Hardoi Milk Seized UP / ଦୀପାବଳି ପୂର୍ବରୁ ବିପୁଳ ପରିମାଣର ଅପମିଶ୍ରିତ କ୍ଷୀର ଜବତ; ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଗଲା ୭ ନମୁନା
·1 hour ago·2 min read

Key Points
କ୍ଷୀରର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିବା ପରେ, ତଦନ୍ତକାରୀ ଦଳ ବିଭିନ୍ନ ସ୍ଥାନରୁ ସାତଟି ନମୁନା ସଂଗ୍ରହ କରି ସିଲ୍ ତଳେ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି।
ପାର୍ବଣ ଋତୁ ସମୟରେ ସରକାର ଭେଜାଲକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଅପମିଶ୍ରିତ ହୋଇଥିବା ସନ୍ଦେହରେ ପ୍ରାୟ ୩୮ ଲିଟର କ୍ଷୀର ଜବତ କରାଯାଇଥିଲା। ହରଦୋଇ ପ୍ରଶାସନ ଜିଲ୍ଲାର ସଣ୍ଡିଲା ଶିଳ୍ପାଞ୍ଚଳରେ କ୍ଷୀର ଅପମିଶ୍ରଣ କରାଯାଉଥିବା ନେଇ ଏହି ଚଢାଉ କରିଥିଲା। ଅଧିକାରୀ କହିଛନ୍ତି ଯେ ଚଢାଉ ସମୟରେ ଏକ ଡାଏରୀ ଠାରେ ପ୍ରାୟ ୩୮,୦୦୦ ଲିଟର କ୍ଷୀର ଜବତ କରାଯାଇଥିଲା। ଖବର ମିଳିବା ପରେ ପ୍ରଶାସନିକ ଦଳ ମଙ୍ଗଳବାର (ଅକ୍ଟୋବର ୧୩) ବିଳମ୍ବିତ ରାତିରେ ସ୍ଥାନୀୟ ପୁନମ ମିଲ୍କ ଡାଏରୀ ଠାରେ ଚଢାଉ କରିଥିଲା।
ଚଢାଉ ବେଳେ ୩୮,୦୦୦ ଲିଟର କ୍ଷୀର ଜବତ
ସଣ୍ଡିଲା ଏସଡ଼ିଏମ୍ ନାରାୟଣୀ ଭାଟିଆ ଏବଂ ଅତିରିକ୍ତ ଏସପି ଶ୍ଲୋକ ଗୌତମଙ୍କ ନେତୃତ୍ୱରେ ଭେଜାଲ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ପୁନମ ମିଲ୍କ ଡାଏରୀ ଠାରେ ପ୍ରାୟ ୩୮,୦୦୦ ଲିଟର କ୍ଷୀର ଜବତ କରାଯାଇଥିଲା। ରିପୋର୍ଟ ଅନୁସାରେ, ଚଢାଉ ବେଳେ ସନ୍ଦିଗ୍ଧ ରାସାୟନିକ ପଦାର୍ଥ ମଧ୍ୟ ମିଳିଥିଲା। ଜବତ କ୍ଷୀରର ଗୁଣବତ୍ତା ପରୀକ୍ଷା କରିବା ପାଇଁ ସାତୋଟି (୭) ନମୁନା ପରୀକ୍ଷାଗାରକୁ ପଠାଯାଇଛି।
ଏହା ସହ ପଢନ୍ତୁ:ରକ୍ଷା ବନ୍ଧନ ପୂର୍ବରୁ ନଷ୍ଟ କରାଗଲା ୧୦ କ୍ୱିଣ୍ଟାଲ ମିଠା ବିଷ; ଖାଦ୍ୟ ସୁରକ୍ଷା ବିଭାଗ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
ଚଢାଉ ବେଳେ ଡାଏରୀ ଠାରେ ଜବତ ହୋଇଥିବା କ୍ଷୀରର ଗୁଣବତ୍ତା ଯାଞ୍ଚ କରିବା ସାତୋଟି ନମୁନା ପରୀକ୍ଷାଗାରକୁ ପଠାଯାଇଛି। ତଦନ୍ତକାରୀ ଦଳ ଡାଏରୀ ଠାରେ ପହଞ୍ଚି ରାତିସାରା କ୍ଷୀର ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ପାତ୍ର ଯାଞ୍ଚ କରିବାରେ କିଛି ଘଣ୍ଟା ବିତାଇଥିଲେ। କ୍ଷୀରର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିବା ପରେ ତଦନ୍କାରୀତ ଦଳ ବିଭିନ୍ନ ସ୍ଥାନରୁ ସାତୋଟି ନମୁନା ସଂଗ୍ରହ କରି ଏହାକୁ ପରୀକ୍ଷା କରିବା ପାଇଁ ପରୀକ୍ଷାଗାରକୁ ପଠାଇଥିଲେ। ଡାଏରୀ ମାଲିକ ପ୍ରଦୀପ ଗୁପ୍ତାଙ୍କ ବିରୋଧରେ ଅପମିଶ୍ରଣ ଏବଂ ସିନ୍ଥେଟିକ୍ କ୍ଷୀର ଉତ୍ପାଦନ କରିବାର ଅଭିଯୋଗ ଆସିଛି। ପରୀକ୍ଷା ରିପୋର୍ଟ ଆସିବା ପରେ କ୍ଷୀର ଅପମିଶ୍ରିତ ହୋଇଛି ନା ନାହିଁ ତାହା ନିଶ୍ଚିତ ହୋଇଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହା ପୂର୍ବରୁ ରକ୍ଷା ବନ୍ଧନ ସମୟରେ ରାଜ୍ୟର ଗାଜିଆବାଦ ଜିଲ୍ଲାରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଖାଦ୍ୟ ସୁରକ୍ଷା ବିଭାଗ। ମିଠାରେ ଭେଜାଲ ରୋକିବା ପାଇଁ ବିଭାଗୀୟ ଦଳ ଜିଲ୍ଲାର କ୍ରସିଂସ ରିପବ୍ଲିକ୍ ଥାନା ଅଧିନସ୍ଥ ଭୀମ ନଗର ଠାରେ ଏକ ପ୍ରତିଷ୍ଠାନରେ ଚଢାଉ କରି ପ୍ରାୟ ୧୦ କ୍ୱିଣ୍ଟାଲ ଛେନାରୁ ନିର୍ମିତ ହୋଇଥିବା ରସଗୋଲା ଜବତ କରିଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ ଭେଜାଲ ଛେନା, ଚିନି ଏବଂ ସେଫୋଲାଇଟ୍ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରି ଏହି ରସଗୋଲା ପ୍ରସ୍ତୁତ କରାଯାଇ ଥିବାର ଅଭିଯୋଗ ହୋଇଥିଲା। ପ୍ରାଥମିକ ତଦନ୍ତ ବେଳେ ଏହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ରହିଥିବାର ଜଣାପଡ଼ିଥିଲା। ଯାହା ପରେ ସମ୍ପୂର୍ଣ୍ଣ ଷ୍ଟକ୍ ନଷ୍ଟ କରାଯାଇଥିଲା। ଏହି ରସଗୋଲାର ନମୁନାକୁ ପରୀକ୍ଷା କରିବା ପାଇଁ ପରୀକ୍ଷାଗାରକୁ ପଠାଇଥିଲା ବିଭାଗ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories