Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

National

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅର୍ଗସ ବ୍ୟୁରୋ  : ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ଭରପୂର ଉତ୍ସାହ ଦେଖିବାକୁ ମିଳିଛି । ଓଡିଶା ଗସ୍ତରେ ଆସି ସୋନପୁରରେ ଫୁଙ୍କିବେ ନିର୍ବାଚନ ବିଗୁଲ ।ଅପରାହ୍ନ ୩.୪୫ରେ ଝାରସୁଗୁଡ଼ା ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ପରେ ହେଲକପ୍ଟର ସାହାଯ୍ୟରେ ୪.୨୫ରେ ସୋନପୁରରେ ଲ୍ୟାଣ୍ଡ କରିବେ ଶାହ । ପରେ ସାଢ଼େ ୪ଟାରେ ହେଲିପ୍ୟାଡ୍ ପଡ଼ିଆରୁ ରାମେଶ୍ବର ପଡ଼ିଆ ଅଭିମୁଖେ ବାହାରିବେ । ୪ଟା ୩୫ରେ ସଭାସ୍ଥଳରେ ପହଞ୍ଚିବା ସହ ସାଧାରଣ ସଭାରେ ଉଦବୋଧନ ରଖିବେ ବିଜେପିର ଚାଣକ୍ୟ  । ପରେ ୫.୨୫ରେ ସୋନପୁର ହେଲିପ୍ୟାଡକୁ ପ୍ରତ୍ୟାବର୍ତ୍ତନ କରି ୫ଟା ୩୦ରେ ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ଯିବେ । ସଂଧ୍ୟା ୬.୧୦ରେ ଝାରସୁଗୁଡ଼ା ବିମାନବନ୍ଦରରୁ ବାହାରି ୬.୫୦ରେ ଭୁବନେଶ୍ବରରେ ପହଞ୍ଚିବେ । ସଂଧ୍ୟା ୭ଟା ୫ରେ ହୋଟେଲରେ ପହଞ୍ଚିବା ସହ ଦଳୀୟ କର୍ମୀଙ୍କ ସହ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ସୋନପୁର ରାମେଶ୍ବରମ୍ ଷ୍ଟାଡିୟମରେ ନିର୍ବାଚନ ସଭା ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଶାହ ନବୀନଙ୍କ ସହ ଆମ୍ନା ସାମ୍ନା ଲଢେଇର ଆହ୍ବାନ ଦେଇଥିଲେ । 

ଅଧିକ ପଢନ୍ତୁ : ଷଷ୍ଠ ପାଳି ନୁହେଁ ସତ୍ତା ପରିବର୍ତ୍ତନର ମନ୍ତ୍ର ଦେବେ ଶାହ

ପଶ୍ଚିମ ଓଡିଶା ଯେଉଁ ସଂସଦୀୟ କ୍ଷେତ୍ର ବଲାଙ୍ଗୀରର ଗୋଟିଏ ଆସନରୁ  ଲଢିବା ପାଇଁ ବାଛିଛନ୍ତି ବିଜେଡି ସୁପ୍ରିମୋ, ସେହି ସଂସଦୀୟ କ୍ଷେତ୍ରରୁ ବଡ଼ ରଣ ହୁଙ୍କାର ଦେବେ ଶାହା। ଏହାକୁ ନେଇ ବିଜେପି କ୍ୟାମ୍ପରେ ପ୍ରବଳ ଉତ୍ସାହ। ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ପରେ ଭୁବନେଶ୍ଵର  ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ ଶାହ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । 24 ଲଢେଇ ପାଇଁ ପ୍ରସ୍ତୁତ ହେବ ରଣନୀତି ଓ ବ୍ଲୁ ପ୍ରିଣ୍ଟ । NDA 400 ପାରରେ ଓଡ଼ିଶାର ଭୂମିକା ଏବଂ ଏଥର ରାଜ୍ୟରେ ନବୀନଙ୍କ ଷଷ୍ଠ ପାଳି ପରିବର୍ତ୍ତେ ସତ୍ତା ପରିବର୍ତ୍ତନ ପାଇଁ ତିଆରି ହେବ ମାଷ୍ଟର ପ୍ଲାନ୍। କିଛି ଦିନ ତଳେ ଜାତୀୟ ଗଣମାଧ୍ୟମରେ ଓଡ଼ିଶା ନେଇ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ଅମିତ୍ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Home Minister Amit Shah is coming to Odisha today | Argus News