Road Accident / ୟୁପିରେ ଭୟଙ୍କର ଦୁର୍ଘଟଣା: ଅସ୍ଥି ବିସର୍ଜନ ପାଇଁ ଯାଉଥିବା ବେଳେ ଚାଲିଗଲା ୬ ଜୀବନ

Key Points
ଅସ୍ଥି ବିସର୍ଜନ ପାଇଁ ଯାଉଥିଲେ ରାସ୍ତାରେ ଜଗିଥିଲା ଯମ । ହରିଦ୍ବାରରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ଜୀବନ।
ଅସ୍ଥି ବିସର୍ଜନ ପାଇଁ ଯାଉଥିଲେ ରାସ୍ତାରେ ଜଗିଥିଲା ଯମ । ହରିଦ୍ବାରରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ଜୀବନ। ଉତ୍ତରପ୍ରଦେଶ ମୁଜାଫରନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ପରିବାରର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ପୁଅ ଆଗରେ ନିଜ ଶାଶୁକୁ ପିଟିଲା ବୋହୁ, ଭିଡିଓ ରେକର୍ଡ କରି ଥାନାରେ ଅଭିଯୋଗ କଲା ନାତି
📱 Get Argus News App
✨ସୂଚନା ଅନୁସାରେ, ମୁଜାଫରନଗର ଟିଟାଭି ଅଞ୍ଚର ପାନିପଥ-ଖାତିମା ରାଜପଥ ଉପରେ ଭାରସାମ୍ୟ ହରାଇ କାର୍ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ଗାଡିରେ ଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ସ୍ତ୍ରୀ, ଦୁଇ ଭଉଣୀ, ଭାଇ, ଜଣେ ପୁଅ ଏବଂ ଜଣେ ଡ୍ରାଇଭର ପ୍ରାଣ ହରାଇଥିଲେ, ଯେତେବେଳେ ଜଣେ ପିଲା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛି। ଦୁର୍ଘଟଣା ପରେ, ଏହି ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଦୁଇଦିନ ତଳେ ଯେଉଁ ପରିବାରର ମୁଖ୍ୟ ସଦସ୍ୟ ଚାଲିଯାଇଥିଲେ, ଏବେ ସେହି ପରିବାରର ଆଉ ୫ ଜଣ ସଦସ୍ୟ ଏବଂ ଜଣେ ଡ୍ରାଇଭର ମଧ୍ୟ ଚାଲିଯାଇଛନ୍ତି। ଘରେ ଶୋକର ଛାୟା ଖେଳିଯାଇଛି। କରନାଲର ପରିବାର ହରିଦ୍ବାରକୁ ସମ୍ପର୍କୀୟଙ୍କ ଅସ୍ଥି ବିସର୍ଜନ ପାଇଁ ଆସିଥିବା ବେଳେ ଏଭଳି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ।
ବରେଲି ହିଂସା: ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ମୌଲାନା ତୌକିର
ମର୍ମନ୍ତୁଦ ଦୁର୍ଘଟଣାର ଭିଡିଓ ଏବେ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ, ଗାଡ଼ିଟି ବହୁ ଦ୍ରୂତ ଗତିରେ ଯାଉଥିବଲା। ଗାଡ଼ି ଡ୍ରାଇଭର ଭାରସାମ୍ୟ ହରାଇ ଏକ ଟ୍ରକକୁ ଯାଇ ଧକ୍କା ଦେଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଜାଫରନଗର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ଆଉ ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଶୀଘ୍ର ସୁସ୍ଥ ହେବାକୁ ସବୁ ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Related Topics
Explore more stories