Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Luxury Life in Jail / ୨୦ ଜଣଙ୍କୁ ଦୁଷ୍କର୍ମ, ୧୮ ଜଣଙ୍କୁ ହତ୍ୟା; ତଥାପି ଜେଲ୍‌ରେ ଥାଇ କରୁଛନ୍ତି ଅୟସ୍

Sushanta Sahoo
Browse all articles by Sushanta Sahoo
·8 months ago·2 min read
୨୦ ଜଣଙ୍କୁ ଦୁଷ୍କର୍ମ, ୧୮ ଜଣଙ୍କୁ ହତ୍ୟା; ତଥାପି ଜେଲ୍‌ରେ ଥାଇ କରୁଛନ୍ତି ଅୟସ୍

Key Points

୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ସେଥିମଧ୍ୟରୁ ୧୮ ଜଣଙ୍କୁ ହତ୍ୟା କରିଛି ଉମେଶ ରେଡ୍ଡୀ । ୧୯୯୬ରୁ ୨୦୨୨ ମସିହା ମଧ୍ୟରେ ଏତେ କାଣ୍ଡ ଘଟାଇବା ପରେ ଏବେ ସେ ଜେଲ୍‌ରେ ଅଛି ସତ କିନ୍ତୁ ଜୀଉଁଛି ରାଜକୀୟ ଜୀବନ ।
ବେଙ୍ଗାଳୁରୁ: ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଜେଲ୍‌ରେ ମିଳୁଛି ରାଜକୀୟ ସୁବିଧା । ସେଲ୍‌ରେ ଲାଗିଛି ଏଲ୍‌ଇଡି ଟିଭି, ପାଖରେ ଅଛି ୨ଟି ଏଣ୍ଡ୍ରୟଡ୍ ଫୋନ୍ ସହ ଗୋଟିଏ କିପ୍ୟାଡ୍ ଫୋନ୍ । ୟେ ସୁବିଧା ଏମିତି ସେମିତି ଅପରାଧୀକୁ ନୁହେଁ ବରଂ ଜେଲ୍ ଭିତରେ ଜଣେ ସିରିଏଲ୍ ଦୁଷ୍କର୍ମକାରୀ ଓ ହତ୍ୟା ଅଭିଯୁକ୍ତକୁ ମିଳୁଛି ।

ବେଙ୍ଗାଳୁରୁ ପାରାପ୍ପାନା ଅଗ୍ରହରା କେନ୍ଦ୍ରୀୟ ଜେଲ୍‌ ଭିତରର ଏକ ଭିଡିଓ ଭାଇରାଲ୍ ହୋଇଛି । ଭାଇରାଲ୍ ଭିଡିଓରେ ଉମେଶ ରେଡ୍ଡୀ ନାମକ ସିରିଏଲ୍ ଦୁଷ୍କର୍ମକାରୀ, ହତ୍ୟାକାରୀ ରାଜକୀୟ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।

୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ସେଥିମଧ୍ୟରୁ ୧୮ ଜଣଙ୍କୁ ହତ୍ୟା କରିଛି ଉମେଶ ରେଡ୍ଡୀ । ୧୯୯୬ରୁ ୨୦୨୨ ମସିହା ମଧ୍ୟରେ ଏତେ କାଣ୍ଡ ଘଟାଇବା ପରେ ଏବେ ସେ ଜେଲ୍‌ରେ ଅଛି ସତ କିନ୍ତୁ ଜୀଉଁଛି ରାଜକୀୟ ଜୀବନ ।

ଏଥିସହ ପଢ଼ନ୍ତୁ: ମହିଳା ମହାବିଦ୍ୟାଳୟ ଆଗରେ ସାଇକେଲ୍ ଆରୋହୀ ଛାତ୍ରୀଙ୍କୁ ପିଟିଲା କାର୍; ଉତ୍ତେଜନା, ରାସ୍ତାରୋକ

ଅଭିଯୋଗ ଅନୁସାରେ, ଉମେଶ ସେଲ୍‌ରେ ଏକ ଟିଭି ଲାଗିଛି । ସେ ଦୁଇଟି ଏଣ୍ଡ୍ରୟଡ୍ ମୋବାଇଲ୍ ସହ ଏକ କିପ୍ୟାଡ୍ ଫୋନ୍ ଜେଲ୍‌ ଭିତରେ ବ୍ୟବହାର କରୁଛି । ଏକାଧିକ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଉମେଶକୁ ପ୍ରଥମେ ମୃତ୍ୟୁ ଦଣ୍ଡ ମିଳିଥିଲା ।

କିନ୍ତୁ ୨୦୨୨ରେ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ ୩୦ ବର୍ଷ ଜେଲ୍‌ରେ ପରିବର୍ତ୍ତନ କରିଥିଲେ । ସେତେବେଳେ ଉମେଶର ମାନସିକ ବିକୃତି ଥିବା କହି କ୍ଷମା ପ୍ରାର୍ଥନା କରିଥିଲା । କିନ୍ତୁ, ସ୍ଵତନ୍ତ୍ର ମେଡିକାଲ୍ ଯାଞ୍ଚ ପରେ ସେ ମାନସିକ ଭାବେ ସୁସ୍ଥ ଥିବା ଜଣାପଡ଼ିଥିଲା ।

କେବଳ ଉମେଶ ନୁହନ୍ତି ରାନ୍ୟା ରାଓ ସହ ସୁନା ଚାଲାଣରେ ସମ୍ପୃକ୍ତ ଥିବା ତରୁଣ ରାଜୁ ମଧ୍ୟ ଜେଲ୍ ଭିତରେ ମୋବାଇଲ୍ ବ୍ୟବହାର କରୁଛି । ମୋବାଇଲ୍ ବ୍ୟବହାର ସହ ଜେଲ୍‌ରେ ତରୁଣ ରୋଷେଇ କରୁଥିବା ଦେଖିବାକୁ ମିଳିଛି ।


ଏଥିସହ ପଢ଼ନ୍ତୁ: ନିଶାସକ୍ତ ଅବସ୍ଥାରେ ସିରିଜ୍ ଦୁର୍ଘଟଣା ଘଟାଇଲେ ପୋଲିସ ବାବୁ, ଚାଲିଗଲା ଶିକ୍ଷକଙ୍କ ଜୀବନ

ଜେନେଭାକୁ ପଳାୟନ ବେଳେ ପୋଲିସ ତରୁଣ ରାଜୁଙ୍କୁ ଗିରଫ କରିଥିଲା । ଦୁବାଇରୁ ରାନ୍ୟା ରାଓ ସୁନା ଚୋରା ଚାଲାଣ କରୁଥିବା ବେଳେ ସେଥିରେ ସମ୍ପୃକ୍ତ ଥିଲା ତରୁଣ ରାଜୁ ।

ଏବେ ଜେଲ୍ ଭିତରେ ମୋବାଇଲ୍ ଫୋନ୍ ଏବଂ ଅନ୍ୟ ପ୍ରତିବନ୍ଧକ ଥିବା ସାମଗ୍ରୀ ବ୍ୟବହାର କଏଦୀ କରୁଥିବା ଭିଡିଓ ଭାଇରାଲ୍ ହୋଇଛି । ଭିଡିଓ ଭାଇରାଲ୍ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Serial Killer Umesh Reddy Enjoys Luxury in Jail with TV and Phones | Argus News | Argus News