Videos
|
National

UPI Charges Above 2000 / ୨ ହଜାର ଟଙ୍କାରୁ ଅଧିକ UPI କାରବାର ପାଇଁ ଆଦାୟ କରାଯିବ କି ଶୁଳ୍କ? ଏନେଇ କ'ଣ ରହିଛି ସରକାରଙ୍କ ନୂତନ ନିର୍ଦ୍ଦେଶ

Subhramjit Ray
Browse all articles by Subhramjit Ray
·43 mins ago·2 min read
୨ ହଜାର ଟଙ୍କାରୁ ଅଧିକ UPI କାରବାର ପାଇଁ ଆଦାୟ କରାଯିବ କି ଶୁଳ୍କ? ଏନେଇ କ'ଣ ରହିଛି ସରକାରଙ୍କ ନୂତନ ନିର୍ଦ୍ଦେଶ
UPI Charges Above 2000

Key Points

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏକ ବିଜ୍ଞପ୍ତି ପରେ, ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଛି ଯେ ଏବେ UPI ବ୍ୟବହାରକାରୀଙ୍କ ଠାରୁ ୨୦୦୦ ଟଙ୍କାରୁ ଅଧିକ UPI କାରବାର ପାଇଁ ଶୁଳ୍କ ନିଆଯିବ କି ନାହିଁ।
ପ୍ରତିଦିନ ଦେଶର ଲକ୍ଷ ଲକ୍ଷ ଲୋକ, ଚା' ଦୋକାନ ଠାରୁ ନେଇ ବଡ଼ ବଡ଼ ସପିଂ ମଲ୍ ପର୍ଯ୍ୟନ୍ତ, ସବୁଠାରେ UPI ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କରିଥାନ୍ତି। ଏବେ UPI (Unified Payments Interface) କାରବାର ଉପରେ ଶୁଳ୍କ (UPI Transaction Charges) ଲଗାଯିବାକୁ ନେଇ ଆସିଥିବା ଖବର ଉଭୟ ବ୍ୟବସାୟୀ ଏବଂ ଗ୍ରହକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। ହେଲେ ତଥାପି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ସାମ୍ପ୍ରତିକ ବିଜ୍ଞପ୍ତି ଅନୁଯାୟୀ ୨୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା ପେମେଣ୍ଟ ଉପରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ।
ଯାହାର ଅର୍ଥ ହେଉଛି କୌଣସି ବ୍ୟାଙ୍କ କିମ୍ବା ପେମେଣ୍ଟ ସେବା ପ୍ରଦାନକାରୀ (Payment Service Provider) ୨୦୦୦ ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ୍ କ୍ରୟ ପାଇଁ ଗ୍ରାହକ କିମ୍ବା ଦୋକାନୀଙ୍କ ଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି ଶୁଳ୍କ ଆଦାୟ କରିପାରିବେ ନାହିଁ। ଏହା ସ୍ପଷ୍ଟ କରେ ଯେ ଦୈନନ୍ଦିନ ଆବଶ୍ୟକତା ପାଇଁ କରାଯାଇଥିବା ଛୋଟ ଡିଜିଟାଲ୍ ପେମେଣ୍ଟ (Digital Payment) ସବୁଦିନ ପରି ସମ୍ପୂର୍ଣ୍ଣ ମାଗଣା ରହିବ।

୨୦୦୦ ଟଙ୍କାରୁ ଅଧିକ ଦେୟ ଉପରେ ଲଗାଯିବ କି ଅତିରିକ୍ତ ଶୁଳ୍କ?
ସୋସିଆଲ ମିଡିଆରେ ପ୍ରସାରିତ ଗୁଜବର ବିପରୀତ, ସରକାରଙ୍କ ବିଜ୍ଞପ୍ତି ଏହା ବୁଝାଉ ନାହିଁ ଯେ ୨୦୦୦ ଟଙ୍କାରୁ ଅଧିକ ଅଧିକ UPI କାରବାର ପାଇଁ ଗ୍ରାହକଙ୍କ ଆକାଉଣ୍ଟ (UPI Account) ରୁ ଅତିରିକ୍ତ ଟଙ୍କା କାଟି ନିଆଯିବ। ବାସ୍ତବରେ ସାଧାରଣ ନାଗରିକଙ୍କ ପାଇଁ UPI କାରବାର ଉପରେ କୌଣସି ଗ୍ରାହକ ଶୁଳ୍କ ଲାଗୁ କରାଯାଇନାହିଁ। ୨୦୦୦ ଟଙ୍କାର ସୀମା ସର୍ବାଧିକ ସୀମା କିମ୍ବା ଦଣ୍ଡ ସୀମା ନୁହେଁ, ବରଂ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମୌଳିକ ପେମେଣ୍ଟ ସ୍ଲାବ୍ ପାଇଁ କେବଳ ଏକ ଆଇନଗତ ସୀମା।

ଏହା ସହ ପଢନ୍ତୁ: ଖୁଚୁରା ଦୋକାନୀଙ୍କ ଉପରେ ଲାଗିବ କି ୟୁପିଆଇ ଚାର୍ଜ? କ'ଣ କହିଲା NPCI?

MDR କ’ଣ ଏବଂ ଭବିଷ୍ୟତରେ ଏହା କିପରି ପରିବର୍ତ୍ତନ ହୋଇପାରିବ?
ଭାରତରେ UPI ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ, ବ୍ୟାଙ୍କ ଏବଂ ପେମେଣ୍ଟ କମ୍ପାନୀ ପାଇଁ ସାଇବର ସୁରକ୍ଷା ଏବଂ ସର୍ଭର ଭିତ୍ତିଭୂମି ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ୨୦୨୫ ଜୁଲାଇ ସୁଦ୍ଧା, UPI-ସକ୍ଷମ ବ୍ୟାଙ୍କ ସଂଖ୍ୟା ବୃଦ୍ଧି ପାଇ ୭୪୧ ହୋଇଛି। ମାସିକ କାରବାର ୨୩୬୬ କୋଟି ଟଙ୍କାର ରେକର୍ଡ଼ ସର୍ବାଧିକ ସ୍ତରରେ ପହଞ୍ଚିଛି। ଏହି ବ୍ୟବସ୍ଥାକୁ ଆର୍ଥିକ ଭାବରେ ସ୍ଥାୟୀ କରିବା ପାଇଁ MDR (Merchant Discount Rate) ସମ୍ପର୍କରେ ଆଲୋଚନା ଚାଲିଛି। ଯଦି ଭବିଷ୍ୟତରେ UPI ଉପରେ କୌଣସି ଶୁଳ୍କ ଲଗାଯାଏ, ତାହେଲେ ଏହା କେବଳ ଚୟନିତ ବଡ଼ ବ୍ୟବସାୟୀଙ୍କ ପାଇଁ ପ୍ରଯୁଜ୍ୟ ହେବ, ସାଧାରଣ ଗ୍ରାହକଙ୍କ ପାଇଁ ନୁହେଁ। ରିପୋର୍ଟ ଅନୁଯାୟୀ, ବଡ଼ ବ୍ୟବସାୟୀ ପେମେଣ୍ଟ ପାଇଁ ୦.୨୫% ଏବଂ ୦.୪% ମଧ୍ୟରେ ଏକ ନାମମାତ୍ର MDR ବିଚାର କରାଯାଇପାରେ। ଯଦିଓ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ଦର ଘୋଷଣା କରିନାହାଁନ୍ତି।

ଅନଲାଇନ୍ ରେ ମଧ୍ୟ କାମ କରିବ UPI
ଇଣ୍ଟରନେଟ୍ ସଂଯୋଗ ନଥିବା କିମ୍ବା ଦୁର୍ବଳ ନେଟୱାର୍କ ଥିବା ଅଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ସହଜ କରିବା ପାଇଁ, UPI ଟ୍ୟାପ୍ (Tap) ଏବଂ ପେ (Pay) ଭଳି ଅଫଲାଇନ୍ ଜ୍ଞାନକୌଶଳ ଉପରେ କାମ ଦ୍ରୁତ ଗତିରେ କାମ ଚାଲିଛି। ଯଦି ଏହା ସଫଳ ହୁଏ, ତାହେଲେ କେବଳ ଫୋନ୍ ଟ୍ୟାପ୍ କରି ଇଣ୍ଟରନେଟ୍ ପ୍ରବେଶ ବିନା ପେମେଣ୍ଟ କରିବାର ଏହି ବୈଶିଷ୍ଟ୍ୟ ଡିଜିଟାଲ୍ ଆର୍ଥିକ ଅନ୍ତର୍ଭୁକ୍ତିକୁ ଏକ ନୂତନ ସ୍ତରକୁ ନେଇଯିବ। ଯାହା କାରବାର ବିଫଳତାର ସମସ୍ୟାକୁ ବହୁ ପରିମାଣରେ ଦୂର କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: