Russian Drone Strike on Ukraine Train / ଋଷିଆ ଡ୍ରୋନ୍ ଆକ୍ରମଣରେ କମ୍ପି ଉଠିଲା ୟୁକ୍ରେନ୍; ଫ୍ଲାଟଫର୍ମ ଠାରେ ଅଟକିଗଲା ଟ୍ରେନ୍,
·22 mins ago·2 min read

Key Points
ୟୁକ୍ରେନ ରେଳବାଇ ଅନୁଯାୟୀ, ଆକ୍ରମଣ ପୂର୍ବରୁ ଏକ ସମ୍ଭାବ୍ୟ ବିପଦ ସତର୍କତା ଜାରି କରାଯାଇଥିଲା। ହେଲେ ଏହା ସତ୍ତ୍ୱେ ରେଳ ଯାତ୍ରୀ ଏବଂ ଅନ୍ୟ ଲୋକ ପ୍ଲାଟଫର୍ମ ଠାରେ ଉପସ୍ଥିତ ରହିଥିଲେ।
ୟୁକ୍ରେନ୍ ଉପରେ ଋଷିଆ ଦ୍ୱାରା ହେଉଥିବା ଆକ୍ରମଣ କ୍ରମଶଃ ଭୟାନକ ହେବାରେ ଲାଗିଛି। ଗୁରୁବାର (ଅକ୍ଟୋବର ୨୯) ସକାଳେ ଏକ ପୂର୍ବ ୟୁକ୍ରେନ ସ୍ଥିତ ଡନିପ୍ରୋ ରେଳ ଷ୍ଟେସନ ଉପରେ ହୋଇଛି ଋଷୀୟ ଡ୍ରୋନ୍ ଆକ୍ରମଣ। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ପ୍ଲାଟଫର୍ମ ଠାରେ ଯାତ୍ରୀ ଭର୍ତ୍ତି ଏକ ଟ୍ରେନ୍ ଛିଡ଼ା ହୋଇଥିଲା। ଏହି ଡ୍ରୋନ୍ ଆକ୍ରମଣରେ ଅତି କମରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଯୋଗୁଁ ରେଳ ଷ୍ଟେସନ ପରିସରରେ ଦୌଡ଼ାଦୌଡ଼ି କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଦ୍ଧାରକାରୀ ଦଳକୁ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିବାକୁ ପଡିଥିଲା।
ୟୁକ୍ରେନ୍ ସରକାରଙ୍କ ଅଧିକାରୀଙ୍କ କହିବା ଅନୁସାରେ, ଡ୍ରୋନ୍ ଆକ୍ରମଣରେ ଟାର୍ଗେଟ କରାଯାଇଥିବା ଟ୍ରେନ୍ ଡନିପ୍ରୋ ଠାରୁ ଜାପୋରିଝିଆ ଯାଉଥିଲା। ଏହି ଟ୍ରେନ୍ ନମ୍ବର ହେଉଛି ୮୬୬। ଟେଲିଗ୍ରାମ୍ ରେ ୟୁକ୍ରେନ୍ ରେଳବାଇ ଏକ ବିବୃତ୍ତି ଜାରି କରି କହିଛି ଯେ ଋଷିଆ ଏକ ଜେଟ୍ ଇଞ୍ଜିନ୍ ସହିତ ସଜ୍ଜିତ ଡ୍ରୋନ୍ ବ୍ୟବହାର କରି ରେଳ ଷ୍ଟେସନ ଉପରେ ଆକ୍ରମଣ କରିଥିଲା। ଡ୍ରୋନ୍ ସିଧାସଳଖ ସେହି ପ୍ଲାଟଫର୍ମ ଉପରେ ମାଡ଼ ହୋଇଥିଲା ଯେଉଁଠାରେ ଡନିପ୍ରୋ-ଜାପୋରିଝିଆ ଟ୍ରେନ୍ ପାର୍କିଂ ହୋଇଥିଲା।
ଏହା ସହ ପଢନ୍ତୁ: ନାଟୋ ପକ୍ଷରୁ ବଡ଼ ଖୁଲାସା; ମାସକରେ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୫୦ ହଜାର ଋଷୀୟ
ଜାରି ହୋଇଥିଲା ବିପଦ ଜନିତ ସତର୍କତା
ୟୁକ୍ରେନ ରେଳବାଇ ବିବୃତ୍ତି ଅନୁଯାୟୀ, ଆକ୍ରମଣ ପୂର୍ବରୁ ଏକ ସମ୍ଭାବ୍ୟ ବିପଦ ଜନିତ ସତର୍କତା ଜାରି କରାଯାଇଥିଲା। ହେଲେ ଏହା ସତ୍ତ୍ୱେ ରେଳ ଯାତ୍ରୀ ଏବଂ ଅନ୍ୟ ଲୋକ ପ୍ଲାଟଫର୍ମ ଠାରେ ଉପସ୍ଥିତ ଥିଲେ। ଡ୍ରୋନ୍ ପ୍ଲାଟଫର୍ମ ଉପରେ ମାଡ଼ ହେବା ପରେ, ସେଠାରେ ଉପସ୍ଥିତ ରହିଥିବା ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଆକ୍ରମଣକୁ "ଭୟାନକ" ବୋଲି କହିଛନ୍ତି। ସେ ବିଶ୍ୱ ସମୁଦାୟ ପାଖରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ ଋଷିଆ ୟୁକ୍ରେନ୍ ନାଗରିକଙ୍କ ଉପରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ କରିଛି। ସେ ପ୍ରଶ୍ନ କରିଛନ୍ତି ଯେ ଋଷିଆ ଉପରେ ଲାଗୁ ହୋଇଥିବା କିଛି କଟକଣା କୋହଳ କରାଯିବା ସତ୍ତ୍ୱେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କାହିଁକି ଜାରି ରହିଛି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଭାରତୀୟଙ୍କୁ ନେଇ ଯାଉଥିବା ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ; ନାବିକ ମୃତ
ଅନ୍ୟପଟେ ଡିନିପ୍ରୋ ମେୟର ବୋରିସ୍ ଫିଲାଟୋଭ ମଧ୍ୟ ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରି ଏହାକୁ ସହର ପାଇଁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏକ ଋଷୀୟ ଡ୍ରୋନ୍, ସାଧାରଣ ଲୋକଙ୍କୁ ନେଇ ଯାଉଥିବା ଏକ ବୈଦ୍ୟୁତିକ ଟ୍ରେନ୍ କୁ ଟାର୍ଗେଟ କରିଥିଲା। ଯାହା ଫଳରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି।