Videos
|
National

Ukraine Drone Attack on Russian Oil Refinery / ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ଛାରଖାର ଋଷୀୟ ତୈଳ ବିଶୋଧନାଗାର; ୨ ସପ୍ତାହ ପରେ ପୁଣି ଟାର୍ଗେଟ୍ ରେ ରୋସନେଫ୍ଟ ପ୍ଲାଣ୍ଟ

Subhramjit Ray
Browse all articles by Subhramjit Ray
·1 hour ago·2 min read
ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ଛାରଖାର ଋଷୀୟ ତୈଳ ବିଶୋଧନାଗାର; ୨ ସପ୍ତାହ ପରେ ପୁଣି ଟାର୍ଗେଟ୍ ରେ ରୋସନେଫ୍ଟ ପ୍ଲାଣ୍ଟ
Ukraine Drone Attack on Russian Oil Refinery

Key Points

ୟୁକ୍ରେନ ରୁଷିଆର ସାମାରା ଅଞ୍ଚଳରେ ଥିବା ନୋଭୋକୁଇବିସେଭସ୍କ ତୈଳ ବିଶୋଧନାଗାର ଉପରେ ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଫଳରେ ଏକ ବିରାଟ ଅଗ୍ନିକାଣ୍ଡ ଘଟିଥିଲା ​​ଏବଂ ଆକାଶକୁ ଧୂଆଁର ଏକ ବଡ଼ କୁଣ୍ଡ ଉଠିଥିଲା।
ଶୁକ୍ରବାର (ଅକ୍ଟୋବର ୩୦) ୟୁକ୍ରେନ୍ ପକ୍ଷରୁ ଋଷିଆ ପକ୍ଷରୁ ହୋଇଛି ଜୋରଦାର ଡ୍ରୋନ୍ ଆକ୍ରମଣ। ଋଷିଆର ସାମାରା ଅଞ୍ଚଳରେ (Samara Region Russia) ଅବସ୍ଥିତ ନୋଭୋକୁଇବିଶେଭସ୍କ ତୈଳ ବିଶୋଧନାଗାର (Novokuibyshevsk Oil Refinery) ଉପରେ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍। ଋଷୀୟ ତୈଳ ପ୍ରକ୍ରିୟାକରଣ କେନ୍ଦ୍ର ଉପରେ ପ୍ରାୟ ୨ ସପ୍ତାହର ବିରତି ପରେ ପୁନର୍ବାର ୟୁକ୍ରେନ୍ ପକ୍ଷରୁ ହୋଇଛି ଡ୍ରୋନ୍ ଆକ୍ରମଣ। ଆମେରିକୀୟ ଗଣମାଧ୍ୟମ "ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ" (US Media WSJ) ରିପୋର୍ଟ ଅନୁଯାୟୀ ଋଷୀୟ ତୈଳ ପ୍ରତିଷ୍ଠାନ ଉପରେ ହୋଇଥିବା ୟୁକ୍ରେନ୍ ଆକ୍ରମଣ, ଉଭୟ ଦେଶ ମଧ୍ୟରେ ହୋଇଥିବା ଅନୌପଚାରିକ ବିରତି ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବା ନେଇ ଆଶା କରାଯାଇଥିଲା। ଏଥିରେ ଆହୁରି କୁହାଯାଇଛି ଯେ ବୈଶ୍ୱିକ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଭୟରେ ଟ୍ରମ୍ପ ପ୍ରଶାସନ କୌଣସି ଆକ୍ରମଣ ନକରିବା ପାଇଁ ୟୁକ୍ରେନ୍ କୁ କହିଥିଲେ।

ଆକ୍ରମଣ ପରେ ଆକାଶରେ ଦେଖିବାକୁ ମିଳିଲା ବିଶାଳକାୟ ଧୂଆଁ
ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ପରେ ନୋଭୋକୁଇବିଶେଭସ୍କ ତୈଳ ବିଶୋଧନାଗାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଘଟଣାସ୍ଥଳରୁ ଘନ, ଗାଢ଼ ମାଟିଆ ରଙ୍ଗର ଧୂଆଁର ବାହାରିବାରେ ଲାଗିଥିଲା। ଯାହା ଆକାଶରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ୧୬ ସେକେଣ୍ଡ ଅବଧି ବିଶିଷ୍ଟ ଡ୍ୟାସକ୍ୟାମ୍ ଭିଡି଼ଓରେ ଏହି ଘଟଣା କଏଦ ହୋଇଥିଲା। ଯାହାକୁ ସେହି ରାସ୍ତା ଦେଇ ଯାଉଥିବା ଗାଡ଼ିର ଡ୍ୟାସକ୍ୟାମ୍ ରେକର୍ଡ଼ କରିଥିଲେ। ଏଥିରେ ରିଫାଇନାରୀ ନିକଟରେ ନିଆଁ ଏବଂ ଧୂଆଁ ଦେଖାଯାଉଛି।

ଏହା ସହ ପଢନ୍ତୁ: ଋଷିଆ ଡ୍ରୋନ୍ ଆକ୍ରମଣରେ କମ୍ପି ଉଠିଲା ୟୁକ୍ରେନ୍; ଫ୍ଲାଟଫର୍ମ ଠାରେ ଅଟକିଗଲା ଟ୍ରେନ୍,

ଡ୍ରୋନ୍ ଆକ୍ରମଣର ଶୀକାର ହୋଇଥିବା ନୋଭୋକୁଇବିଶେଭସ୍କ ତୈଳ ବିଶୋଧନାଗାର ରଷିଆର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ, ରୋସନେଫ୍ଟ ଦ୍ୱାରା ପରିଚାଳିତ। ଗତ ଅଗଷ୍ଟ ମାସ ପର ଠାରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ପ୍ଲାଣ୍ଟ ଉପରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିଛି। ନୋଭୋକୁଇବିସେଭସ୍କ ତୈଳ ବିଶୋଧନାଗାର ବାର୍ଷିକ ପ୍ରାୟ ୮୮ ଲକ୍ଷ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ବିଶୋଧିତ କରିଥାଏ। ଯାହା ବିମାନ ଇନ୍ଧନ, ପେଟ୍ରୋଲ୍, ଡିଜେଲ୍, ଲୁବ୍ରିକାଣ୍ଟ୍, ଅନ୍ୟାନ୍ୟ ପେଟ୍ରୋଲିୟମ୍ ଉତ୍ପାଦ ଉତ୍ପାଦନ କରିଥାଏ। ୟୁକ୍ରେନ୍ ଦୀର୍ଘ ସମୟ ଧରି ଋଷିଆ ତୈଳ ବିଶୋଧନାଗାର, ଇନ୍ଧନ ଭଣ୍ଡାର ଏବଂ ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଆସୁଛି। ଏନେଇ କୀଭ୍ କହିଛି ଯେ ଏହି ଆକ୍ରମଣ ଋଷୀୟ ସାମରିକ ଶକ୍ତିର ଇନ୍ଧନ ଯୋଗାଣକୁ ବାଧା ଦେବା ଏବଂ ଏହାର ଯୁଦ୍ଧ ପାଣ୍ଠି ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଛି।

ଗତ ଅଗଷ୍ଟ ମାସରେ ହୋଇଥିଲା ଆକ୍ରମଣ
ଗତ ଅଗଷ୍ଟ ମାସରେ ୟୁକ୍ରେନ୍ ସୈନ୍ୟ ନୋଭୋକୁଇବିସେଭସ୍କ ତୈଳ ବିଶୋଧନାଗାର ଉପରେ ଏକ ଦୂରଗାମୀ ଆକ୍ରମଣ କରିଥିଲେ। ସେହି ସମୟରେ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି କହିଥିଲେ ଯେ ତୈଳ ବିଶୋଧନାଗାର ଋଷିଆୃ-ୟୁକ୍ରେନ୍ ସୀମାରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ଅବସ୍ଥିତ। ଗତ ଅଗଷ୍ଟ ୨୨ ତାରିଖରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ରାଷ୍ଟ୍ରପତି ଜେଲେନସ୍କି କହିଥିଲେ, "ଗତ ୨୪ ଘଣ୍ଟା ମଧ୍ୟରେ, ଆମର ସୈନ୍ୟବାହିନୀ ସୀମାରୁ ୧୦୦୦ କିଲୋମିଟର ଦୂରରେ ଅବସ୍ଥିତ ନୋଭୋକୁଇବିସେଭସ୍କ ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଥିଲେ। ଯାହା ଋଷିଆକୁ ଯୁଦ୍ଧ ଲଢିବା ପାଇଁ ଲକ୍ଷ ଲକ୍ଷ ଡଲାର ରାଜସ୍ୱ ଯୋଗାଣକୁ ପ୍ରଭାବିତ କରିଛି।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: