Shravasti Selfie accident UP / ସେଲଫି ନେବା ବେଳେ ଅଚାନକ ମାଡ଼ି ଆସିଲା ସୁଅ; ବନ୍ୟା ଯୋଗୁଁ ଫସିଗଲେ ପର୍ଯ୍ୟଟକ
·2 weeks ago·2 min read

Key Points
ସୋନପଥରୀ ବାବା ଆଶ୍ରମ ନିକଟରେ ସେଲଫି ନେଉଥିବା ସମୟରେ ପାହାଡ଼ି ନାଳର ପ୍ରଚଣ୍ଡ ସ୍ରୋତରେ ଦୁଇଜଣ ଭକ୍ତ ଭାସିଗଲେ। କିଛି ସେକେଣ୍ଡ ମଧ୍ୟରେ ପରିସ୍ଥିତି ବଦଳିଗଲା ଏବଂ ୨ ଜଣ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରେ ଥିବା ବୁଦାକୁ ଧରି ପକାଇଥିଲେ।
UP flash flood trapped devotees: ସଦ୍ୟ ଉତ୍ତର ପ୍ରଦେଶର ଶ୍ରାବସ୍ତି ଜିଲ୍ଲାରେ ଘଟିଯାଇଛି ଏକ ଛାତି ଥରାଇ ହେବା ଭଳି ଘଟଣା। ସ୍ଥାନୀୟ ସୋନପଥରୀ ବାବା ଆଶ୍ରମ ସ୍ଥିତ ଏକ ପାହାଡ଼ିଆ ନାଳରେ ହଠାତ୍ ବନ୍ୟା ମାଡ଼ି ଆସିବାରୁ ଜଣେ ଯୁବତୀଙ୍କ ସମେତ ୨ ଜଣ ପର୍ଯ୍ୟଟକ ଭାସି ଯାଇଛନ୍ତି। ଖବର ଅନୁଯାୟୀ ଉଭୟେ ନାଳ ମଝିରେ ଛିଡ଼ା ହୋଇ ସେଲଫି ନେଉଥିବା ସମୟରେ ହଠାତ୍ ପାହାଡ଼ରୁ ପ୍ରବଳ ବେଗରେ ପାଣିର ସୁଅ ତଳକୁ ମାଡ଼ି ଆସିଥିଲା। ସ୍ରୋତ ଏତେ ପ୍ରବଳ ଥିଲା ଯେ ଉଭୟେ ନିୟନ୍ତ୍ରଣ ହରାଇ ଭାସି ଯାଇଥିଲେ। ହେଲେ ତଥାପି କିଛି ଦୂରରେ ପହଞ୍ଚିବା ପରେ, ଉଭୟେ ନିଜର ଜୀବନ ବଞ୍ଚାଇବା ପାଇଁ ସେଠାରେ ଥିବା ବୁଦାକୁ ଧରି ନେଇଥିଲେ। ସ୍ରୋତରେ ଭାସିଯାଇଥିବା ଉଭୟ ପର୍ଯ୍ୟଟକ କୌଣସି ପ୍ରକାରେ ନିଜର ଜୀବନ ବଞ୍ଚାଇବାକୁ ସଫଳ ହୋଇଥିଲେ। ଏହି ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସେଠାରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ।
ଶ୍ରାବସ୍ତି ଜିଲ୍ଲାର ସିରସିଆ ଅଞ୍ଚଳରେ ଅବସ୍ଥିତ ସୋନପଥରୀ ବାବା ଆଶ୍ରମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେଠାରେ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ। ଏହି ସମୟରେ, କିଛି ଲୋକ ପାହାଡ଼ ନାଳ ମଝିରେ ଠିଆ ହୋଇ ଫଟୋ ଉଠାଇବା ସହ ସେଲଫି ନେବା ଆରମ୍ଭ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଯଦିଓ ପାଗ ସ୍ୱାଭାବିକ ରହିଥିଲା ହେଲେ କାହାକୁ ଜଣାନଥିଲା ଯେ ନାଳରେ ହଠାତ୍ ପାଣିର ସ୍ତର ବୃଦ୍ଧି ହୋଇପାରେ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼଼ିଓ
ଏହି ଘଟଣାର ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ କିପରି ୨ ଜଣ ଲୋକ ହଠାତ୍ ଦ୍ରୁତ ଗତିରେ ମାଡ଼ି ଆସିଥିବା ପାଣିର ସୁଅରେ ଫସି ଯାଇଥିଲେ ଏବଂ ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ।
ଏହା ସହ ପଢନ୍ତୁ: ଗଙ୍ଗା ନଦୀରେ ଓଲଟିଗଲା ଡଙ୍ଗା; ୨୨ ଶ୍ରମିକ କରୁଥିଲେ ଯାତ୍ରା, ଜଣେ ନିଖୋଜ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହଠାତ୍ ମାଡ଼ି ଆସିଲା ସ୍ରୋତ
ମାତ୍ର କିଛି ସେକେଣ୍ଡ ମଧ୍ୟରେ, ପାହାଡ଼ରୁ ପ୍ରବଳ ବେଗର ସ୍ରୋତ ନାଳରେ ମାଡ଼ି ଆସିଥିଲା। ପାଣି ସୁଅର ବେଗ ବଢ଼ିଗଲା ଯେ ନାଳରେ ଥିବା ୨ ଜଣ ଲୋକ ଫସିଯିବା ସହ ଭାସି ଯାଇଥିଲେ। ଏହି ଦୃଶ୍ୟ ଦେଖିବା ପରେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ଚିତ୍କାର କରିବାରେ ଲାଗିଥିଲେ। ଭାଇରାଲ ଭିଡିଓରେ ଦୁଇ ଜଣ ବ୍ୟକ୍ତି ପ୍ରବଳ ସ୍ରୋତ ଭାସିଯିବା ପରେ ନିଜର ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବାର ଦେଖାଯାଇଛି।
ବୁଦା ଯୋଗୁଁ ବଞ୍ଚିଗଲା ଜୀବନ
ଦ୍ରୁତ ବେଗରେ ମାଡ଼ି ଆସିଥିବା ସୁଅରେ କିଛି ବାଟ ଭାସିଯିବା ପରେ, ସେହି ୨ ଜଣ ପର୍ଯ୍ୟଟକ ଆଗରେ ବୁଦା ଦେଖିବାକୁ ପାଇଥିଲେ। ଉଭୟେ ସେହି ବୁଦାକୁ ଧରି ପକାଇ କୌଣସି ପ୍ରକାରେ ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। କୁହାଯାଉଛି କିଛି ସମୟ ପାଇଁ, ଉଭୟେ ସାହାଯ୍ୟ ପାଇଁ ଅପେକ୍ଷା କରି ସେହି ବୁଦାକୁ ଧରି ରହିଥିଲେ। ଏହି ସମୟରେ ସେମାନଙ୍କ ଜୀବନ ବାଜିରେ ଲାଗିଥିଲା।
ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଟଳିଗଲା ଏକ ବଡ଼ ଘଟଣା
ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ଗ୍ରାମବାସୀ ଏବଂ ସେଠାକାର ବାସିନ୍ଦା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଏକ ବଡ଼ ଭିଡ଼ ଜମା ହୋଇ ସୁଅରେ ଭାସି ଯାଇଥିବା ସେହି ୨ ଜଣ ପର୍ଯ୍ୟଟକଙ୍କୁ ନାଳ ମଧ୍ୟରୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆ ଯାଇଥିଲା।

Related Topics
Explore more stories