Videos
|
National

UP Man Murder / ପ୍ରଥମେ ଧକ୍କା ଦେଲେ; ୱିଣ୍ଡସିଲ୍ଡରେ ହାତ ଫସାଇ ମାରିଦେଲେ

Debashree Debasmita Sahoo
Browse all articles by Debashree Debasmita Sahoo
·41 mins ago·2 min read
ପ୍ରଥମେ ଧକ୍କା ଦେଲେ; ୱିଣ୍ଡସିଲ୍ଡରେ ହାତ ଫସାଇ ମାରିଦେଲେ
UP Man Murder

Key Points

ୟୁପିରେ ମାନବିକତାର ସବୁ ସୀମା ପାର
ପ୍ରଥମେ ଯୁବକଙ୍କୁ ଧକ୍କା ମାରିଲେ
ୱିଣ୍ଡସିଲ୍ଡରେ ହାତ ଫସାଇ ମାରିଦେଲେ
ଭାଇରାଲ ହେଉଛି ସିସିଟିଭି ଭିଡିଓ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରେ ସାମ୍ନାକୁ ଆସିଲା ଭୟଙ୍କର ଘଟଣା । ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଏକ କାର ଧକ୍କା ଦେଇଥିଲା । ତା'ପରେ ୱିଣ୍ଡସିଲ୍ଡରେ ତାଙ୍କ ହାତକୁ ଫସାଇ ଦେଢ଼ କିଲୋମିଟର କାରକୁ ବୁଲାଇଥିଲେ । ଏହାପରେ ଅଭିଯୁକ୍ତମାନେ ଯୁବକଙ୍କୁ ଦୟନୀୟ ଅବସ୍ଥାରେ ଏକ ଦୋକାନ ସାମ୍ନାରେ ଫିଙ୍ଗି ଦେଇଥିଲେ ଏବଂ କାର ଚଢାଇ ପଳାଇ ଯାଇଥିଲେ । ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ପୂରା ଘଟଣାର ମାଳମାଳ ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା କାନପୁରର ହନୁମନ୍ତ ବିହାର ପୋଲିସ ଷ୍ଟେସନରେ ଘଟିଥିବା କୁହାଯାଉଛି । ଏଠାକାର ବାସିନ୍ଦା ୩୭ ବର୍ଷୀୟ ବିରୁ ସିଂହ ଏକ ଘରୋଇ କମ୍ପାନୀରେ ସେଲ୍ସମ୍ୟାନ୍ ଭାବରେ କାମ କରୁଥିଲେ । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛି । କିଛି ଦିନ ପୂର୍ବେ ବିରୁଙ୍କ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି ମେୱାଲାଲ ଓ ରାଜବୀରଙ୍କ ସହ ଝଗଡ଼ା ହୋଇଥିଲା । ମଙ୍ଗଳବାର ରାତିରେ ଯେତେବେଳେ ବିରୁ ଦଶହରା ବୁଲି ଫେରୁଥିଲେ, ଅଭିଯୁକ୍ତମାନେ ତାଙ୍କ କିଛି ବନ୍ଧୁଙ୍କ ସହିତ ତାଙ୍କୁ ଅଟକାଇ କାରରେ ଧକ୍କା ମାରିଥିଲେ । ଯାହା ଫଳରେ ବିରୁ ଆହତ ହୋଇଥିଲେ ।

  • କାର ୱିଣ୍ଡୋରେ ହାତ ବାନ୍ଧି ବୁଲାଇଲେ
ଅଭିଯୋଗ ଅନୁସାରେ, ବିରୁଙ୍କୁ ଆହତ କରିବା ପରେ ଅଭିଯୁକ୍ତମାନେ ତାଙ୍କର ଦୁଇ ହାତକୁ କାର ଝରକାରେ ରଖି କାଚକୁ ବନ୍ଦ କରି ଦେଇଥିଲେ । ଏହାପରେ ତାଙ୍କୁ ଦେଢ଼ କିଲୋମିଟର ବୁଲାଇଥିଲେ । ଅଭିଯୁକ୍ତମାନେ ତାଙ୍କୁ ଏକ ଦୋକାନ ସାମ୍ନା ରାସ୍ତାରେ ଫିଙ୍ଗି ଦେଇଥିଲେ । ଏହାପରେ ବିରୁଙ୍କ ଉପରେ କାର ଚଢାଇ ଘଟଣାସ୍ଥଳରୁ ଫେରାର ମାରିଥିଲେ ।

  • ସିସିଟିଭି ଭିଡିଓ ଭାଇରାଲ
ଖବର ପାଇ ବିରୁଙ୍କ ପରିବାର ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ପୂରା ଘଟଣାଟି ଅଞ୍ଚଳରେ ଲାଗିଥିବା ଏକାଧିକ ସିସିଟିଭି କ୍ୟାମେରାରେ କଏଦ ହୋଇଛି ଏବଂ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏହି ଚିତ୍ରଗୁଡ଼ିକ ଏତେ ଭୟଙ୍କର ଯେ ଯିଏ ବି ଏହାକୁ ଦେଖୁଛି ସେ ଭୟଭୀତ ହୋଇଯାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୩ ବର୍ଷ ପରେ ଖୋଲିଲା କୁନି ଝିଅ ଜୀବନ ଯିବାର ରହସ୍ୟ, ଗିରଫ ହେଲା ମା’

  • କଣ କହିଲା ପୋଲିସ ?
ପୋଲିସ କହିଛି ଯେ ଅକ୍ଟୋବର ୨୧ ତାରିଖରେ ଜଣେ ବ୍ୟକ୍ତି ହନୁମନ୍ତ ବିହାର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ ଯେ ତାଙ୍କ ସାନ ଭାଇର ମୃତ୍ୟୁ ଏକ ଅଜଣା ଗାଡି ଧକ୍କାରେ ହୋଇଛି । ଏହି ମାମଲାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭିଡିଓ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି । ତଦନ୍ତରୁ ସାମ୍ନାକୁ ଆସୁଥିବା ତଥ୍ୟ ଆଧାରରେ ଆଇନ ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।