Liverpool University Campus India / ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ
·1 hour ago·2 min read

Key Points
ଭାରତରେ ବିଶ୍ୱର ଏଭଳି ଅଗ୍ରଣୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ସ୍ଥାପନ ଦେଶକୁ ବୈଶ୍ୱିକ ଜ୍ଞାନ, ନବୋନ୍ମେଷ ଓ ଗବେଷଣାର କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
Bengaluru Liverpool University Campus India: ବେଙ୍ଗାଲୁରୁ ଠାରେ ପ୍ରତିଷ୍ଠିତ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ପାଇଁ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପତ୍ର (Letter of Approval) ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ଏବଂ ବ୍ରିଟେନ ବୈଦେଶିକ ସଚିବ ଇଭେଟ୍ କୁପରଙ୍କ ଉପସ୍ଥିତିରେ ଏହି ପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଗୌରବମୟ ମୁହୂର୍ତ୍ତକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନନ୍ଦ ପ୍ରକାଶ କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଏହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ତଥା ଭାରତକୁ ଏକ ବୈଶ୍ୱିକ ଜ୍ଞାନ, ନବୋନ୍ମେଷ, ଗବେଷଣାର କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଏକ ଐତିହାସିକ ପଦକ୍ଷେପ। ବିଶ୍ୱର ଏଭଳି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ଭାରତ ଆଗମନ ଦ୍ୱାରା ଆମ ଯୁବପିଢ଼ିଙ୍କ ପାଇଁ ଶିକ୍ଷାର ସୁଯୋଗ ବ୍ୟାପକ ହେବା ସହ ଭାରତ-ବ୍ରିଟେନ୍ ମଧ୍ୟରେ ରହିଥିବା ବ୍ୟାପକ ରଣନୀତିକ ସହଭାଗିତା ଆହୁରି ସୁଦୃଢ଼ ହେବ।
ଏହା ସହ ପଢନ୍ତୁ: 'ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ହେଉଛି ଆମର ପ୍ରାଥମିକତା'
ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିବା ଫଳରେ ଦେଶର ଶିକ୍ଷାଗତ ବାତାବରଣ ସମୃଦ୍ଧ ହେବ। ଭାରତୀୟ ଛାତ୍ରଛାତ୍ରୀ ନିଜ ଦେଶରେ ରହି ବିଶ୍ୱସ୍ତରୀୟ ଶିକ୍ଷା, ଅତ୍ୟାଧୁନିକ ଗବେଷଣା ଏବଂ ନବୋନ୍ମେଷର ସୁଯୋଗ ପାଇପାରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ, ଲିଭରପୁଲ୍ ବିଶ୍ୱବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇବା ସହ ବେଙ୍ଗାଲୁରୁ କ୍ୟାମ୍ପସର ପ୍ରଥମ ଛାତ୍ରଛାତ୍ରୀ ଦଳଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ସେ ଉତ୍ସାହିତ ଅଛନ୍ତି ବୋଲି ଆଶା ପ୍ରକାଶ କରିଛନ୍ତି।

Delighted to witness the handing over of Letter of Approval to the University of Liverpool for establishing its campus in Bengaluru in the presence of Hon'ble External Affairs Minister @DrSJaishankar and UK Foreign Secretary H.E @YvetteCooperMP.
— Dharmendra Pradhan (@dpradhanbjp) June 4, 2026
This marks a significant… pic.twitter.com/kiel3BHBxn
ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିବା ଫଳରେ ଦେଶର ଶିକ୍ଷାଗତ ବାତାବରଣ ସମୃଦ୍ଧ ହେବ। ଭାରତୀୟ ଛାତ୍ରଛାତ୍ରୀ ନିଜ ଦେଶରେ ରହି ବିଶ୍ୱସ୍ତରୀୟ ଶିକ୍ଷା, ଅତ୍ୟାଧୁନିକ ଗବେଷଣା ଏବଂ ନବୋନ୍ମେଷର ସୁଯୋଗ ପାଇପାରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ, ଲିଭରପୁଲ୍ ବିଶ୍ୱବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇବା ସହ ବେଙ୍ଗାଲୁରୁ କ୍ୟାମ୍ପସର ପ୍ରଥମ ଛାତ୍ରଛାତ୍ରୀ ଦଳଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ସେ ଉତ୍ସାହିତ ଅଛନ୍ତି ବୋଲି ଆଶା ପ୍ରକାଶ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Foreign University Campus in IndiaUGC Letter of Approval Liverpool UniversityNEP 2020 Internationalisation of EducationMinistry of Education LoA University of LiverpoolUK Russell Group University in BangaloreForeign Higher Educational Institutions in India RegulationsDharmendra Pradhan India UK Academic Partnership