Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Governor Statement / ଲିଭ୍-ଇନ୍ ରିଲେସନସିପକୁ ନେଇ ଚିନ୍ତା ପ୍ରକଟ କଲେ ୟୁପି ରାଜ୍ୟପାଳ

Ritu Das
Browse all articles by Ritu Das
·9 months ago·2 min read
ଲିଭ୍-ଇନ୍ ରିଲେସନସିପକୁ ନେଇ ଚିନ୍ତା ପ୍ରକଟ କଲେ ୟୁପି ରାଜ୍ୟପାଳ

Key Points

ଲିଭ୍-ଇନ୍ ରିଲେସନସିପରୁ ଦୂରେଇ ରୁହ। ଶୋଷଣ କରୁଥିବା ଲୋକଙ୍କଠାରୁ ସତର୍କ ରୁହ। ଛାତ୍ରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ

ଲିଭ୍-ଇନ୍ ରିଲେସନସିପରୁ ଦୂରେଇ ରୁହ। ଶୋଷଣ କରୁଥିବା ଲୋକଙ୍କଠାରୁ ସତର୍କ ରୁହ। ଛାତ୍ରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ। ସେ ବାରାଣସୀରେ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠର 47ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ଏହି ଆହ୍ୱାନ ଦେଇଛନ୍ତି। ମହିଳାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ହିଂସା ଘଟଣା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ତଥା ରାଜ୍ୟପାଳ। ସେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଜୀବନରେ ବୁଦ୍ଧିମାନ ନିଷ୍ପତ୍ତି ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, "ଝିଅମାନେ ଚିନ୍ତା କରି ନିଷ୍ପତ୍ତି ନେବା ଉଚିତ। ସେମାନେ ଲିଭ୍-ଇନ୍ ସମ୍ପର୍କ ଭଳି ପରିସ୍ଥିତିରୁ ଦୂରେଇ ରହିବା ଉଚିତ। ସମାଜରେ ଏପରି ନିଷ୍ପତ୍ତି ଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ ଯେଉଁମାନେ ସେମାନଙ୍କୁ ଶୋଷଣ କରିପାରନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଚିନ୍ତା ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ ସେମାନଙ୍କୁ ରୋକିବା ଏବଂ ଜୀବନହାନି ହ୍ରାସ କରିବା ପାଇଁ ଗବେଷଣା ଏବଂ ଅନୁସନ୍ଧାନ ଅତ୍ୟନ୍ତ ଜରୁରୀ।


ଏହାସହ ପଢ଼ନ୍ତୁ: 'ବାପା, ତୁମେ କେବେ ଟଙ୍କା ବାନ୍ଧିବ ?' ପରୀକ୍ଷାରେ ଦଶମ ଛାତ୍ରଙ୍କୁ ଚଟାଣରେ ବସାଇ ଦେଲେ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ପରିବେଶକୁ ସୁରକ୍ଷା ଏବଂ ପ୍ରାକୃତିକ ସମ୍ପଦର ସନ୍ତୁଳନ ବଜାୟ ରଖିବା ପାଇଁ ଜୈବିକ କୃଷି ଗ୍ରହଣ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଗତ କିଛି ଦିନ ମଧ୍ୟରେ ରାଜ୍ୟପାଳ ଏଭଳି କଥା ଦ୍ବିତୀୟ ଥର କହିଛନ୍ତି। ତାହାପୁଣି ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଏଭଳି ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଗତ ଦୁଇଦିନ ପୂର୍ବରୁ ବଲିୟା ଜନନାୟକ ଚନ୍ଦ୍ରଶେଖର ବିଶ୍ବବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ସେଠାରେ ମଧ୍ୟ ଲିଭ-ଇନ ରିଲେଶନସିପକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।


ଏହାସହ ପଢ଼ନ୍ତୁ: ରିଲିଜ୍ ପୂର୍ବରୁ ବିବାଦରେ 'ହକ୍', ଫିଲ୍ମ ନିର୍ମାତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଶାହବାନୋଙ୍କ ଝିଅ


ଆନନ୍ଦିବେନ କହିଥିଲେ ଯେ, ଯଦି ତୁମେ କେବେ ଅନାଥଆଶ୍ରମ ବୁଲିବାକୁ ଯାଅ ତାହାଲେ ତୁମେ ଲିଭ-ଇନ ସମ୍ପର୍କର ପରିଣାମ କେତେ ଭୟଙ୍କର ଜାଣିପାରିବ। ୧୫ରୁ ୨୦ ବର୍ଷର ଝିଅଙ୍କ ହାତରେ ବର୍ଷକର ଛୁଆ ନିଶ୍ଚିତ ଦେଖିବାକୁ ପାଇବେ। ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ନିଶା ବ୍ୟବହାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ରାଜ୍ୟର ପ୍ରତ୍ୟେକ ଯୁବକ ନିଶା ସେବନରୁ ମୁକ୍ତ ହେଲେ ସେ ଖୁସି ହେବେ।

Related Topics

Explore more stories

Sponsored
UP Governor Expresses Concern Over Live-in Relationships | Argus News | Argus News