍ରଦାନ କରନ୍ତୁ ଏବଂ ପୁଣି ଥରେ OTP ଯାଞ୍ଚ ସମାପ୍ତ କରନ୍ତୁ।
ଏହା ପରେ, ଆପଣଙ୍କର ଆଧାର ଆପ୍ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯିବ।
ଏହା ସହ ପଢନ୍ତୁ: ଜୁଲାଇ ପହିଲାରୁ ମାଗଣା ମିଳିବ ଏହି ସେବା; ୬ ମାସ ପାଇଁ UIDAI ପକ୍ଷରୁ ଛାଡ଼ ହେଲା ମୂଳ୍ୟ
ନୂତନ ଆଧାର ଆପ୍ ରେ ଆପଣ କ'ଣ ସୁବିଧା ପାଇବେ?
ନୂତନ ଆପ୍ ରେ ଅନେକ ନୂତନ ବୈଶିଷ୍ଟ୍ୟ (Features) ରହିଛି। ସବୁଠାରୁ ବଡ଼ ସୁବିଧା ହେଉଛି ଆପଣଙ୍କୁ ଆଉ ଆପଣଙ୍କର ସମ୍ପୂର୍ଣ୍ଣ ଆଧାର କାର୍ଡ ସବୁଠି ଦେଖାଇବାକୁ ପଡିବ ନାହିଁ। ଆପଣ କେବଳ ନାମ, ଠିକଣା, ବୟସ, କିମ୍ବା ଫଟୋ ଭଳି ସୂଚନା ଆବଶ୍ୟକ ହେଲେ ସେୟାର କରିପାରିବେ।
ଏହି ଆପ୍ ରେ QR Code ମାଧ୍ୟମରେ ମଧ୍ୟ ଆଧାର ଯାଞ୍ଚ କରିହେବ। ଯାହାର ଅର୍ଥ ହେଉଛି ହୋଟେଲ ଚେକ୍-ଇନ୍, ହସ୍ପିଟାଲ ପଞ୍ଜୀକରଣ, ବୟସ ଯାଞ୍ଚ କିମ୍ବା ଅନ୍ୟ କୌଣସି ପ୍ରକାରର ପରିଚୟ ପାଇଁ ଭୌତିକ ଆଧାର କାର୍ଡ କିମ୍ବା ଫଟୋକପି ପ୍ରଦାନ କରିବାର ଆବଶ୍ୟକତା ରହିବ ନାହିଁ।
ସୁରକ୍ଷା ବୃଦ୍ଧି କରିବା ପାଇଁ ଏଥିରେ Face Authentication ବିକଳ୍ପ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି। ଏହା ବ୍ୟତୀତ, ଆପଣ ଯେକୌଣସି ସମୟରେ ଆପଣଙ୍କ ମୋବାଇଲ୍ ଫୋନ୍ ରୁ ଆପଣଙ୍କର ଆଧାର Fingerprint ଏବଂ Face Biometrics ବିକଳ୍ପକୁ Lock କିମ୍ବା Unlock କରିପାରିବେ।
କେଉଁଠି ବ୍ୟବହାର ହୋଇଛି ଆଧାର ତାହା ମଧ୍ୟ ଦେଖିପାରିବେ
ଏହି ଆପ୍ ସହ ଜଡ଼ିତ ଆଉ ଏକ ଉପଯୋଗୀ ବୈଶିଷ୍ଟ୍ୟ ଆପଣଙ୍କୁ ଆପଣଙ୍କର ଆଧାର କେବେ ଏବଂ କେଉଁଠାରେ ବ୍ୟବହାର କରାଯାଇଛି ତାହା ଦେଖିବାର ଅନୁମତି ଦେଇଥାଏ। ଯଦି ଆପଣ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରନ୍ତି, ତାହେଲେ ଆପଣ ସମୟୋଚିତ କାର୍ଯ୍ୟାନୁଷ୍ଠାନ ନେଇପାରିବେ।
ଗୋଟିଏ ମୋବାଇଲ୍ ସହ ଯୋଡ଼ି ହୋଇପାରିବ ୫ ଆଧାର Profile
ନୂତନ ଆଧାର ଆପ୍ ବ୍ୟବହାର କରି ଗୋଟିଏ ମୋବାଇଲ୍ ଫୋନ୍ ସହ ୫ ଆଧାର Profile ଯୋଡି ହୋଇପାରିବ। ଏହି ବୈଶିଷ୍ଟ୍ୟ ପିଲା କିମ୍ବା ବୟସ୍କଙ୍କ ପାଇଁ ମଧ୍ୟ ଆଧାର ପରିଚାଳନା କରୁଥିବା ପରିବାର ପାଇଁ ବହୁତ ଲାଭଦାୟକ ହେବ। ଏହା ସହିତ, ମୋବାଇଲ୍ ନମ୍ବର ଏବଂ ଠିକଣା ଭଳି କିଛି ସୂଚନା ମଧ୍ୟ ଆପ୍ ମାଧ୍ୟମରେ ଅପଡେଟ୍ କରିହେବ। ଭବିଷ୍ୟତରେ ଆହୁରି ନୂତନ ବୈଶିଷ୍ଟ୍ୟ ଯୋଡ଼ା ଯାଇପାରେ। ଯଦି ଆପଣ ଏବେ ମଧ୍ୟ mAadhaar ଆପ୍ ବ୍ୟବହାର କରୁଛନ୍ତି, ତାହେଲେ ଯଥାଶୀଘ୍ର ନୂତନ ଆଧାର ଆପ୍ ବ୍ୟବହାର କରିବା ଭଲ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
mAadhaar app discontinuedDownload new Aadhaar appUIDAI new mobile applicationHow to use new Aadhaar appNew Aadhaar app featuresDifference between mAadhaar and new Aadhaar appHow to register on new Aadhaar appAadhaar app face authentication featureUIDAI biometric lock on mobile appIs mAadhaar app completely closed